ଓଲଟିଲା ଡିଜେ ଗାଡ଼ି, ଚାପି ହୋଇଗଲେ ୧୦ ଜଣ

ବାରିପଦା ଅଫିସ,୧୫ା୪: ମୟୂରଭଞ୍ଜ ଜିଲା ମୋରଡ଼ା ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ଡିଜେ ପ୍ରତିଯୋଗିତା ବେଳେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଫଳର ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।

ସୂଚନାଯୋଗ୍ୟ, ମୋରଡ଼ା ବଜାରରେ ଉଡ଼ା ପର୍ବ ପାଳନ ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିଜେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ଡିଜେ ଗାଡ଼ିଗୁଡ଼ିକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ୨୦ରୁ ୨୫ ଫୁଟ ଉଚ୍ଚ ପର୍ଯ୍ୟନ୍ତ ମାଇକ୍‌ ଓ ଲାଇଟ ବନ୍ଧା ଯାଇଥିଲା। ଏହି କାରଣରୁ ଏକ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଅଧିକ ଲୋକ ଚାପି ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।