୧୨ରୁ ୧୫ ବର୍ଷ ପିଲାଙ୍କ ପାଇଁ ଫାଇଜର ୧୦୦% ଫଳପ୍ରଦ

ବର୍ଲିନ,୧।୪: ବାୟୋଟେକ୍‌-ଫାଇଜର କମ୍ପାନୀ ପ୍ରସ୍ତୁତ କୋଭିଡ୍‌ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ବୁଧବାର ଦାବି କରାଯାଇଛି। ଆଗାମୀ ଶିକ୍ଷାବର୍ଷ ପୂର୍ବରୁ ଏହି କିଶୋର କିଶୋରୀଙ୍କୁ କୋଭିଡ୍‌ ଟିକା ଦେବା ନିମନ୍ତେ ଉକ୍ତ କମ୍ପାନୀ ମଞ୍ଜୁରୀ ଅପେକ୍ଷାରେ ରହିଛି। ଉକ୍ତ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ ଆମେରିକାରେ ୨,୨୬୦ କିଶୋର କିଶୋରୀଙ୍କଠାରେ କରାଯାଇଥିଲା। ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ କରିବାରେ ଏହା ୧୦୦ ପ୍ରତିଶତ ସଫଳ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share