୧୦୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର,୨।୧୨(ବୂ୍ୟରୋ): ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ ୱେଲ ମାର୍କଡ ଲୋ’ ପ୍ରେସର । ଡିପ୍ରେସନ ହେବା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ଏହା ପ୍ରଭାବରେ ଆସନ୍ତା କାଲି ରାତିରୁ ଆରମ୍ଭ ହୋଇଯିବ ବର୍ଷା, ପବନ । ବାତ୍ୟା ‘ଜୱାଦ’ ସମୟରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦ କି.ମି ରହିବ । ପବନ ବେଗ ତାଠାରୁ ଅଧିକ ହେବା ଆଶଙ୍କା ନାହିଁ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।