ଲାଗି ହେଲା ୧୦୦୮ ପ୍ରକାର ପ୍ରସାଦ

ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଓ ନବମ ବାର୍ଷିକ ଉତ୍ସବ ପାଳିତ ହୋଇଛି। କୋଭିଡ୍‌ କଟକଣା ଯୋଗୁ ଦୀର୍ଘ ୨ ବର୍ଷ ଧରି ଏହି ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ବେଳେ କଟକଣା ଉଠିଯାଇଥିବାରୁ ଚଳିତବର୍ଷ ମହାଆଡ଼ମ୍ବରରେ ଆୟୋଜିତ ହୋଇଛି।
ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ମା’ ବଗଳାମୁଖୀଙ୍କ ଜନ୍ମ ଉତ୍ସବ ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶତାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ୩ ଦିନ ବ୍ୟାପୀ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଛି। ସିଦ୍ଧ ମହାଶକ୍ତିପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ବିଧିପୂର୍ବକ ସମାପନ ହୋଇଥିଲା। ଜନ୍ମୋତ୍ସବ ଅବସରରେ ମା’ଙ୍କୁ ୧୦୦୮ ପ୍ରକାର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ, ଫଳମୂଳାଦି ପ୍ରସାଦ ଲାଗି କରାଯାଇଥିଲା। ଶ୍ରଦ୍ଧାଳୁମାନେ ପୀଠ ପରିସରରେ ଉପସ୍ଥିତ ରହି ନିଷ୍ଠାର ସହ ସମସ୍ତ ପ୍ରସାଦ ପ୍ରସ୍ତୁତ କରିଥିଲେ। ସାଧାରଣ ଜୀବନଯାପନରେ ବ୍ୟବହୃତ ସମସ୍ତ ପ୍ରକାର ସାତ୍ତ୍ୱିକ ଖାଦ୍ୟ ସାମଗ୍ରୀକୁ ପ୍ରସାଦ ରୂପେ ଅର୍ପଣ କରାଯାଇଥିଲା। ଏମିତିକି ଶତାଧିକ ପ୍ରକାର ମିଷ୍ଟାନ୍ନ ଓ ଚକୋଲେଟ୍‌ ମଧ୍ୟ ଏଥିରେ ସାମିଲ କରାଯାଇଥିଲା। ଜଣେ ମହିଳା ଭକ୍ତ ମା’ଙ୍କ ଜନ୍ମୋତ୍ସବ ପାଇଁ ବିଶାଳ କେକ୍‌ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଥିଲା। ମହାଶକ୍ତିପୀଠ ପକ୍ଷରୁ ୩ଦିନ ଧରି ଭକ୍ତମାନଙ୍କ ନିମନ୍ତେ ସାମୂହିକ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଏହାପରେ ବାଣ ରୋଷଣୀ ସହ ଯଜ୍ଞମଣ୍ଡପରୁ ମା’ ଶ୍ରୀ ମନ୍ଦିରକୁ ବିଜେ କରିବା ପରେ ମହାଆଳତୀ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ୩ଦିନ ବ୍ୟାପୀ ଚାଲିଥିବା ଉତ୍ସବରେ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମା’ ବଗଳାମୁଖୀଙ୍କୁ ଦର୍ଶନ କରି ନିଜ ପରିବାରର ମଙ୍ଗଳ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ

ହିନ୍ଦୋଳ,୧୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ...

ବୈମାତୃକ ମନୋଭାବରୁ ରାଜ୍ୟ ଭାଗ ହେବ: ନରସିଂହ

ବଲାଙ୍ଗୀର ଅଫିସ,୨୧ା୯: ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଓ ଅବହେଳା କାରଣରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଜୋରଦାର ହେଉଛି। ବ୍ୟକ୍ତିଗତ...

କେନ୍ଦ୍ରାପଡ଼ା ଜିଲାରେ ଟିକା ଅପେକ୍ଷାରେ ୧୧ ଲକ୍ଷ ଲୋକ

କେନ୍ଦ୍ରାପଡ଼ା ଅଫିସ,୩୦୪:ରାଜ୍ୟର ୧୧ ଜିଲା ପରି କେନ୍ଦ୍ରାପଡ଼ା ଜିଲାରେ କୋଭିଡ୍‌-୧୯ ଟିକାକରଣ ଗୁରୁବାର ବନ୍ଦ ରହିଛି। ଟିକା ନ ଥିବାରୁ ଟିକାକରଣ ହୋଇ ପାରିନାହିଁ। ତଥ୍ୟ...

ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର...

ଭୀମପାହାଡରେ ଗିରିଗୋବର୍ଦ୍ଧନ ପୂଜା

ଦେଓଗାଁ,୧୭ା୧୧(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମପାହାଡ ପାଦଦେଶରେ ସୋମବାର ଗିରିଗୋବର୍ଦ୍ଧନ ପୂଜା ସମ୍ପନ୍ନ ହୋଇଛି ା ମୁଖ୍ୟ ଅତିଥିଭାବେ ଓଟିଡିସି...

ଗଞ୍ଜାମ ବ୍ଲକକୁ ଛୁଇଁଲା କରୋନା: ଏନ୍‌ଏସିରେ ସ୍ତ୍ରୀ ସ୍ବାମୀ, ଖଟୁଆକୁଦାରେ ଜଣେ ଗର୍ଭବତୀ ପଜିଟିଭ୍‌ ଚିହ୍ନଟ

ଗଞ୍ଜାମ,୫ା୭(ଡି.ଏନ୍‌.ଏ.): ଦୀର୍ଘ ପାଞ୍ଚମାସ ସଂଘର୍ଷ ପରେ ଶେଷରେ ଗଞ୍ଜାମ ବ୍ଲକକୁ କରୋନା ଛୁଇଁଥିବା ତହସିଲଦାର ଅବନୀ କୁମାର ସାହୁ ସୂଚନା ଦେଇଛନ୍ତି। ଗଞ୍ଜାମ ଏନ୍‌ଏସି ଓ୍ବାର୍ଡ...

ଚନ୍ଦକାରେ ଭାରତବନ୍ଦକୁ ସମର୍ଥନ, ଆନ୍ଦୋଳନକାରୀଙ୍କ ରାସ୍ତାରୋକୋ

ବାରଙ୍ଗ,୮।୧(ଡି.ଏନ୍‌.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ତରଫରୁ ଭାରତବନ୍ଦ ଡାକରାର ପ୍ରଭାବ ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳି ନ ଥିବାବେଳେ ଚନ୍ଦକାରେ ଏହାର ପ୍ରଭାବ ଦେଖାଦେଇଛି। ଚନ୍ଦକା...

ମଞ୍ଜୁର ହେଲା ଅର୍ଥ, ବିଦ୍ୟାଳୟ ମରାମତି ନୋହିଲା

ଗଣିଆ,୨।୮(ଡି.ଏନ.ଏ.)-ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ଗଣିଆ ବ୍ଲକ ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାତ୍ୟାର ତିନି ମାସ ପରେ ବି ମରାମତି ହୋଇପାରିନି। ଏ...

Advertisement
Archives

Model This Week