ଆମେରିକୀୟଙ୍କୁ ୧୦୦ ଦିନ ମାସ୍କ ପିନ୍ଧିବାକୁ କହିବେ ବାଇଡେନ୍‌

ଓ୍ବାଶିଂଟନ,୫ା୧୨: କୋଭିଡ୍‌-୧୯ରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାବାସୀଙ୍କୁ ଶହେ ଦିନ ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେବେ ବୋଲି କହିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯଦି ଆମେରିକାର ସମସ୍ତ ବାସିନ୍ଦା ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଅନ୍ତି ତେବେ ସଂକ୍ରମଣ ବହୁମାତ୍ରାରେ କମିଯିବ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ବାଇଡେନ୍‌ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ବାଇଡେନ କହିଛନ୍ତି, ଦାୟିତ୍ୱ ନେବାର ପ୍ରଥମ ଦିନରେ କେବଳ ଶହେ ଦିନ ପାଇଁ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେବେ। ପ୍ରତୀକାତ୍ମକ ଭାବେ ଆମେରିକାରେ ନୂତନ ଶାସକଙ୍କ ପ୍ରଥମ ଶହେ ଦିନର କାର୍ଯ୍ୟ ଗୁରୁତ୍ୱ ରଖେ।

Share