ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା

ଭାପୁର, ୫।୬(ଡିଏନଏ): ନୟାଗଡ଼ ଜିଲା ଭାପୁର ବ୍ଲକରେ ଅସଲି ସହ ତାଳଦେଇ ନକଲି ରାଜ କରୁଛି। ପ୍ରତ୍ୟେକ କ୍ଷେତ୍ରରେ ନକଲି ପରିମାଣ ଏଭଳି ସ୍ଥିତି ସୃଷ୍ଟି କରିଛି ଯେ ଅସଲି ଚାତକ ସାଜିଛନ୍ତି। ନକଲି ଦିଦ୍ୟାଙ୍ଗ ପାଇଁ ଅସଲି ମାନେ ଅଡ଼ୁଆରେ ପଡ଼ୁଛନ୍ତି। ଦଲାଲଙ୍କ ମାଧ୍ୟମରେ ଦିଦ୍ୟାଙ୍ଗ ପ୍ରମାଣପତ୍ର ହାତେଇ ଶହ ଶହ ସୁସ୍ଥ ସବଳ ବ୍ୟକ୍ତି ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ହାତେଇଛନ୍ତି। ବିଗତ ଦିନରେ ନକଲି ଦିଦ୍ୟାଙ୍ଗ ପ୍ରମାଣପତ୍ର ଦେଇ ଭତ୍ତା ହାତେଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଉନାହିଁ କି କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ଧ ,ମୁକ,ବଧିର ଭଳି ଅଭିନୟ କରି ପ୍ରମାଣପତ୍ର ହାତେଇବା ପରେ ଭତ୍ତା ସହିତ ଅନେକ ସରକାରୀ ସହାୟତା ଲାଭ ପାଉଛନ୍ତି। ଅଭିଯୋଗ ହେଉଛି ଭାପୁର ବ୍ଲକର ୨/୩ ମଧ୍ୟସ୍ଥ ମେଡିକାଲର କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତବାରେସୀ କରି ଦିବ୍ୟାଙ୍ଗ ପ୍ରମାଣପତ୍ର ଯୋଗାଇ ଦେଉଛନ୍ତି। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବ୍ୟବସ୍ଥାରେ ରହୁନି ସାଧୁତା ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ମିଳୁନି ଭତ୍ତା ପାଇବାକୁ ଆବେଦନ କରିସାରିବା ପରେ ବର୍ଷବର୍ଷ ଧରି ଅପେକ୍ଷା କରି ରହୁଛନ୍ତି।
ସୂଚନାଯୋଗ୍ୟ, ପୁରୁଣା ଭତ୍ତାଧାରୀଙ୍କ ମୃତ୍ୟରେ ସୃଷ୍ଟିହେଉଥିବା ଶୂନ୍ୟସ୍ଥାନରେ ହିଁ ନୂତନ ଆବେଦନକାରୀଙ୍କୁ ସ୍ଥାନ ମିଳେ। ପୁଣି ଅଧିକ ପ୍ରତିଶତ ଭିନ୍ନକ୍ଷମଙ୍କ ପାଳି ଆଗରେ ପଡ଼ିବା ବେଳେ କମ ପ୍ରତିଶତ ଭିନ୍ନକ୍ଷମଙ୍କ ପାଳି ପଛରେ ପଡ଼ିବା ସୱାଭାବିକ ବ୍ୟବସ୍ଥା ଅଟେ। କିନ୍ତୁ ବ୍ଲକରେ ସୱଚ୍ଛ ପଦ୍ଧତି ଅନୁସରଣ କରାଯାଉନାହିଁ ବୋଲି ପ୍ରମାଣ ମିଳୁଛି। ବ୍ଲକର ସରକାରୀ କର୍ମଚାରୀଙ୍କ ନିଷ୍ପତ୍ତିରେ ଅଗ୍ରାଧିକାର ତାଲିକା ଚୟନ ହୋଇ ଜିଲ୍ଲା କାର୍ଯ୍ୟାଳୟକୁ ପଠାଯାଉଛି। ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ବ୍ଲକ କାର୍ଯ୍ୟାଳୟ ଆସି ବାରମ୍ବାର ଆବେଦନ କରିବାରେ ମଧ୍ୟ କିଛି ସୁଫଳ ମିଳୁନି। ଏପରି ଏକ ଅଭିଯୋଗ ଆସିଛି ଭାପୁର ବ୍ଲକର ପଦ୍ମାବତୀ ଗ୍ରାମରୁ। ପଦ୍ମାବତୀ ପଞ୍ଚାୟତର ପବିତ୍ର କୁମାର ସାହୁଙ୍କ ୬ ବର୍ଷୀୟ ପୁତ୍ର ଶତ ପ୍ରତିଶତ ଶ୍ରବଣ ବାଧିତ ଭିନ୍ନକ୍ଷମ ଅଟେ। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ୨୧ା ୮ା ୨୦୨୧ରୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ଏଯାବତ ଭତ୍ତା ପାଇବାକୁ ବାରମ୍ବାର ବ୍ଲକ ଅଫିସ ଦୌଡୁଛନ୍ତି। ଭତ୍ତା ପାଇବାରେ ଶତ ପ୍ରତିଶତ ଭିନ୍ନକ୍ଷମଙ୍କ ପାଳି ପ୍ରଥମେ ଆସିବା କଥା କିନ୍ତୁ ଦୁଇ ବର୍ଷ ମଧ୍ୟରେ ଦୁଇଥର ଆବେଦନ କରି ସରିବା ପରେ ମଧ୍ୟ ଭତ୍ତା ମିଳୁନାହିଁ। ଏ ନେଇ ବ୍ଲକ କାର୍ଯ୍ୟାଳୟ ଯାଇ ନୟାନ୍ତ ହୋଇପଡିଲେଣି। ଅଭିଯୋଗ କଲେ କୁହନ୍ତି, ଡିଏସ୍‌ଏସ୍‌ଓଙ୍କୁ ଲିଷ୍ଟ ପଠାଇଦେଇଛୁ, ବାକି କଥା ଜିଲା ଅଫିସରୁ ବୁଝିବ ବୋଲି ବ୍ଲକ ଅଧିକାରୀମାନେ ଉତ୍ତର ଦେଇ ବସିପ। ଯଦି ଶତ ପ୍ରତିଶତ ଭିନ୍ନକ୍ଷମଙ୍କୁ ଭତ୍ତା ମିଳିପାରୁନି ତେବେ କମ ପ୍ରତିଶତ ଭିନ୍ନକ୍ଷମଙ୍କୁ ଭତ୍ତା କିପରି ମିଳୁଛି ତାହା ସେ ପବିତ୍ର ପ୍ରଶ୍ନ କରିଛନ୍ତି। ଅନଲାଇନରେ ଆବେଦନ କରିବା ସୁଯୋଗ ଥିଲେ ମଧ୍ୟ ୱେଟିଂ ନମ୍ବର ପ୍ରଦାନ କରାଯାଉନାହିଁ। ଭିନ୍ନକ୍ଷମଙ୍କ ଭତ୍ତା ଅଗ୍ରାଧିକାର ତାଲିକା ସାର୍ଜନୀନ ହେଉ ନ ଥିବାରୁ ବ୍ୟବସ୍ଥାରେ ସାଧୁତା ରହୁନାହିଁ। ଜିଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ଭିନ୍ନକ୍ଷମଙ୍କ ପ୍ରତି ଉପହାସ ପାଲଟିଛି। ଏନେଇ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଭିନ୍ନକ୍ଷମ ସଓଘର ସଦସ୍ୟ ନାରାୟଣ ପ୍ରଧାନଙ୍କୁ ପଚାରିଲେ କୁହନ୍ତି , ଭାପୁର ବ୍ଲକର ଦୁଇ ତିନି ଜଣ ମଧ୍ୟସ୍ଥ କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତକରି ନକଲି ପ୍ରମାଣପତ୍ର ହାତେଇଛନ୍ତି ଫଳରେ ଅସଲି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ପାରୁ ନାହିଁ। ଏଥିପାଇଁ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri