ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା

ଭାପୁର, ୫।୬(ଡିଏନଏ): ନୟାଗଡ଼ ଜିଲା ଭାପୁର ବ୍ଲକରେ ଅସଲି ସହ ତାଳଦେଇ ନକଲି ରାଜ କରୁଛି। ପ୍ରତ୍ୟେକ କ୍ଷେତ୍ରରେ ନକଲି ପରିମାଣ ଏଭଳି ସ୍ଥିତି ସୃଷ୍ଟି କରିଛି ଯେ ଅସଲି ଚାତକ ସାଜିଛନ୍ତି। ନକଲି ଦିଦ୍ୟାଙ୍ଗ ପାଇଁ ଅସଲି ମାନେ ଅଡ଼ୁଆରେ ପଡ଼ୁଛନ୍ତି। ଦଲାଲଙ୍କ ମାଧ୍ୟମରେ ଦିଦ୍ୟାଙ୍ଗ ପ୍ରମାଣପତ୍ର ହାତେଇ ଶହ ଶହ ସୁସ୍ଥ ସବଳ ବ୍ୟକ୍ତି ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ହାତେଇଛନ୍ତି। ବିଗତ ଦିନରେ ନକଲି ଦିଦ୍ୟାଙ୍ଗ ପ୍ରମାଣପତ୍ର ଦେଇ ଭତ୍ତା ହାତେଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଉନାହିଁ କି କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ଧ ,ମୁକ,ବଧିର ଭଳି ଅଭିନୟ କରି ପ୍ରମାଣପତ୍ର ହାତେଇବା ପରେ ଭତ୍ତା ସହିତ ଅନେକ ସରକାରୀ ସହାୟତା ଲାଭ ପାଉଛନ୍ତି। ଅଭିଯୋଗ ହେଉଛି ଭାପୁର ବ୍ଲକର ୨/୩ ମଧ୍ୟସ୍ଥ ମେଡିକାଲର କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତବାରେସୀ କରି ଦିବ୍ୟାଙ୍ଗ ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବ୍ୟବସ୍ଥାରେ ରହୁନି ସାଧୁତା ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା ପାଇବାକୁ ଆବେଦନ କରିସାରିବା ପରେ ବର୍ଷବର୍ଷ ଧରି ଅପେକ୍ଷା କରି ରହୁଛନ୍ତି।
ସୂଚନାଯୋଗ୍ୟ, ପୁରୁଣା ଭତ୍ତାଧାରୀଙ୍କ ମୃତ୍ୟରେ ସୃଷ୍ଟିହେଉଥିବା ଶୂନ୍ୟସ୍ଥାନରେ ହିଁ ନୂତନ ଆବେଦନକାରୀଙ୍କୁ ସ୍ଥାନ ମିଳେ। ପୁଣି ଅଧିକ ପ୍ରତିଶତ ଭିନ୍ନକ୍ଷମଙ୍କ ପାଳି ଆଗରେ ପଡ଼ିବା ବେଳେ କମ ପ୍ରତିଶତ ଭିନ୍ନକ୍ଷମଙ୍କ ପାଳି ପଛରେ ପଡ଼ିବା ସୱାଭାବିକ ବ୍ୟବସ୍ଥା ଅଟେ। କିନ୍ତୁ ବ୍ଲକରେ ସୱଚ୍ଛ ପଦ୍ଧତି ଅନୁସରଣ କରାଯାଉନାହିଁ ବୋଲି ପ୍ରମାଣ ମିଳୁଛି। ବ୍ଲକର ସରକାରୀ କର୍ମଚାରୀଙ୍କ ନିଷ୍ପତ୍ତିରେ ଅଗ୍ରାଧିକାର ତାଲିକା ଚୟନ ହୋଇ ଜିଲ୍ଲା କାର୍ଯ୍ୟାଳୟକୁ ପଠାଯାଉଛି। ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ବ୍ଲକ କାର୍ଯ୍ୟାଳୟ ଆସି ବାରମ୍ବାର ଆବେଦନ କରିବାରେ ମଧ୍ୟ କିଛି ସୁଫଳ ମିଳୁନି। ଏପରି ଏକ ଅଭିଯୋଗ ଆସିଛି ଭାପୁର ବ୍ଲକର ପଦ୍ମାବତୀ ଗ୍ରାମରୁ। ପଦ୍ମାବତୀ ପଞ୍ଚାୟତର ପବିତ୍ର କୁମାର ସାହୁଙ୍କ ୬ ବର୍ଷୀୟ ପୁତ୍ର ଶତ ପ୍ରତିଶତ ଶ୍ରବଣ ବାଧିତ ଭିନ୍ନକ୍ଷମ ଅଟେ। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ୨୧ା ୮ା ୨୦୨୧ରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ଏଯାବତ ଭତ୍ତା ପାଇବାକୁ ବାରମ୍ବାର ବ୍ଲକ ଅଫିସ ଦୌଡୁଛନ୍ତି। ଭତ୍ତା ପାଇବାରେ ଶତ ପ୍ରତିଶତ ଭିନ୍ନକ୍ଷମଙ୍କ ପାଳି ପ୍ରଥମେ ଆସିବା କଥା କିନ୍ତୁ ଦୁଇ ବର୍ଷ ମଧ୍ୟରେ ଦୁଇଥର ଆବେଦନ କରି ସରିବା ପରେ ମଧ୍ୟ ଭତ୍ତା ମିଳୁନାହିଁ। ଏ ନେଇ ବ୍ଲକ କାର୍ଯ୍ୟାଳୟ ଯାଇ ନୟାନ୍ତ ହୋଇପଡିଲେଣି। ଅଭିଯୋଗ କଲେ କୁହନ୍ତି, ଡିଏସ୍‌ଏସ୍‌ଓଙ୍କୁ ଲିଷ୍ଟ ପଠାଇଦେଇଛୁ, ବାକି କଥା ଜିଲା ଅଫିସରୁ ବୁଝିବ ବୋଲି ବ୍ଲକ ଅଧିକାରୀମାନେ ଉତ୍ତର ଦେଇ ବସିପ। ଯଦି ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ଭତ୍ତା ମିଳିପାରୁନି ତେବେ କମ ପ୍ରତିଶତ ଭିନ୍ନକ୍ଷମଙ୍କୁ ଭତ୍ତା କିପରି ମିଳୁଛି ତାହା ସେ ପବିତ୍ର ପ୍ରଶ୍ନ କରିଛନ୍ତି। ଅନଲାଇନରେ ଆବେଦନ କରିବା ସୁଯୋଗ ଥିଲେ ମଧ୍ୟ ୱେଟିଂ ନମ୍ବର ପ୍ରଦାନ କରାଯାଉନାହିଁ। ଭିନ୍ନକ୍ଷମଙ୍କ ଭତ୍ତା ଅଗ୍ରାଧିକାର ତାଲିକା ସାର୍ଜନୀନ ହେଉ ନ ଥିବାରୁ ବ୍ୟବସ୍ଥାରେ ସାଧୁତା ରହୁନାହିଁ। ଜିଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ଭିନ୍ନକ୍ଷମଙ୍କ ପ୍ରତି ଉପହାସ ପାଲଟିଛି। ଏନେଇ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଭିନ୍ନକ୍ଷମ ସଓଘର ସଦସ୍ୟ ନାରାୟଣ ପ୍ରଧାନଙ୍କୁ ପଚାରିଲେ କୁହନ୍ତି , ଭାପୁର ବ୍ଲକର ଦୁଇ ତିନି ଜଣ ମଧ୍ୟସ୍ଥ କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତକରି ନକଲି ପ୍ରମାଣପତ୍ର ହାତେଇଛନ୍ତି ଫଳରେ ଅସଲି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ପାରୁ ନାହିଁ। ଏଥିପାଇଁ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?