Posted inଜାତୀୟ

୧୦୦ ବର୍ଷର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୨।୧୦ : ଶନିବାର ୧୦ ଲକ୍ଷ ନିଯୁକ୍ତି ଡ୍ରାଇଭ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ୧୦୦ ବର୍ଷର ବେକାରି ତଥା ସ୍ବରୋଜଗାର ସମସ୍ୟାର ସମାଧାନ ୧୦୦ ଦିନରେ ହୋଇପାରିବ ନାହିଁ। ଗତ ୮ ବର୍ଷ ଧରି ଦେଶରେ ସରକାରଙ୍କ ଉଦ୍ୟମରେ ନିଯୁକ୍ତି ସୁଯୋଗ ଏବଂ ସ୍ବରୋଜଗାର ଯୋଜନା ଜାରି ରହିଛି। ତେବେ ସରକାର ଅଧିକ ନିଯୁକ୍ତି ସୃଷ୍ଟି କରୁଥିବାରୁ ଉତ୍ପାଦନ, ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ଉପରେ ଧ୍ୟାନ ଦେଉଛନ୍ତି।
କୋଭିଡ ମହାମାରୀ ସମୟରେ ସରକାର ଏମଏସଏମଇ କ୍ଷେତ୍ରକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଏହାଦ୍ୱାରା ୧.୫ କୋଟିରୁ ଅଧିକ ଚାକିରି ସଙ୍କଟ ଦୂର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ର ଏକ ବିବୃତ୍ତି ଅନୁଯାୟୀ, ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅବିରତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପିଏମ୍‌ଓର ବିବୃତ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଅନୁମୋଦିତ ପଦବୀଗୁଡିକରେ ଥିବା ଖାଲିଥିବା ପଦବୀ ପୂରଣ ଦିଗରେ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି। ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ / ବିଭାଗରେ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି।

ଏହି ନିଯୁକ୍ତିରେ ଗ୍ରୁପ-ଏ, ଗ୍ରୁପ-ବି (ଗେଜେଟେଡ), ଗ୍ରୁପ-ବି (ଅଣ-ଗେଜେଟେଡ) ଏବଂ ଗ୍ରୁପ-ସି ଆଦି ପଦବୀ ରହିଛି। ଯେଉଁ ପଦବୀରେ ନିଯୁକ୍ତି ଦିଆଯାଉଛି ସେଥିରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀରେ ଇନ୍ସପେକ୍ଟର, କନଷ୍ଟେବଳ, ଏଲଡିସି, ଷ୍ଟେନୋ, ପିଏ, ଆୟକର ଇନ୍ସପେକ୍ଟର, ଏମଟିଏସ ଆଦି ପଦବୀ ରହିଛି।

ନିଯୁକ୍ତି ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ଅବା ୟୁପିଏସସି, ଏସଏସସି ଏବଂ ରେଳବାଇ ନିଯୁକ୍ତି ବୋର୍ଡ ପରି ନିଯୁକ୍ତି ଏଜେନ୍ସି ମାଧ୍ୟମରେ ଏହା କରାଯାଇଛି। ଶୀଘ୍ର ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି ଏବଂ ଟେକ୍ନୋଲୋଜି-ସକ୍ଷମ କରାଯାଇଛି ବୋଲି ବିବୃତ୍ତି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଧରିତ୍ରୀ କର୍ମଚାରୀ ମୃତ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା):ସଡ଼କ ଦୁର୍ଘଟଣାରେ ଧରିତ୍ରୀ ରାୟଗଡ଼ା ସଂସ୍କରଣର ପ୍ରିଣ୍ଟ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡା ସଦର…

ଭାରତ-ନାମିବିଆ ମ୍ୟାଚ ପୂର୍ବରୁ ବଡ଼ ଅପଡେଟ, ଟିମ ଇଣ୍ଡିଆର ପ୍ଲେଇଂ XIରେ ହେବ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ,୯।୨: ଭାରତ ୨୦୨୬ ଟି୨୦ ବିଶ୍ୱକପରେ ବିଜୟ ସହିତ ଖାତା ଖୋଲିଥିଲା। ତଥାପି, ପ୍ରଥମ ମ୍ୟାଚ ଏହା ମଧ୍ୟ ଦେଖାଇଥିଲା ଯେ ଦଳକୁ ଏବେ ମଧ୍ୟ କିଛି…

ହଠାତ୍‌ ପାରଦ ତଳମୁହାଁ: ରାତିରେ ଖସୁଛି, ଦିନରେ ତାତି

ଭୁବନେଶ୍ୱର, ୯ା୨ (ବନ୍ଦନା ସେଠୀ):ରାଜ୍ୟରେ ହଠାତ୍‌ ପାରଦ ତଳମୁହାଁ ହୋଇଛି। ଫଳରେ ଏବେ ରାତିରେ ଶୀତ ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର…

IND vs PAK ମ୍ୟାଚ ବୟକଟ ଶେଷ କରିବାକୁ ICC ସାମ୍ନାରେ ୩ଟି ବଡ଼ ଦାବି ରଖିଲା ପାକିସ୍ତାନ, ଏହାକୁ ମାନିବ କି ଭାରତ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପ 2026 ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଘୋଡ଼ାଇ ହୋଇ ରହିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ…

ମିଠା ପ୍ରସ୍ତୁତ ମେଶିନରେ ପଶିଗଲା ନାବାଳକଙ୍କ ହାତ, ଆଉ ତା’ ପରେ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହିରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ରେଡ୍ଡୀ ସାହିରେ ଥିବା ସିଙ୍ଗପୁର ଗ୍ରାମର…

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ କରା ନ ଯିବାରୁ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ.ସନ୍ତୋଷ ରେଡ୍ଡୀ(୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ…

ଠିକାଦାରଙ୍କ ମନମାନି: ଜଙ୍ଗଲ କାଟି ରାସ୍ତା ତିଆରି, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ମହାକାଳପଡ଼ା,୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁରକ୍ଷା ପାଇଁ ତଟ ବନ୍ଧ ବିଭାଗ ପକ୍ଷରୁ ଖରିନାସୀ- ବାରନମ୍ବର ଘେରିବନ୍ଧ ପ୍ରଶସ୍ତୀକରଣରେ ଉଚ୍ଚ,…

୨୦୨୬ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ! ପ୍ରଥମ ମ୍ୟାଚ ପରେ ୱେଷ୍ଟଇଣ୍ଡିଜ ନମ୍ବର ୧, ଭାରତର ସ୍ଥାନ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପ ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନ କୌଣସି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିନଥିଲେ ମଧ୍ୟ, ସହଯୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri