ରାଇକିଆରେ ୨ ଲୋକାଲ କରୋନା ପଜିଟିଭ୍‌ ଚିହ୍ନଟ: ୧୩ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା

ରାଇକିଆ,୧୨।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଲୋକାଲ କେସ ହୋଇଥିବାରୁ ରାଇକିଆ ସହର ସମେତ ଆଖ ପାଖ ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ସବୁ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି । ଏଥି ସହ ୧୭ଟି ଗ୍ରାମକୁ ବଫର୍‌ ଜୋନ ଘୋଷଣା କରାଯାଇଛି । ଘରଘର ବୁଲି ସର୍ଭେ ଆରମ୍ଭ ହୋଇଛି । ପ୍ରତି ଘରେ ଲକ୍ଷଣ ସମ୍ବନ୍ଧରେ ଏବଂ ପରିବାରର ସମ୍ପୂର୍ଣ୍ଣ ତଥ୍ୟ ନିଆଯାଉଛି । ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଏବଂ ଆଶା ଏହି ସର୍ଭେରେ ସାମିଲ ହୋଇଛନ୍ତି ।