ଓଡ଼ିଶା ପାଇଁ ୧,୦୬୨ କୋଟି

ଭୁବନେଶ୍ୱର, ୮।୭(ବ୍ୟୁରୋ): ଓଡ଼ିଶା ପାଇଁ ମଧ୍ୟାହ୍ନଭୋଜନ ବାର୍ଷିକ ଅଟକଳ ଓ ଯୋଜନା ବୈଠକ ବୁଧବାର ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗୀୟ ସଚିବ ଅନିତା କରୱାଲ୍‌ ସଭାପତିତ୍ୱ କରିଥିଲେ। ଯୁଗ୍ମ ସଚିବ ରାମଚନ୍ଦ୍ର ମୀନା, ନିର୍ଦ୍ଦେଶକ ବିଜୟ ଭାସ୍କର ଗୁରାଲା ଏବଂ ଅନ୍ୟ ପଦାଧିକାରୀ ଉପସ୍ଥିତ ରହି ଓଡ଼ିଶା ମଧ୍ୟାହ୍ନଭୋଜନ ପରିଚାଳନା ଓ ବାର୍ଷିକ ଅଟକଳର ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ରାଜ୍ୟ ନୋଡାଲ ଅଧିକାରୀ (ମଧ୍ୟାହ୍ନଭୋଜନ) ବଜେଟ୍‌ ଉପସ୍ଥାପନ କରିବା ସହିତ ରାଜ୍ୟରେ ଚାଲିଥିବା ବିଭିନ୍ନ ଅଭିନବ ପଦକ୍ଷେପ ଉପସ୍ଥାପନ କରିଥିଲେ। ଶିକ୍ଷା ସଚିବ ଅନିତା କରୱାଲ୍‌ ଓଡ଼ିଶାର ମଧ୍ୟାହ୍ନ ଭୋଜନ ସଚେତନତା ମେଳା, ରକ୍ତହୀନତା ଦୂରୀକରଣ ଅଭିଯାନ, ମଲ୍ଟି ଟ୍ୟାପ୍‌ ମଲ୍ଟି କ୍ୟାପ୍‌ ହାତଧୁଆ ଯୋଜନା, କିଚେନ୍‌ ଗାର୍ଡେନ୍‌, ରନ୍ଧନ ଗ୍ୟାସ ସଂଯୋଗ, ମଧ୍ୟାହ୍ନ ଭୋଜନ ପରିଚାଳନାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଭୂମିକା, ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଓ ପରିଚାଳନା ସୁଦୃଢ଼ ପାଇଁ ବିଶ୍ୱ ଖାଦ୍ୟ ସଙ୍ଗଠନ, ୟୁନିସେଫ୍‌, ଅକ୍ଷୟ ପାତ୍ର ଫାଉଣ୍ଡେଶନ୍‌ ଟ୍ରଷ୍ଟ ଏବଂ ମାନ୍ନା ଟ୍ରଷ୍ଟ ପ୍ରଭୃତିର ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶା ପକ୍ଷରୁ ଉପସ୍ଥାପନ ହୋଇଥିବା ୧,୦୬୨ କୋଟି ଟଙ୍କାର ମଧ୍ୟାହ୍ନଭୋଜନ ବାର୍ଷିକ ଅଟକଳ ଯୋଜନାକୁ ବିଚାରକୁ ନେଇ କେନ୍ଦ୍ର ଶିକ୍ଷା ବିଭାଗ ଯଥାଶୀଘ୍ର ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଏସ୍‌ସିଇଆର୍‌ଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ‘ଶିକ୍ଷାନବିସମାନଙ୍କର ବିକଳ୍ପ ଇଣ୍ଟନର୍ର୍ଶିପ୍‌ ପ୍ରୋଗ୍ରାମ’ ପ୍ରଶଂସନୀୟ ପ୍ରୟାସ ବୋଲି ସେ ଅଭିହିତ କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା କରିକୁଲମ୍‌ରେ ଓଡ଼ିଶାକୁ ଅଗ୍ରଣୀ ଭୂମିକା ନେବା ପାଇଁ ସଚିବ କରୱାଲ୍‌ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri