ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା ଦେଇଥିବା ୧୩୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୨ଜଣ ପ୍ରଥମ ଏବଂ ୨୦ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀନ୍ନ ହୋଇଛନ୍ତି। ଛାତ୍ର ଦିବ୍ୟଜ୍ୟୋତି ମହାନ୍ତି ୮୭.୫% ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ସେହିପରି ବବୁଲ ସାହୁ (୫୨୧), ଦୀପକ କୁମାର ରାଉତ (୫୨୧), ଲକ୍ଷ୍ମୀପ୍ରିୟା ଓଝା (୫୦୮), ଶୁଭସ୍ମିତା ସାହୁ (୫୦୫), ଦୁର୍ଗାପ୍ରସାଦ ମହାଭୋଇ (୫୦୫), ସାଇପ୍ରଭା ଦାସ (୫୦୨), ଅନନ୍ୟା ସ୍ବାଇଁ (୫୦୦), ଅରୋପ୍ରସାଦ ସାହୁ (୪୪୮) ମାର୍କ ରଖି ଶିକ୍ଷାନୁଷ୍ଠାନର ଗୌରବ ବଢ଼ାଇଛନ୍ତି। ୧୦୫ ପରୀକ୍ଷାର୍ଥୀ ମାଟ୍ରିକ୍‌ ତୁଳନାରେ ଉତ୍ତମ ପ୍ରଦର୍ଶନ କରି ଅଧିକ ମାର୍କ ରଖିଛନ୍ତି। କଲେଜର ଏହି ସଫଳତା ପାଇଁ ପରିଚାଳନା ପରିଷଦ ଅଧ୍ୟକ୍ଷ ଅନ୍ନଦା କୁମାର ମହାନ୍ତି, ଅଧ୍ୟକ୍ଷ ଡ. ତୁଷାର କୁମାର ମହାନ୍ତି କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଧ୍ୟାପିକା ଅଧ୍ୟାପକ, ଅଭିଭାବକ ଏବଂ କର୍ମଚାରୀଙ୍କୁ ଏହାର ଶ୍ରେୟ ଦେଇଛନ୍ତି।