ଚାଇନା ମୁକାବିଲା ପାଇଁ ଜାପାନର ୧,୦୦୦ ମିଶାଇଲ

ଟୋକିଓ, ୨୨ା୮: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ପକ୍ଷରୁ କରାଯାଇଥିବା ସମରାଭ୍ୟାସବେଳେ ଜାପାନର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌(ଇଇଜେଡ୍‌)ରେ ୫ଟି ଦୂରଗାମୀ କ୍ଷେପଣାସ୍ତ୍ର ପଡ଼ିଥିଲା।

ଏହାକୁ ନେଇ କ୍ଷୁବ୍ଧ ଜାପାନ ଚାଇନାର ମୁକାବିଲା ପାଇଁ ୧,୦୦୦ ଦୂରଗାମୀ କ୍ଷେପଣାସ୍ତ୍ର ମୁତୟନ କରିବାକୁ ପ୍ରସ୍ତୁତି ଚଳାଇଛି। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି ଏହାକୁ ଜାତୀୟ ନିରାପତ୍ତା ଓ ନାଗରିକଙ୍କ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ବୋଲି କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆ ଓ ଚାଇନା ସଂଲଗ୍ନ ନାନ୍‌ସେଇ ଦ୍ୱୀପରେ ଅନୂ୍ୟନ ୧ ହଜାର କ୍ରୁଜ୍‌ ମିଶାଇଲ ମୁତୟନ କରାଯିବ। ଜାହାଜ ଓ ବିମାନଗୁଡ଼ିକରୁ ଏହି ମିଶାଇଲ ୧୦୦ କି.ମି. ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

Share