Categories: ଫୁରସତ

ବିଶ୍ୱ ରେକର୍ଡ କଲେ ୧୦ ବର୍ଷର ଝିଅ

ଇଣ୍ଟରନେଟ ଏବଂ ଟେକ୍ନୋଲୋଜିର ଏହି ଯୁଗରେ ପିଲାମାନେ ବହୁତ ପ୍ରତିଭାଶାଳୀ ହୋଇପାରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ୧୦ ବର୍ଷୀୟା ଝିଅ ସାରା ଛିପା। ସାରା ରାଜସ୍ଥାନର ଭିଲୱାରାର ମୂଳ ବାସିନ୍ଦା। ଗତ ମେ ୨ ରେ ସେ ୧୯୫ଟି ଦେଶର ନାମ, ରାଜଧାନୀ ଏବଂ ମୁଦ୍ରାର ନାମ କହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବ ବିଶ୍ୱ ରେକର୍ଡରେ କେବଳ ଦେଶର ନାମ ଏବଂ ରାଜଧାନୀ ନାମ ଥିଲା। ସାରା ଦେଶର ନାମ, ରାଜଧାନୀ ସହ ମୁଦ୍ରା ନାଁ କହି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ମେ ’୨ ରେ ୟୁଏଇରେ ସନ୍ଧ୍ୟା ୬ଟା ଫେସବୁକ, ୟୁଟ୍ୟୁବରେ ଏହି ରେକର୍ଡ ପ୍ରଦର୍ଶିତ ହୋଇଥିଲା। ସାରା ଏହି ବର୍ଗରେ ବିଶ୍ୱ ରେକର୍ଡ ସ୍ଥାପନ କରିବାରେ ବିଶ୍ୱର ପ୍ରଥମ ଝିଅ ହୋଇଥିଲେ।
ସାରାଙ୍କ ଏହି ବିଶ୍ୱ ରେକର୍ଡ ଯାତ୍ରା ଗତ ୩ ମାସ ତଳେ ଆରମ୍ଭ ହୋଇଥିଲା। ବ୍ରେନ ରାଇମ କଗ୍ନିଟିଭ ସଲ୍ୟୁସନ୍‌ସର ସିଙ୍ଗାପୁର ପ୍ରତିଷ୍ଠାତା ସୁଶାନ୍ତ ମୈସୁକରଙ୍କ ସହଯୋଗରେ ସାରା ଏହି ଯାତ୍ରା ଆରମ୍ଭ କରିଥିଲେ। ସ୍ମୃତି ଏବଂ ସୃଜନଶୀଳ କୌଶଳ ମାଧ୍ୟମରେ ସାରାଙ୍କୁ ମନେ ରଖିବା ପାଇଁ ସୁଶାନ୍ତ ତାଲିମ ଦେଉଛନ୍ତି। ସାରାଙ୍କ ପିତାଙ୍କ ଅନୁଯାୟୀ, ଝିଅ ଲକଡାଉନ ସମୟରେ ମେମୋରୀ ଟେକ୍‌ନିକ୍‌ କ୍ଲାସ ଆରମ୍ଭ କରିଥିଲେ ଏବଂ ପୂର୍ବରୁ ବିଶ୍ୱ ରେକର୍ଡ କରିବା ନେଇ କୌଣସି ଯୋଜନା ନ ଥିଲା ବୋଲି ସେ କହିଛନ୍ତି।

Share