ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଲେ ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ, ୩।୧: ଭାରତୀୟ କୁସ୍ତି ଜଗତରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଆନ୍ଦୋଳନ ମୁଣ୍ଡ ଟେକିଛି। ଶହଶହ କନିଷ୍ଠ କୁସ୍ତି ଯୋଦ୍ଧା ବୁଧବାର ଜନ୍ତର ମନ୍ତର ଠାରେ ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବସ୍, ଟ୍ରେନ ଯୋଗେ ଶହଶହ କୁସ୍ତି ଯୋଦ୍ଧା ଉତ୍ତର ପ୍ରଦେଶ, ହରିୟାଣା ଏବଂ ପଞ୍ଜାବରୁ ଆସି ପହଞ୍ଚିଥିଲେ, ଯାହାର ସୁରାକ ମଧ୍ୟ ପୋଲିସକୁ ଲାଗି ନଥିଲା।

ଧାରଣାରେ ବସିବା ପୂର୍ବରୁ କନିଷ୍ଠ କୁସ୍ତି ଯୋଦ୍ଧା ମାନେ ବଜରଙ୍ଗ, ସାକ୍ଷୀ ଏବଂ ଭିନେଶଙ୍କ ବିରୁଦ୍ଧରେ ନାରା ଲଗାଇଥିଲେ। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି। ଜୁନିୟର କୁସ୍ତି ଯୋଦ୍ଧାଙ୍କ ପ୍ରଦର୍ଶନ ମଧ୍ୟରେ ଆଡ-ହକ୍ କମିଟି ଏହାର କାର୍ଯ୍ୟ ଆରମ୍ଭ କରିଛି। କମିଟି କହିଛି ଯେ ଆସନ୍ତା ୬ ସପ୍ତାହ ମଧ୍ୟରେ ଗ୍ୱାଲିଅରର ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ଏଜୁକେସନର ୧୫ ବର୍ଷରୁ କମ୍ ଏବଂ ୨୦ ବର୍ଷରୁ କମ୍ ବର୍ଗ ପାଇଁ ଏକ ଜାତୀୟ ଚାମ୍ପିଅନସିପ୍ ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ଆନ୍ଦୋଳନ କରୁଥିବା କନିଷ୍ଠ କୁସ୍ତି ଯୋଦ୍ଧମାନେ ଦାବି କରିଛନ୍ତି ଯେ, ଆଡ-ହକ୍ କମିଟିକୁ ଭାଙ୍ଗି ଭାରତୀୟ କୁସ୍ତି ମହାସଂଘକୁ କାର୍ଯ୍ୟକାରୀ କରାଯାଉ। ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନଙ୍କ ହାତରେ ଏହି ତିନି ରେସଲରଙ୍କ ହାତରୁ ଆମର କୁସ୍ତି ବଞ୍ଚାନ୍ତୁ, ଏମାନେ ଦେଶର କୁସ୍ତିକୁ ବର୍ବାଦ କରିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri