ଭୁବନେଶ୍ୱରରେ ୧୦୦ ପ୍ରତିଶତ ଟିକାକରଣ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ୯ ଲକ୍ଷ ୭ ହଜାର ଲୋକଙ୍କୁ ୨ ଡୋଜ୍‌ରେ ୧୮.୧୪ ଲକ୍ଷ ଟାର୍ଗେଟ ଥିଲା। ଶୁକ୍ରବାର ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ୍‌ ଟିକା ଦିଆଯାଇଛି ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି। ସେଥିରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ୍‌ ନେଇସାରିଥିବା ବେଳେ ୭ ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ୍‌ ନେଇସାରିଛନ୍ତି।