୧୦୦ କୋଟି ଯୁବପିଢ଼ି ଶ୍ରବଣଶକ୍ତି ହରାଇପାରନ୍ତି

ପ୍ୟାରିସ୍‌, ୧୭।୧୧: ନୂଆ ଟ୍ରେଣ୍ଡକୁ ଯୁବପିଢ଼ି ଅତି ସରାଗରେ ଆପଣାଇବାରେ ଲାଗିଛନ୍ତି। ଜୀବନକୁ ନିଜ ଇଚ୍ଛା ଅନୁସାରେ ଜୀଇଁବା ପାଇଁ ସେମାନେ ଓ୍ବିକେଣ୍ଡ୍‌ ପାର୍ଟି, ପବ୍‌ ଓ ମ୍ୟୁଜିକ୍‌ କନ୍‌ସର୍ଟରେ ମଜ୍ଜି ରହୁଛନ୍ତି। ଏହି ସବୁ କାର୍ଯ୍ୟକ୍ରମରେ ଲାଗୁଥିବା ଲାଉଡ୍‌ ମ୍ୟୁଜିକ୍‌ ସେମାନଙ୍କ ଶରୀର ପାଇଁ ଘାତକ ହେବା ଜାଣି ମଧ୍ୟ ସେମାନେ ଏହାକୁ ଅଣଦେଖା କରୁଛନ୍ତି। ଲାଉଡ୍‌ ମ୍ୟୁଜିକ୍‌ ବା ଉଚ୍ଚ ଶବ୍ଦଯୁକ୍ତ ସଙ୍ଗୀତ ଯୋଗୁ ଯୁବପିଢ଼ି ଶ୍ରବଣଶକ୍ତି ହରାଇବା ଆଶଙ୍କା ଥିବା ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) କହିଛି। ଏ ନେଇ ଡବ୍ଲ୍ୟୁଏଚ୍‌ଓ ନେତୃତ୍ୱରେ କରାଯାଇଥିବା ଅଧ୍ୟୟନ ଅନୁସାରେ ହେଡ୍‌ଫୋନ୍‌ ଓ ଲାଉଡ୍‌ ମ୍ୟୁଜିକ୍‌ କାରଣରୁ ବିଶ୍ୱରେ ୧୦୦ କୋଟି (୧ ବିଲିୟନ) ଯୁବପିଢ଼ି ଶ୍ରବଣଶକ୍ତି ହରାଇପାରନ୍ତି।

ଏ ନେଇ ସତର୍କତା ଅବଲମ୍ବନ କରିବା ସହ ସରକାର ଓ ହେଡ୍‌ଫୋନ୍‌ ନିମଣକାରୀ କମ୍ପାନୀ ଯୁବପିଢ଼ିଙ୍କ ଶୁଣିବାଶକ୍ତି ଯେପରି ପ୍ରଭାବିତ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ଏ ସଂକ୍ରାନ୍ତୀୟ ୩୩ଟି ଅଧ୍ୟୟନ ରିପୋର୍ଟ ବିଏମ୍‌ଜେ ଗ୍ଲୋବାଲ୍‌ ହେଲ୍‌ଥରେ ପ୍ରକାଶ ପାଇଛି, ଯାହା ଇଂଲିଶ, ସ୍ପାନିସ୍‌, ଫ୍ରେଞ୍ଚ୍‌ ଏବଂ ରୁଷିଆନ ଭାଷାରେ ଲେଖାଯାଇଛି। ଗବେଷକମାନେ ୨୦ ବର୍ଷ ଧରି ଶ୍ରବଣଶକ୍ତି ଜନିତ ଅଧ୍ୟୟନ କରୁଥିବାବେଳେ ୧୨ରୁ ୩୪ ବୟସ ବର୍ଗର ୧୯,୦୦୦ ଏଥିରେ ସାମିଲ ହୋଇଛନ୍ତି। ହେଡ୍‌ଫୋନ୍‌ ତଥା ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର କାରଣରୁ ୨୪% ଯୁବପିଢ଼ିଙ୍କ ଶ୍ରବଣ ସମ୍ବନ୍ଧୀୟ ଅସୁବିଧା ଥିବା ଗବେଷକ ଅନୁଧ୍ୟାନ କରିଥିବାବେଳେ ୪୮%ଙ୍କ ନଏଜ୍‌ ଲେବଲ ଖୁବ୍‌ ଉଚ୍ଚ ରହିଛି।

ଆଗାମୀ ଦିନରେ ୬,୭୦,୦୦୦ରୁ ୧୩୦ କୋଟି ଯୁବପିଢ଼ିଙ୍କ କ୍ଷେତ୍ରରେ ଶ୍ରବଣଜନିତ ସମସ୍ୟା ଦେଖାଦେଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ବିଶ୍ୱର ୪୩୦ ନିୟୁତ ଲୋକ ଏପ୍ରକାର ସମସ୍ୟା ଦେଇ ଗତି କରୁଥିବାବେଳେ ୨୦୨୫ବେଳକୁ ଏହି ସଂଖ୍ୟା ୭୦୦ ନିୟୁତରେ ପହଞ୍ଚତ୍ବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶ୍ରବଣଜନିତ ଭୟାବହତା ଦୂର କରିବା ପାଇଁ ଅତିକମ୍‌ ସମୟ ଓ କମ୍‌ ଭଲ୍ୟୁମ୍‌ରେ ହେଡ୍‌ଫୋନ୍‌ ବା ମୋବାଇଲ୍‌ ବ୍ୟବହାର ଜରୁରୀ ବୋଲି ସାଉଥ୍‌ କାରୋଲିନାର ମେଡିକାଲ ୟୁନିଭର୍ସିଟି ଅଡିଓଲୋଜିଷ୍ଟ ଲରେନ ଡିଲାର୍ଡ କହିଛନ୍ତି। ଭବିଷ୍ୟତରେ ହେବାକୁ ଥିବା ଶ୍ରବଣଶକ୍ତି ଜନିତ ବ୍ୟତିକ୍ରମ ଦୂର କରିବା ଲାଗି ବିଭିନ୍ନ ଦେଶର ସରକାର ମ୍ୟୁଜିକାଲ ପାର୍ଟି, ପବ୍‌, କନସର୍ଟ ଆଦିରେ ବ୍ୟବହାର କରାଯାଉଥିବା ଉଚ୍ଚ ଶବ୍ଦଯୁକ୍ତ ସଙ୍ଗୀତରେ ନିୟନ୍ତ୍ରଣ ଲଗାଇବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri