Categories: ଜାତୀୟ

ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ: ଆନୁମାନିକ ମୂଲ୍ୟ ୪୫ କୋଟି

ଚେନ୍ନାଇ,୧୨।୧୨: ତାମିଲନାଡୁରେ ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ ହୋଇଥିବା ଜଣାପଡ଼ିଛି। ଗାଏବ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ୨୦୧୨ରେ ଚେନ୍ନାଇ ସ୍ଥିତ ସୁରାନା କର୍ପୋରେଶନ ଲିମିଟେଡ୍‌ ଉପରେ ଚଢ଼ାଉ କରାଯାଇ ୪୦୦.୫ କିଲୋଗ୍ରାମ୍‌ର ସୁନା ଜବତ କରାଯାଇଥିଲା। ଏଥିରେ ସୁନା ଅଳଙ୍କାର ମଧ୍ୟ ଥିଲା। ଖବର ଜଣାପଡ଼ିବା ପରେ ମାଡ୍ରାସ୍‌ ହାଇକୋର୍ଟ ଗାଏବ ହୋଇଥିବା ସୁନାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share