Posted inଫୁରସତ

୧୦୦ ବର୍ଷ ପରେ ଫେରିଲେ ଆମେରିକୀୟ ନେଉଳ

ନୂଆଦିଲ୍ଲୀ: ପ୍ରାୟ ୧୦୦ ବର୍ଷ ପରେ ପୁଣି ଫେରିଛନ୍ତି ଓ୍ବଲ୍‌ଭରିନ୍‌ସ୍‌(ଆମେରିକୀୟ ନେଉଳ)। ଆମେରିକାର ଓ୍ବାଶିଂଟନସ୍ଥିତ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କରେ ଏମାନଙ୍କ ସନ୍ଧାନ ମିଳିଛି। ଏ ନେଇ ନିକଟରେ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କ ସର୍ଭିସେସ୍‌ ପକ୍ଷରୁ ଏକ ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ଆମେରିକାର ଉତ୍ତରାଞ୍ଚଳରେ ଦେଖାଯାଉଥିବା ଏହି ସର୍ବବୃହତ୍‌ ନେଉଳ ପ୍ରଜାତିଙ୍କୁ ଦୀର୍ଘବର୍ଷ ଧରି ଦେଖିବାକୁ ମିଳୁ ନ ଥିଲା। ଏବେ ପୁଣି ଏମାନଙ୍କ ଫେରିବା ଏକ ଭଲ ସୂଚନା ବୋଲି କୁହାଯାଇଛି। ୩୫ ସେକେଣ୍ଡର ଏହି ଭିଡିଓରେ ୩ଟି ଆମେରିକୀୟ ନେଉଳଙ୍କୁ ବରଫାଞ୍ଚଳର ଶେଷଭାଗରେ ଦେଖିବାକୁ ମିଳିଛି। ପରେ ଏମାନେ ସବୁଜ ପଡ଼ିଆ ଦେଇ ଜଙ୍ଗଲ ମଧ୍ୟକୁ ଦୌଡ଼ୁଥିବା ଦେଖାଯାଇଛି। ଏହି ଭିଡିଓଟିକୁ ଟ୍ରାଭିସ୍‌ ହାରିଶ୍‌ ରେକର୍ଡ କରିଥିବା ସୂଚନା ମିଳିଛି। ତେବେ ନ୍ୟାଶନାଲ ପାର୍କ ସର୍ଭିସେସ୍‌ ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ଏହା ଏକ ବିଲୁପ୍ତ ପ୍ରଜାତି ବୋଲି ଜଣାପଡ଼ିଛି। ଏହି ଟୁଇଟ୍‌ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ବିରଳ ପ୍ରଜାତି ନେଉଳଙ୍କ ଫେରିବାନେଇ ଅନେକ ଟୁଇଟର ବ୍ୟବହାରକାରୀ ଖୁସି ବ୍ୟକ୍ତି କରିଛନ୍ତି। ମାଉଣ୍ଟ ରେନିଅର ଜାତୀୟ ଉଦ୍ୟାନର ଅଧୀକ୍ଷକ ଚିପ୍‌ଜେଙ୍କିନ୍ସ ମଧ୍ୟ ଏହି ଆମେରିକୀୟ ନେଉଳଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ସାହିତ ଥିବା ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିଛନ୍ତି। ଏଠାରେ ଅଧିକ ସଂଖ୍ୟାରେ ମାଂସାଶୀ ପ୍ରାଣୀଙ୍କ ଉପସ୍ଥିତି, ଆମ ପାର୍କର ସ୍ଥିତି ଏବଂ ବନ୍ୟପ୍ରାଣୀଙ୍କ ଠିକ୍‌ ପରିଚାଳନାକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବାସସ୍ଥାନ ଅଭାବ, ଶିକାର ଏବଂ ପରିବେଶ ପରିବର୍ତ୍ତନ ଯୋଗୁ ଏହି ବିରଳ ପ୍ରଜାତିଙ୍କ ସଂଖ୍ୟା ଲୋପପାଇବାରେ ଲାଗିଛି। ତେବେ ଏମାନଙ୍କ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri