Categories: ଜାତୀୟ

ଫିଙ୍ଗିବାକୁ ପଡିଥିଲା ୧୦୦ ମିଲିୟନ କୋଭିଶିଲ୍ଡ ଡୋଜ୍‌: ପୁନାଓ୍ବାଲା

ନୂଆଦିଲ୍ଲୀ,୨୧।୧୦: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ) ଗତ ବର୍ଷ ଡିସେମ୍ବରରେ କୋଭିଶିଲ୍ଡ ଭ୍ୟାକ୍ସିନ ଉତ୍ପାଦନ ବନ୍ଦ କରି ଦେଇଛି। ବିକାଶଶୀଳ ଦେଶଗୁଡ଼ିକର ଭ୍ୟାକ୍ସିନ ଉତ୍ପାଦନକାରୀ ନେଟୱାର୍କର ବାର୍ଷିକ ସାଧାରଣ ସଭାରେ ଏସ୍‌ଆଇଆଇ ସିଇଓ ଆଦର ପୁନାୱାଲା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ବୁଷ୍ଟର ଡୋଜର ଚାହିଦା ଆଦୌ ନାହିଁ। ଲୋକମାନେ ବର୍ତ୍ତମାନ କରୋନା ସହ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କଲେଣି। କମ୍ପାନୀ ଗତ ବର୍ଷ ଉତ୍ପାଦନ ବନ୍ଦ କରିଦେଇଥିଲା କାରଣ ସେହି ସମୟରେ ଷ୍ଟକ୍‌ରେ ଥିବା ପ୍ରାୟ ୧୦୦ ମିଲିୟନ୍‌ କୋଭିଶିଲ୍ଡ ଡୋଜକୁ ଫିଙ୍ଗିବାକୁ ପଡିଥିଲା।
ଏଥି ସହିତ, ଓମିକ୍ରନ ପ୍ରକାରଗୁଡିକ ବିରୁଦ୍ଧରେ ଏକ ଟିକା ବିକଶିତ କରିବାକୁ ଏସ୍‌ଆଇଆଇର ପ୍ରୟାସ ବିଷୟରେ ପୁନାୱାଲା କହିଛନ୍ତି, କମ୍ପାନୀ ଏଥିପାଇଁ ଆମେରିକାର ନୋଭାଭ୍ୟାକ୍ସ ସହ ସହଭାଗୀତା କରୁଛି। ଏହା ଏକ ଦ୍ୱିପାକ୍ଷିକ ଟିକା ହେବାକୁ ଯାଉଛି।

Share