ଯୁଦ୍ଧରେ ପ୍ରତିଦିନ ୧୦୦ ୟୁକ୍ରେନ୍‌ ସୈନ୍ୟଙ୍କ ମୃତ୍ୟୁ ଘଟୁଛି, ଜିତି ପାରିବନି ରୁଷିଆ, କହିଲେ ଜେଲେନସ୍କି…

କ୍ୱିଭ୍‌, ୨।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ପ୍ରତିଦିନ ଅତି କମରେ ୬୦ ରୁ ୧୦୦ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ଘଟୁଛି। ସେହିପରି ପ୍ରତିଦିନ ୫୦୦ ପାଖାପାଖି ସୈନ୍ୟ ଆହତ ହେଉଛନ୍ତି। ବୁଧବାର ଆମେରିକାର ନ୍ୟୁଜମାକ୍ସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ଏହି ଦାବି କରିଛନ୍ତି। ସେ କହିଛନ୍ତି ପରିସ୍ଥିତି ବହୁତ କଷ୍ଟସାଧ୍ୟ ରହିଛି।

ୟୁକ୍ରେନର ଡୋନେଟସ୍କ ଏବଂ ଲୁହାନସ୍କରେ ସବୁଠାରୁ କଷ୍ଟକର ପରିସ୍ଥିତି ସୃଷ୍ଟି ହୋଇଥିବା ସେ ସୂଚନା ଦେଇଛନ୍ତି। ୟୁକ୍ରେନ୍‌ର କ୍ଷତି ହେଉଥିଲେ ବି ରୁଷିଆ ଯୁଦ୍ଧରେ ଜିତି ପାରିବନି ବୋଲି ଜେଲେନସ୍କି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧକ୍ଷେତ୍ରରୁ ମିଳୁଥିବା ଖବରରୁ ଜଣାପଡିଛି ଯେ ରୁଷିଆ ମଧ୍ୟ ବହୁତ କ୍ଷତି ହୋଇଛି। ରୁଷିଆର ରାଷ୍ଟ୍ରପତି ଭ୍ଳାଡିମିର ପୁଟିନଙ୍ପକ ୟୁକ୍ରେନ୍‌ ବିଜୟ ଆଶା କେବେ ମଧ୍ୟ ପୂରଣ ହୋଇ ପାରିବ ନାହିଁ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ପୁଟିନଙ୍କୁ ଏବେ ବି ବିଶ୍ୱ ସମର୍ଥନ କରୁଛି। କାରଣ ରୁଷିଆ ଉପରେ ପ୍ରତିବନ୍ଧକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନାହିଁ। ଗୋଟିଏ ଦେଶର ନେତାଙ୍କୁ ହତ୍ୟା କରିବା ଦୁର୍ବଳତାର ସଙ୍କେତ । ଯଦି ତୁମେ କଥାବାର୍ତ୍ତା କରିପାରିବ ନାହିଁ ତେବେ ଏହା ମଧ୍ୟ ଏକ ଦୁର୍ବଳତା ବୋଲି ଜେଲେନକ୍ସି କହିଛନ୍ତି। ଯୁଦ୍ଧ ଆରମ୍ଭ କରିବା ଏକ ଦୁର୍ବଳତା ଏବଂ ପୁଟିନ୍‌ ପୂର୍ବରୁ ଏହା ଦର୍ଶାଇଛନ୍ତି ଯେ ସେ ଜଣେ ଦୁର୍ବଳ ରାଜନେତା। ଏଭଳି କହି ଜେଲେନକ୍ସି ପୁଟିନ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି।

Share