ବୁଢ଼ାପଙ୍କରୁ ୧୦୩ ରେକ୍‌ ଫ୍ଲାଏଆଶ୍‌ ପରିବହନ

ଜଟଣୀ,୧୮ା୨(ଡି.ଏନ୍‌.ଏ.): ବିଜ୍‌ନେସ୍‌ ଡେଭଲପମେଣ୍ଟ ୟୁନିଟ୍‌ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ଅଧୀନ ବୁଢ଼ାପଙ୍କ ସାଇଡିଂରୁ ୧୦୩ ରେକ୍‌ ଫ୍ଲାଏଆଶ୍‌(ପାଉଁଶ) ପରିବହନ କରାଯାଇଛି। ଫ୍ଲାଏଆଶ୍‌ର ପ୍ରଥମ ରେକ୍‌ ୨୫ ଅକ୍ଟୋବର ୨୦୨୦ରେ ଏହି ସାଇଡିଂରୁ ପରିବହନ କରାଯାଇଥିଲା। ଫ୍ଲାଏଆଶ ଏକ ପଦାର୍ଥ; ଯାହା ଜଳର ସଂସ୍ପର୍ଶରେ ଆସିଲେ, ସିମେଣ୍ଟ ସୃଷ୍ଟି ହେବାରେ ସହାୟକ ହୋଇଥାଏ। ଖୋର୍ଦ୍ଧାରୋଡ୍‌ ମଣ୍ଡଳର ବ୍ୟବସାୟ ବିକାଶ ୟୁନିଟ୍‌ ନିୟମିତ ଭାବେ ବାଣିଜ୍ୟ ୟୁନିଟ୍‌ ସହିତ ଯୋଗାଯୋଗ ସ୍ଥାପନ କରି କାର୍ଯ୍ୟକ୍ଷମତା ପାଇଁ ନୂତନ ଟ୍ରାଫିକ ପ୍ରସ୍ତାବ ଗୁଡ଼ିକର ଏକ ନୋଡାଲ୍‌ ପଏଣ୍ଟ ଭାବେ କାର୍ଯ୍ୟ କରୁଥିବା ମଣ୍ଡଳ ରେଳପ୍ରଶାସନ ପକ୍ଷରୁ କୁହାଯାଇଛି।