୧୦୦ କୋଟି ଖର୍ଚ୍ଚ, ଲାଭ ନାହିଁ

ଗୁଣପୁର,୨୭ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ନେରେଡିଠାରେ ବ୍ୟାରେଜ ନିର୍ମାଣକୁ ଟ୍ରିବ୍ୟୁନାଲ ନିକଟରେ ଆନ୍ଧ୍ରକୁ ସବୁଜ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଷୟକୁ ନେଇ ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରାଯାଇଛି।

ସରକାରଙ୍କ ଅପାରଗତା କାରଣରୁ ଆନ୍ଧ୍ର ଏକଚାଟିଆ ଭାବେ ବଂଶଧାରା ନଦୀ ଉପରେ ନିଜର ଦାଦାଗିରି ଜାହିର କରିଚାଲିଛି ବୋଲି ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ବିବାଦ ଲାଗି ରହିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ଅଦୂରଦର୍ଶିତାର ଯୋଗୁ ବଂଶଧାରା ନଦୀ ଜଳ ଉପରେ ଆନ୍ଧ୍ର ତା’ର ବିଭିନ୍ନ ପ୍ରକଳ୍ପ କରି ନିଜ ଅଞ୍ଚଳର ଲୋକଙ୍କ ସ୍ବାର୍ଥରେ ବ୍ୟବହାର କରିପାରିଛି। ହେଲେ ଓଡ଼ିଶା ସରକାର ବଂଶଧାର ନଦୀରେ ଗୋଟିଏ ହେଲେ ପ୍ରକଳ୍ପ ଏବେ ସଦ୍ଧା କରି ପାରିନାହାନ୍ତି। ଏପରି ଘଟଣାକୁ ନେଇ ଅଞ୍ଚଳବାସୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବଂଶଧାରା ନଦୀ ଜଳ ବିବାଦ ୧୯୬୨ରୁ ଲାଗି ରହିଥିବାବେଳେ ରାଜ୍ୟ ସରକାର ୨୦୦୫ରୁ ଆଇନଗତ ଲଢ଼େଇ ଆରମ୍ଭ କରିଛନ୍ତି। ୨୦୧୧ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଏହି ଆଇନଗତ ଲଢ଼େଇ ବାବଦରେ ଓଡ଼ିଶା ସରକାର ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ସାରିଥିବାବେଳେ ୭ ଜଣ ଓକିଲ ପରିବର୍ତ୍ତନ କରିଛନ୍ତି। ହେଲେ କୌଣସି ଫଳ ପାଇଲେ ନାହିଁ। ଶେଷରେ ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି। ଓଡ଼ିଶା ସରକାର ନିଜ ଜଳର ସଦୁପଯୋଗ କରିପାରି ନ ଥିବାବେଳେ ଆନ୍ଧ୍ର ଉପରେ ଦୋଷ ଲଦି ସମୟ ଗଡ଼ାଇ ଚାଲିଛନ୍ତି। ବଂଶଧାରା ନଦୀ ଓଡ଼ିଶାରର ଅନେକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବାବେଳେ ଗୋଟିଏ ହେଲେ ପ୍ରକଳ୍ପ ଓଡ଼ିଶା ସରକାର କରିନାହାନ୍ତି। ଅପରପକ୍ଷେ ଆନ୍ଧ୍ର ହିର୍‌ମଣ୍ଡଳ, ନେରେଡି ଭଳି ପ୍ରକଳ୍ପମାନ କରିଛି। ପ୍ରଥମେ ଗୋଟା ବ୍ୟାରେଜ, କାଟ୍ରାଗାଡା ସାଇଡ୍‌ୱେର କେନାଲ ଏବଂ ପରେ ନେରେଡି ଏପରି ଆନ୍ଧ୍ର ତା’ର ପ୍ରକଳ୍ପ କାର୍ଯ୍ୟ କରିଛି। କିନ୍ତୁ ଓଡ଼ିଶା ସରକାର ନଦୀ ଉପର ମୁଣ୍ଡରେ ଅନେକ ପ୍ରକଳ୍ପ ପାଇଁ ଚିନ୍ତା କରିଥିଲେ ମଧ୍ୟ ଗୋଟିଏ ହେଲେ ସାକାର କରିପାରିନାହାନ୍ତି। ତେଣୁ ଦୀର୍ଘ ମିଆଦୀ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଓକିଲ ସଂଘର ନେତୃତ୍ବରେ ଏହି ଲଢ଼େଇ ଜାରି ରଖିବାକୁ ସ୍ଥିର ହୋଇଛି। ଏଥିସହ ଏ ନେଇ ଏକ ଦାବିପତ୍ର ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି। ବୈଠକରେ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ଓକିଲ ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ସମ୍ପାଦକ ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ, ଅକ୍ଷୟ ଦାସ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଶିବ ଗୌଡ଼, ମିଲି ପାଢ଼ୀ, କୃଷ୍ଣ ସେନାପତି, ବାବା ପ୍ରସାଦ, ପ୍ରେମ୍‌ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri