ଓଡ଼ିଶା ପାଇଁ ୧,୦୬୨ କୋଟି

ଭୁବନେଶ୍ୱର, ୮।୭(ବ୍ୟୁରୋ): ଓଡ଼ିଶା ପାଇଁ ମଧ୍ୟାହ୍ନଭୋଜନ ବାର୍ଷିକ ଅଟକଳ ଓ ଯୋଜନା ବୈଠକ ବୁଧବାର ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗୀୟ ସଚିବ ଅନିତା କରୱାଲ୍‌ ସଭାପତିତ୍ୱ କରିଥିଲେ। ଯୁଗ୍ମ ସଚିବ ରାମଚନ୍ଦ୍ର ମୀନା, ନିର୍ଦ୍ଦେଶକ ବିଜୟ ଭାସ୍କର ଗୁରାଲା ଏବଂ ଅନ୍ୟ ପଦାଧିକାରୀ ଉପସ୍ଥିତ ରହି ଓଡ଼ିଶା ମଧ୍ୟାହ୍ନଭୋଜନ ପରିଚାଳନା ଓ ବାର୍ଷିକ ଅଟକଳର ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ରାଜ୍ୟ ନୋଡାଲ ଅଧିକାରୀ (ମଧ୍ୟାହ୍ନଭୋଜନ) ବଜେଟ୍‌ ଉପସ୍ଥାପନ କରିବା ସହିତ ରାଜ୍ୟରେ ଚାଲିଥିବା ବିଭିନ୍ନ ଅଭିନବ ପଦକ୍ଷେପ ଉପସ୍ଥାପନ କରିଥିଲେ। ଶିକ୍ଷା ସଚିବ ଅନିତା କରୱାଲ୍‌ ଓଡ଼ିଶାର ମଧ୍ୟାହ୍ନ ଭୋଜନ ସଚେତନତା ମେଳା, ରକ୍ତହୀନତା ଦୂରୀକରଣ ଅଭିଯାନ, ମଲ୍ଟି ଟ୍ୟାପ୍‌ ମଲ୍ଟି କ୍ୟାପ୍‌ ହାତଧୁଆ ଯୋଜନା, କିଚେନ୍‌ ଗାର୍ଡେନ୍‌, ରନ୍ଧନ ଗ୍ୟାସ ସଂଯୋଗ, ମଧ୍ୟାହ୍ନ ଭୋଜନ ପରିଚାଳନାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଭୂମିକା, ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଓ ପରିଚାଳନା ସୁଦୃଢ଼ ପାଇଁ ବିଶ୍ୱ ଖାଦ୍ୟ ସଙ୍ଗଠନ, ୟୁନିସେଫ୍‌, ଅକ୍ଷୟ ପାତ୍ର ଫାଉଣ୍ଡେଶନ୍‌ ଟ୍ରଷ୍ଟ ଏବଂ ମାନ୍ନା ଟ୍ରଷ୍ଟ ପ୍ରଭୃତିର ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶା ପକ୍ଷରୁ ଉପସ୍ଥାପନ ହୋଇଥିବା ୧,୦୬୨ କୋଟି ଟଙ୍କାର ମଧ୍ୟାହ୍ନଭୋଜନ ବାର୍ଷିକ ଅଟକଳ ଯୋଜନାକୁ ବିଚାରକୁ ନେଇ କେନ୍ଦ୍ର ଶିକ୍ଷା ବିଭାଗ ଯଥାଶୀଘ୍ର ପଦକ୍ଷେପ ନେବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଏସ୍‌ସିଇଆର୍‌ଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ‘ଶିକ୍ଷାନବିସମାନଙ୍କର ବିକଳ୍ପ ଇଣ୍ଟନର୍ର୍ଶିପ୍‌ ପ୍ରୋଗ୍ରାମ’ ପ୍ରଶଂସନୀୟ ପ୍ରୟାସ ବୋଲି ସେ ଅଭିହିତ କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା କରିକୁଲମ୍‌ରେ ଓଡ଼ିଶାକୁ ଅଗ୍ରଣୀ ଭୂମିକା ନେବା ପାଇଁ ସଚିବ କରୱାଲ୍‌ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri