୧୦୦ଦିନ ପୂରଣ କଲା ତାଲିବାନ ହେଲେ ମିଳିଲାନି ମାନ୍ୟତା

କାବୁଲ,୨୫ ।୧୧: ଆଫଗାନିସ୍ତାନରେ ତାଳିବାନର ଶାସନକୁ ୧୦୦ ଦିନ ପୂରଣ ହୋଇଛି । ଇତିମଧ୍ୟରେ ତାଳିବାନକୁ ଶିକ୍ଷା ମିଳିଛି ଯେ କୌଣସି ଶାସନକୁ ହଟାଇ ଦେଶକୁ ନିଜ ଅକ୍ତିୟାରକୁ ନେବା ସହଜ କଥା, ହେଲେ ଏହାକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ମିଳିବା ସହଜ କଥା ନୁହେଁ । ଆଫଗାନିସ୍ତାନର ନୂଆ ସରକାରର ମୁଖ୍ୟ ମାୱଲାଇ ହବିବୁଲ୍ଲା ଅଖଂଦଜାଦ ରହିଛନ୍ତି । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଇତିମଧ୍ୟରେ ଆମରି ଖାଁ ମୁତକିଙ୍କ ନେତୃତ୍ୱରେ ଆଫଗାନ ସରକାର ଅନ୍ତରାଷ୍ଟ୍ରୀୟ ମାନ୍ୟତା ପାଇବାକୁ ବହୁବାର ଚେଷ୍ଟା କଲେଣି ହେଲେ ଏଥିରେ ସଫଳତା ମିଳି ପାରୁ ନାହିଁ । ଏହାକୁ ନେଇ କେତେଜଣ ଅଧିକାରୀ ବିଭିନ୍ନ ଦେଶ ଗସ୍ତ କରି ସାରିଲେଣି । ଆଉ ଏହାର ଜବାବରେ ୬ ଦେଶର ପ୍ରତିନିଧି ଆଫଗାନିସ୍ତାନ ଯାଇ ସେଠାକାର ଅଧିକାରୀଙ୍କ ସହ କଥା ହୋଇ ସାରିଲେଣି । ଅନ୍ୟପଟେ ଇରାନ, ପାକିସ୍ତାନ, ଭାରତ, ରୁଷିଆ ଓ ଚାଇନା ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବୈଠକ କରିଛନ୍ତି । ସରକାରଙ୍କ ଆଶାର ବିପରିତ ଏହି ବୈଠକରେ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ମାନ୍ୟତା ଦେବା ଉପରେ ଆଲୋଚନା ହୋଇ ନ ଥିଲା । ଏଥିରେ କୁହାଯାଇଥିଲା କି ଆଫଗାନିସ୍ତାନର ମାଟି ଆଙ୍କବାଦ ପାଇଁ ବ୍ୟବହାର ନ ହେଉ । ଏଥିପାଇଁ ଇସଲାମି ସରକାରଙ୍କ ବିଦେଶ ନୀତି ଓ କୁଟନୈତିକ ସମ୍ପର୍କ କେବଳ କିଛି ପଡୋଶୀ ଦେଶ ପାଖରେ ସୀମିତ ହୋଇ ରହିଗଲା । ଏହାପରେ ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ମୁଖ୍ୟ ମରାମର୍ଶଦାତା ଫକରୁଦ୍ଦିନ କ୍ୱାରିଜାଦା କହିଛନ୍ତି, ବିଶ୍ୱ ଅପେକ୍ଷା କରିଛି ତାଲିବାନ ଦେଇଥିବା କଥାକୁ ପୂରଣ କରୁଛି ନା ନାହିଁ ।

Share