୫୦ ରାଜ୍ୟରେ ୧୦୦ ଗର୍ଲଫ୍ରେଣ୍ଡ

ୱାଶିଂଟନ୍‌: ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ କେହି ଜଣେ ଭଲ ଜୀବନସାଥୀ ରହୁ। ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ହୋଇ ନ ଥାଏ। ହେଲେ ଜଣେ ଯୁବକଙ୍କ କହିବା ମୁତାବକ, ସେ ଏପର୍ଯ୍ୟନ୍ତ ୫୦ ରାଜ୍ୟର ୧୦୦ ଝିଅଙ୍କୁ ଡେଟ୍‌ କରିସାରିଲେଣି, କିନ୍ତୁ ତାଙ୍କୁ ତାଙ୍କ ସ୍ବପ୍ନର ରାଜକୁମାରୀ ମିଳିପାରିନାହିଁ। ରିପୋର୍ଟ ମୁତାବକ ଆମେରିକାର ମୋଣ୍ଟାନାର ବାସିନ୍ଦା ୨୬ ବର୍ଷୀୟ ମୈଥ୍ୟୁ ଓର୍ନିଂ ୨୦୨୦ କରୋନା ମହାମାରୀ ସମୟରେ ସେ ଘରେ ବସି ବସି ବିରକ୍ତ ହେଉଥିଲେ। ସେଥିପାଇଁ ସେ ମୋବାଇଲରେ ଡେଟିଂ ଆପ୍‌ ଜରିଆରେ ଅନ୍‌ଲାଇନ ଡେଟିଂ ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ ଜଣାପଡ଼ିଲା କି ସେଥିରେ ନିଜର ଠିକଣା ବଦଳେଇହେବ, ଏହାପରଠାରୁ ସେ ନିଜର ଠିକଣା ବଦଳାଇ ବିଭିନ୍ନ ସ୍ଥାନରୁ ଝିଅଙ୍କ ସହ ଡେଟିଂ ଆରମ୍ଭ କଲେ। ମୈଥ୍ୟୁ ନିଜ ଦେଶର ୫୦ ରାଜ୍ୟରୁ ମୋଟ ୧୦୦ ଜଣଙ୍କୁ ଡେଟ୍‌ କରିସାରିଛନ୍ତି। ହେଲେ ତାଙ୍କୁ ଏପର୍ଯ୍ୟନ୍ତ ତାଙ୍କ ଜୀନବସାଥୀ ମିଳିପାରି ନାହିଁ। ସେ ସମସ୍ତ ରାଜ୍ୟରେ ନିଜ ପାଇଁ ଜୀବନସାଥୀର ତଲାସରେ ଅଛନ୍ତି। ଏହି ମିଶନର ଆରମ୍ଭ ମିଚିଗାନ୍‌ରୁ ଆରମ୍ଭ କରି ଆଲାସ୍କା ପର୍ଯ୍ୟନ୍ତ ଯାଇଛି। ସେସବୁ ରାଜ୍ୟର ସମସ୍ତ ଡେଟିଂ ଝିଅଙ୍କ ପାଖକୁ ଗାଡ଼ି ଚଳାଇ ଯାଇଛନ୍ତି। ହେଲେ ତାଙ୍କୁ ଆଲାସ୍କା ଏବଂ ହୱାଇରୁ ବିମାନ ଜରିଆରେ ଯିବାକୁ ପଡ଼ିଥିଲା। ଏହି ମିଶନରେ ସେ ତାଙ୍କ ଡେଟିଂ ପାର୍ଟନରଙ୍କ ସହିତ ପାରାସେଲିଂ, ଜିପ୍‌ ଲିନିଂ, ହେଲିକପ୍ଟର ରାଇଡ୍‌, ହର୍ସ ରାଇଡ୍‌, ଏୟାର ବୋଟିଂ ଆଦିର ମଜା ଉଠାଇଛନ୍ତି। ମୈଥ୍ୟୁଙ୍କୁ ଏହା ମଧ୍ୟରୁ କିଛି ଝିଅ ପସନ୍ଦ ଆସିଥିବାବେଳେ ତାଙ୍କ ଘର ଦୂର ହୋଇଯିବାରୁ ସେ ସେମାନଙ୍କ ପ୍ରତି ଆଗ୍ରହୀ ନାହାନ୍ତି। ତାଙ୍କ କହିବା ମୁତାବକ, ଜୀବନସାଥୀ ସହିତ ଦେଖା ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri