ଜମାଟ ବାନ୍ଧିଲା ୧୦୦୦ କରୋନା ଟିକା, ନଷ୍ଟ ହୋଇଥିବା ଆଶଙ୍କା

ସିଲଚର୍‌, ୨୦।୧: ହସ୍ପିଟାଲରେ ୧୦୦୦ କରୋନା ଟିକା ଜମାଟ ବାନ୍ଧି ଯାଇଛି। ଶୂନ ଡିଗ୍ରୀ ତାପମାତ୍ରାରେ ଟିକାକୁ ନ ରଖାଯିବାରୁ ଏଭଳି ହୋଇଥିବା କୁହାଯାଉଛି। ଆସାମର କଚ୍ଛାର ଜିଲାର ସିଲଚର୍‌ସ୍ଥିତ ମେଡ଼ିକାଲ କଲେଜରେ ଘଟିଛି। ଜମାଟ ବାନ୍ଧି ଯାଇଥିବା ଟିକାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ସିଲଚର୍‌ ମେଡ଼ିକାଲ କଲେଜକୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଟିକା ନଷ୍ଟ ହୋଇଥିବା ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଦେଶବ୍ୟାପୀ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଜାରି ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆସାମରେ ସପ୍ତାହରେ ୪ ଦିନ ଟିକାକରଣ କରାଯିବ।

Share