ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ ସମୂହ ଦୀପଦାନ ଉତ୍ସବରେ ବିଧାୟକ ଡ଼. ଦୁର୍ଗା ପ୍ରସନ ନାୟକ ଯୋଗଦେଇ ମୋଦିଜୀଙ୍କ ଦୀର୍ଘ ନୀରାମୟ ଜୀବନ କାମନା କରିଥିଲେ। ମା’ଙ୍କ ପୀଠଠାରେ ଏକ ହଜାରରୁ ଅଧିକ ଦୀପ ଜାଳିଥିଲେ। ସ୍ଥାନୀୟ କାର୍ଯ୍ୟ କର୍ତ୍ତାମାନଙ୍କ ମଧ୍ୟରେ ସରୋଜକାନ୍ତ ସାହୁ , ପ୍ରଜ୍ଞା ପାରମିତା କର, ପ୍ରଶାନ୍ତ ସେଠୀ, ଜୀବନାନନ୍ଦ ସାହୁ, ବ୍ଲକ ଆତ୍ମା ଅଧ୍ୟକ୍ଷ ହିମାଂଶୁ ଶେଖର ପ୍ରଧାନ, ତରୁଣକାନ୍ତ କାଞ୍ଜିଲାଲ , ତ୍ରିଲୋଚନ ରାଉତ, କ୍ରିଷ୍ଣପଦ ମଣ୍ଡକ , ବ୍ଲକ ଅଧ୍ୟକ୍ଷା ମୀରା ରାଣୀ ମହାନ୍ତି, ମିଲନ ଦେବନାଥ ଓ ରଞ୍ଜନ ଚୌଧୁରୀଙ୍କ ସମେତ ୨ ହଜାରରୁ ଅଧିକ ମହିଳାଙ୍କ ସହିତ କାର୍ଯ୍ୟକର୍ତ୍ତା ଉପସ୍ଥିତି ରହି ଦୀପ ଜାଳିଥିଲେ। ସେହିପରି ରାଜ୍ୟ ଭାଜପା ଉପ ସଭାପତି ବିଷ୍ଣୁ ଦାସ ମା’ ଅଲେଖ ନାହାକାଣୀ ପୀଠ ଠାରେ ମୋଦିଜୀ ଙ୍କ ଜନ୍ମ ଦିବସରେ ଦୀପ ଜାଳି ଶୁଭ ମନାସୀ ଥିଲେ।