ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ କରିଥିବା ନିମେସୁଲାଇଡ୍ ଟାବଲେଟ୍ ପ୍ରସ୍ତୁତି, ବିକ୍ରୟ ଏବଂ ବଣ୍ଟନକୁ ବ୍ୟାନ କରାଯାଇଛି । ଏହି ନିଷ୍ପତ୍ତି ଔଷଧ ଏବଂ ପ୍ରସାଧନ ଆଇନ ୧୯୪୦ ର ଧାରା ୨୬ଇ ଅନୁଯାୟୀ ନିଆଯାଇଛି। ସରକାର କହିଛନ୍ତି ଯେ ଏହି ଔଷଧ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ବଜାରରେ ଅନେକ ସୁରକ୍ଷିତ ବିକଳ୍ପ ଉପଲବ୍ଧ ଥିବାରୁ ଏହାକୁ ବ୍ୟାନ କରାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ନିମସୁଲାଇଡର 100 ମିଗ୍ରାରୁ ଅଧିକ ମାତ୍ରା ମଣିଷ ପାଇ ବିପଦ ସୃଷ୍ଟି କରିପାରେ। ଏହା ଏକ ଅଣ-ଷ୍ଟେରୋଏଡାଲ୍ ଆଣ୍ଟି-ଇନଫ୍ଲାମେଟରୀ ଔଷଧ (NSAID) ଯାହା ଯକୃତ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଔଷଧର ବିଷାକ୍ତତା ଏବଂ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ନିର୍ଣ୍ଣୟ କରିବା ପାଇଁ ବିଶ୍ୱବ୍ୟାପୀ ତଦନ୍ତ ଚାଲିଛି । ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡର ପରାମର୍ଶ ପରେ ସରକାର ଏହି ଔଷଧକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିମସୁଲାଇଡ ବର୍ତ୍ତମାନ ସାରା ଦେଶରେ ନିଷିଦ୍ଧ କରାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଣିଷ ଉପରେ ଯନ୍ତ୍ରଣା ନିବାରକ ଔଷଧର ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି । ଏହା ମନେ ରଖିବା ଉଚିତ ଯେ ଯନ୍ତ୍ରଣା ନିବାରକର ଅତ୍ୟଧିକ ମାତ୍ରା ନେବା ଦ୍ଵାରା ଯକୃତ ଏବଂ କିଡନୀ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ । ଡାକ୍ତରମାନେ ଯନ୍ତ୍ରଣା ନିବାରକ ଔଷଧ କମ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି ।


