CORONAVIRUS UPDATE: ଆଜି ଚିହ୍ନଟ ହୋଇଛନ୍ତି ୨୬୦୨ ପଜିଟିଭ୍‌, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬କୁ ବୃଦ୍ଧି

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସୋମବାର ୩୦ ଜିଲାରୁ ୨୬୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୫୬୧ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୧୦୪୧ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୩୬ ଏବଂ ଗଞ୍ଜାମରୁ ୧୯୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୪, ବାଲେଶ୍ୱର ୧୦୩, ବରଗଡ଼ ୮୨, ଭଦ୍ରକ ୪୭, ବଲାଙ୍ଗୀର ୪୨, ବୌଦ୍ଧ ୯, ଦେବଗଡ଼ ୩, ଢେଙ୍କାନାଳ ୬୭, ଗଜପତି ୭, ଜଗତସିଂହପୁର ୮୨, ଯାଜପୁର ୧୦୩, ଝାରସୁଗୁଡ଼ା ୮୫, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୨୮, କେନ୍ଦୁଝର ୮୬, କୋରାପୁଟ ୧୨୭, ମାଲକାନଗିରି ୮୦, ମୟୂରଭଞ୍ଜ ୭୨, ନବରଙ୍ଗପୁର ୧୮, ନୟାଗଡ଼ ୯୧, ନୂଆପଡ଼ା ୧୬, ପୁରୀ ୪୬,  ରାୟଗଡ଼ା ୫୪, ସମ୍ବଲପୁର ୭୮, ସୋନପୁର ୨୧ ଏବଂ ସୁନ୍ଦରଗଡ଼ରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୫୩୬ରେ ପହଞ୍ଚିଥିବା ବେଳେ ୭୩,୨୩୩ ଜଣ ସୁସ୍ଥ ହୋଇଛନ୍ତି। ୨୯,୭୫୮ ଜଣ ଚିକିତ୍ସିତ ହେଉଛନ୍ତି।