ଅନେକ ସମୟରେ ଆମେ ଏପରି ପରିସ୍ଥିତିର ସମ୍ମୁଖୀନ ହେଉ, ଯାହା ଆମେ କେବେ କଳ୍ପନା ମଧ୍ୟ କରିନଥାଉ। ବର୍ତ୍ତମାନ ଏପରି ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୋସ୍ ଉଡେଇଦେବ। ଆଲାସ୍କାରେ ୧୦ ଜଣଙ୍କୁ ନେଇ ଯାଉଥିବା ଏକ ବିମାନ ହଠାତ ଆକାଶରେ ଅଦୃଶ୍ୟ ହୋଇଯାଇଛି। ଆକାଶରେ ଯାତ୍ରା କରୁଥିବାବେଳେ ସେମାନଙ୍କ ଯୋଗାଯୋଗ ହଠାତ ବିଚ୍ଛିନ୍ନ ହୋଇଗଲା ଏବଂ ଜାହାଜଟି ହଠାତ ନିଖୋଜ ହୋଇଗଲା।
ଏହି ବିମାନ ସମ୍ପର୍କରେ ସୁରକ୍ଷା ବିଭାଗ କହିଛି ଯେ ବେରିଂ ଏୟାରର ଏକ ବିମାନ ଉନାଲାକଲିଟରୁ ନୋମ ଯାଉଥିଲା। ଅପରାହ୍ନ ୪ଟା ସମୟରେ ସେ ନୋମରେ ଅବତରଣ କରି ନ ତିଲା। ଏହି ଘଟଣା ପରେ, ସ୍ଥାନୀୟ କର୍ତ୍ତୃପକ୍ଷ ନିଖୋଜ ବିମାନକୁ ଖୋଜିବା ଆରମ୍ଭ କରିଥିଲେ। ଏହି ଘଟଣା ସମ୍ପର୍କରେ କୁହାଯାଉଛି ଯେ ଏହା ସବୁ ହୁଏତ ପ୍ରତିକୂଳ ପାଗ ବିମାନଟି ଅଦୃଶ୍ୟ ହୋଇଯାଇଛି।


