Categories: ଜାତୀୟ

ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ…

ନୂଆଦିଲ୍ଲୀ, ୮।୧ : ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୂଚନା ଦେଇଛନ୍ତି। ଏହା ଦ୍ୱାରା ଅଧିକରୁ ଅଧିକ ବାଳିକାଙ୍କୁ ଭବିଷ୍ୟତରେ ସେନା ବାହିନୀରେ ଯୋଗଦେବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି। ଫଳରେ ଦେଶର ସୁରକ୍ଷାରେ ମହିଳାଙ୍କ ଅଧିକ ଯୋଗଦାନ ରହିବ।

ଏକ ଓ୍ବେବନାରରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ଏଭଳି ମତପୋଷଣ କରିଛନ୍ତି।

ସୈନିକ ସ୍କୁଲରେ ଶିକ୍ଷାର୍ଥୀଙ୍କୁ ଜାତୀୟ ସୁରକ୍ଷା ସହିତ ନୈତିକତା ଶିକ୍ଷାଦାନ କରାଯାଇଥାଏ। ଫଳରେ ଦେଶ ସେବା ପ୍ରତି ଶିକ୍ଷାର୍ଥୀଙ୍କ ମଧ୍ୟରେ ନିଷ୍ଠାପର ଭାବ ସୃଷ୍ଟି ହୋଇପାରିଥାଏ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି।

Share