ଋଣ ନେବାକୁ ଯାଉଛନ୍ତି କି? ଜାଣିରଖନ୍ତୁ ଏହି ୧୦ କଥା, ନହେଲେ ସହିବେ ବଡ଼ କ୍ଷତି

ନୂଆଦିଲ୍ଲୀ,୧୮।୯: ଯେତେବେଳେ ଆପଣ କୌଣସି ଋଣ ଯେପରିକି ବ୍ୟକ୍ତିଗତ ଋଣ, ସୁନା ଋଣ, ଗୃହ ଋଣ କିମ୍ବା କ୍ରେଡିଟ କାର୍ଡ ପାଇଁ ଆବେଦନ କରନ୍ତି, ଅନେକ ସମୟରେ ଲୋକେ ଏହାର ନିୟମ, ସର୍ତ୍ତ ଓ ଚୁକ୍ତିକୁ ପୁଙ୍ଖାନୁପୁଙ୍ଖ ଭାବେ ନ ବୁଝି ନେଇଥାନ୍ତି। ତେଣୁ ଋଣ ନେବା ପୂର୍ବରୁ ଏହାର ସମସ୍ତ ସର୍ତ୍ତ ଓ ନିୟମକୁ ଭଲଭାବେ ପଢ଼ି ବୁଝିବା ଅତ୍ୟନ୍ତ ଜରୁରୀ। ଏହା କରିବା ଦ୍ୱାରା ପରେ କୌଣସି ଅସୁବିଧା କିମ୍ବା ଅନାବଶ୍ୟକ ଅଡ଼ୁଆରୁ ରକ୍ଷା ପାଇପାରିବେ। ଅନେକ ଲୋକ ଋଣର ସର୍ତ୍ତ ବୁଝିବା ସମୟରେ କେବଳ ସୁଧ ହାରକୁ ଦେଖନ୍ତି, କିନ୍ତୁ ଋଣ ସମ୍ପର୍କରେ ଜାଣିବା ପାଇଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି। ଏଠାରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରାଯାଇଛି, ଯାହା ଋଣ ନେବା ପୂର୍ବରୁ ଅବଶ୍ୟ ବୁଝିବା ଆବଶ୍ୟକ।

**୧. ମୂଳଧନ (Principal)**
ମୂଳଧନ ହେଉଛି ସେହି ଅର୍ଥ, ଯାହା ଆପଣ ବ୍ୟାଙ୍କ କିମ୍ବା ଋଣଦାତା ସଂସ୍ଥାଠାରୁ ଧାର ନେଇଛନ୍ତି। ଏହି ରାଶି ଉପରେ ସୁଧ ଲାଗୁ ହୋଇଥାଏ।

**୨. ସୁଧ ହାର (Interest Rate)**
ସୁଧ ହାର ହେଉଛି ସେହି ଶତକଡ଼ା, ଯାହା ବ୍ୟାଙ୍କ ଆପଣଙ୍କଠାରୁ ସୁଧ ରୂପେ ନେଇଥାଏ। ଏହା ସ୍ଥିର (Fixed) କିମ୍ବା ପରିବର୍ତ୍ତନଶୀଳ (Floating) ହୋଇପାରେ। ସୁଧ ହାର ନିର୍ଦ୍ଧାରଣ କରେ ଯେ ଋଣ କେତେ ମହଙ୍ଗା କିମ୍ବା ଶସ୍ତା ହେବ।

**୩. ଇଏମଆଇ (EMI)**
ଇଏମଆଇ ହେଉଛି ସେହି ନିର୍ଦ୍ଧିଷ୍ଟ ମାସିକ ରାଶି, ଯାହା ଆପଣ ପ୍ରତି ମାସରେ ବ୍ୟାଙ୍କକୁ ପ୍ରଦାନ କରନ୍ତି। ଏଥିରେ ମୂଳଧନ ଓ ସୁଧ ଉଭୟ ଅନ୍ତର୍ଭୁକ୍ତ ହୋଇଥାଏ।

**୪. ଋଣ ଅବଧି (Loan Tenure)**
ଋଣ ଅବଧି ହେଉଛି ସେହି ସମୟ, ଯେଉଁଥିରେ ଆପଣ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବେ। ଅଧିକ ସମୟ ନେଲେ ମାସିକ କିସ୍ତି କମ ହୁଏ, କିନ୍ତୁ ମୋଟ ସୁଧ ବଢ଼ିଯାଏ। କମ ସମୟ ନେଲେ ମାସିକ କିସ୍ତି ଅଧିକ ହୁଏ, କିନ୍ତୁ ମୋଟ ସୁଧ କମ ହୋଇଥାଏ।

**୫. ଏପିଆର (APR)**
ଏପିଆର ବା ବାର୍ଷିକ ଶତକଡ଼ା ହାର (Annual Percentage Rate) ଆପଣଙ୍କ ଋଣର ପ୍ରକୃତ ବାର୍ଷିକ ଖର୍ଚ୍ଚ ବିଷୟରେ ସୂଚନା ଦେଇଥାଏ। ଏଥିରେ ସୁଧ ସହିତ ସମସ୍ତ ଫିସ ଓ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ, ତେଣୁ ଏହା ସୁଧ ହାର ଅପେକ୍ଷା ଅଧିକ ସଠିକ ଚିତ୍ର ପ୍ରଦାନ କରେ।

**୬. ପୂର୍ବ ପରିଶୋଧ (Prepayment)**
ପୂର୍ବ ପରିଶୋଧର ଅର୍ଥ ହେଉଛି ଆପଣ ର୍ନିଦ୍ଦିଷ୍ଟ ତାରିଖ ପୂର୍ବରୁ ଋଣର କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ରାଶି ପରିଶୋଧ କରିପାରିବେ। ଏହା ଦ୍ୱାରା ସୁଧ କମ ହୋଇଥାଏ, କିନ୍ତୁ କିଛି ଋଣରେ ପୂର୍ବ ପରିଶୋଧ ଉପରେ ଜରିମାନା ମଧ୍ୟ ଲାଗୁ ହୋଇପାରେ।

**୭. ପ୍ରୋସେସିଂ ଫିସ (Processing Fee)**
ପ୍ରୋସେସିଂ ଫିସ ହେଉଛି ବ୍ୟାଙ୍କ କିମ୍ବା ସଂସ୍ଥା ଋଣ ପ୍ରଦାନ ପାଇଁ ନେଉଥିବା ଚାର୍ଜ। କେତେବେଳେ ଏହି ଫିସ ଆଗରୁ କଟାଯାଇଥାଏ କିମ୍ବା ଋଣ ରାଶିରେ ଯୋଡ଼ାଯାଇଥାଏ।

**୮. ଋଣ ସ୍ଥଗନ (Loan Moratorium)**
ଋଣ ସ୍ଥଗନ ହେଉଛି ଯେତେବେଳେ କିଛି ବିଶେଷ ପରିସ୍ଥିତିରେ (ଯେପରି କରୋନା ମହାମାରୀ ସମୟରେ) ଋଣର କିସ୍ତି କିଛି ସମୟ ପାଇଁ ସ୍ଥଗିତ ରଖାଯାଏ। କିନ୍ତୁ ଏହି ସମୟରେ ମଧ୍ୟ ସୁଧ ବଢ଼ିବାରେ ଲାଗେ।

**୯. ସମ୍ପତ୍ତି ଜାମାନତ (Collateral)**
କିଛି ଋଣରେ ଆପଣଙ୍କୁ କୌଣସି ସମ୍ପତ୍ତି (ଯେପରି ଘର, ଗାଡ଼ି, ସୁନା) ଜାମାନତ ରୂପେ ରଖିବାକୁ ପଡ଼ିଥାଏ। ଯଦି ଆପଣ ଋଣ ପରିଶୋଧ ନ କରନ୍ତି, ତେବେ ବ୍ୟାଙ୍କ ସେହି ସମ୍ପତ୍ତି ବିକ୍ରି କରିପାରେ।

**୧୦. ଏଲଟିଭି (Loan-to-Value Ratio – LTV)**
ଏଲଟିଭି ବା ଋଣ-ମୂଲ୍ୟ ଅନୁପାତ ସୂଚାଇଥାଏ ଯେ ଆପଣଙ୍କ ସମ୍ପତ୍ତିର ମୂଲ୍ୟ ଅନୁସାରେ ଆପଣଙ୍କୁ କେତେ ଋଣ ମିଳିବ। କମ ଏଲଟିଭି ଅର୍ଥ କମ ଜୋଖିମ।

**ଗୁରୁତ୍ୱପୂର୍ଣ୍ଣ ସୂଚନା**
ବ୍ୟକ୍ତିଗତ ଋଣରେ ମଧ୍ୟ କିଛି ଅଡ଼ୁଆ ରହିଥାଏ, ଯେପରି ଉଚ୍ଚ ସୁଧ ହାର, ଲୁଚାଯାଇଥିବା ଫିସ, କ୍ରେଡିଟ ସ୍କୋର ଉପରେ ପ୍ରଭାବ ଏବଂ ସଠିକ ସମୟରେ ପରିଶୋଧ ନ କଲେ ଆଇନଗତ ସମସ୍ୟା। ତେଣୁ ଋଣ ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ ଏବଂ ସମସ୍ତ ବିଷୟକୁ ଭଲଭାବେ ବୁଝନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri