ବର୍ଷାରେ ଧସିଲା ୧୦ ନଂ. କେନାଲ ମାଟି

ଜଗତ୍‌ସିଂହପୁର ଅଫିସ,୩ା୪: ଜଳ ସମ୍ପଦ ବିଭାଗ ଜଗତ୍‌ସିଂହପୁର ଡିଭିଜନର ମନମାନିକୁ ନେଇ ଅସନ୍ତୋଷ ବଢ଼ୁଛି। ଗତ ୨ ଦିନ ହେବ ବର୍ଷା ଯୋଗୁ ଜଗତ୍‌ସିଂହପୁର ସହର ବଙ୍ଗଳା ଛକ ନିକଟ ପୋଷ୍ଟ ଅଫିସ ଛକରୁ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣାଧୀନ ବକ୍ସ କଲଭର୍ଟ ପାର୍ଶ୍ୱ ୧୦ ନଂ. କେନାଲରୁ ମାଟି ଧସି ଯାଇଛି। ଫଳରେ ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଭୁଶୁଡି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏ ନେଇ ଟାଟା ପାୱାରର ଯନ୍ତ୍ରୀମାନେ ଚିନ୍ତାରେ ପଡ଼ି ଯାଇଥିଲେ। କାରଣ ଯଦି ୩୩ କେ.ଭି., ୧୧ କେ.ଭି. ଆଦି ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିଥାନ୍ତା କେବଳ ବିଦ୍ୟୁତ୍‌ ସରବରାହ ବିଛିନ୍ନ ନୁହେଁ, ଏହା ପାର୍ଶ୍ୱ ଦୋକାନୀ ଓ ବଜାରରେ ଯାତାୟାତ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିଲା। ଅନ୍ୟପକ୍ଷେ କେନାଲ ଉଭୟପାର୍ଶ୍ୱରୁ ମାଟି ଧସୁଥିବାରୁ ଜାତୀୟ ରାଜପଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍‌ଡି) ରାସ୍ତା ପ୍ରଭାବିତ ହେବ ବୋଲି କୁହାଯାଉଥିଲା। ସୌଭାଗ୍ୟବଶତଃ ଖବର ଲେଖାହେଲା ବେଳକୁ ସେଭଳି କିଛି ଅଘଟଣ ଘଟିନାହିଁ। ଏହା ଭିତରେ ପାଗରେ ସୁଧାର ଆସିଛି। ଠିକାଦାର ବିଦ୍ୟୁତ୍‌ ଖୁଣ୍ଟକୁ ସୁରକ୍ଷା ଦେବା ପାଇଁ ମୂଳରେ ବାଲି ବସ୍ତା ଗଦାଇ ଦେଇଛନ୍ତି। କିନ୍ତୁ ଆଗକୁ ଯେ କିଛି ଅଘଟଣ ଘଟିବ ନାହିଁ ତାହା କହିବା କଷ୍ଟକର। ୩,୬୦,୬୮,୫୩୯ ଟଙ୍କା ବ୍ୟୟ ବରାଦରେ ଚାଲିଥିବା ବକ୍ସ କଲଭର୍ଟ ନିର୍ମାଣରେ ଅନିୟମିତତା ସହ ଏକାଧିକ ବ୍ୟତିକ୍ରମକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ କହିବା କଥା ହେଲା, ବକ୍ସ କଲଭର୍ଟ ନିର୍ମାଣ ପୂର୍ବରୁ ଯଦି କେନାଲ ପାର୍ଶ୍ୱ ଜାତୀୟ ରାଜପଥ, ଆର୍‌ଡି, ଟାଟା ପାୱାର, ବିଏସ୍‌ଏନ୍‌ଏଲ୍‌ ଓ ଜଗତ୍‌ସିଂହପୁର ପୌର ପରିଷଦ ସହ ସମନ୍ବୟ ବୈଠକ କରାଯାଇଥାନ୍ତା ତେବେ ଭୟର ଆଶଙ୍କା କମ୍‌ ରହିଥାନ୍ତା। ଏ ସମ୍ପର୍କରେ ଟିପିସିଓଡିଏଲ୍‌ (ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌) ଜଗତ୍‌ସିଂହପୁର ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ (ବିଦ୍ୟୁତ୍‌) ଅଶୋକ କୁମାର ମହାନ୍ତି କହିଛନ୍ତି, ଏ ମାସ ପ୍ରଥମ ସପ୍ତାହରେ ଜଳ ସମ୍ପଦ ଜଗତ୍‌ସିଂହପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ ଥିଲା ୧୦ ନଂ. କେନାଲର କଲେଜ ସ୍କୋୟାରରୁ ପୁରୋହିତପୁର ପର୍ଯ୍ୟନ୍ତ ବାମପାର୍ଶ୍ୱରେ ୩୩ କେଭି, ୧୧ କେଭି, ଏଲ୍‌ଟି ଲାଇନ୍‌ ଏବଂ ଏସ୍‌/ଏସ୍‌ ରହିଛି। ଏବେ କେନାଲର ଉଭୟପାର୍ଶ୍ୱ ସମ୍ପ୍ରସାରଣ କାମ ଚାଲିଛି। ଏହାଦ୍ୱାରା ବିଦ୍ୟୁତ୍‌ ଲାଇନ ଓ ଏସ୍‌/ଏସ୍‌ ଯଥା ୩୩ କେଭି ଏଚ୍‌-ପୋଲ/ଜଏଣ୍ଟ ପୋଲ, ୧୧ କେଭି ପୋଲ କ୍ଷତିଗ୍ରସ୍ତ ହେବା ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରି କି ଯେକୌଣସି ସମୟରେ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଛି। କେବଳ ଏତିକି ନୁହେଁ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଗଲେ ଜଗତ୍‌ସିଂହପୁର ସହରର ୩୦% ଲୋକ ଅନ୍ଧାରରେ ରହିବେ। ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ। ଏହାର ନକଲ ମଧ୍ୟ ଜିଲାପାଳଙ୍କୁ ପଠାଯାଇଥିଲା। ସେହିପରି କାମ ଆରମ୍ଭ ପୂର୍ବରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବା ବିଏସ୍‌ଏନ୍‌ଏଲ୍‌ ଏସ୍‌ଡିଓ ପ୍ରଣବ କୁମାର ମଲ୍ଲିକ କହିବା ସହ ଜେସିବିରେ ଟେଲିଫୋନ୍‌ ତାର ଛିଡ଼ାଇ ଦିଆଯାଇଥିବାରୁ ଶତାଧିକ ଲୋକ ଟେଲିଫୋନ ଓ ଇଣ୍ଟରନେଟ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି କହିଛନ୍ତି।
ସେହିପରି ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ବିଭାଗରୁ ବକ୍ସ କଲଭର୍ଟ ପାଇଁ ୫ କୋଟି ଟଙ୍କା ଆସିଥିଲା। ଏହି ଟଙ୍କା ଜଗତ୍‌ସିଂହପୁର ଜଳ ସମ୍ପଦ ଡିଭିଜନକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ କାମ ଆରମ୍ଭ ପୂର୍ବରୁ ଡିଭିଜନ ପରିଷଦକୁ ଅବଗତ କରିନାହିଁ। ସ୍ଥାନୀୟ ଶ୍ରୀକୃଷ୍ଣ (ଏସ୍‌କେ) ଏକାଡେମୀ ପ୍ରଧାନ ଶିକ୍ଷକ ସୁକଦେଶ ସାହୁ ଅନୁଷ୍ଠାନର ଖେଳ ପଡ଼ିଆରେ ରଡ କଟାଠାରୁ ବାଇଡିଂ ପର୍ଯ୍ୟନ୍ତ ଚାଳିବା ସହ ଗୋଡି, ସିମେଣ୍ଟ, ମେଟାଲ ଓ ବାଲି ଆଦି ଗଚ୍ଛିତ ରଖାଯାଇଛି ବୋଲି ଜଗତ୍‌ସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସବୁ ସତ୍ତ୍ବେ ଠିକାଦାରଙ୍କ ମନମାନି କମିନାହିଁ। ଶ୍ରମିକମାନଙ୍କୁ ନିୟୋଜିତ ପୂର୍ବରୁ ଠିକାଦାର ସମସ୍ତ ଶ୍ରମ ଆଇନକୁ ଉଲ୍ଲଂଘନ କରିଛନ୍ତି। ଏ ନେଇ ପ୍ରଭାଗ୍ୟ ଶ୍ରମ ଆୟୁକ୍ତ (ଡିଏଲ୍‌ସି) ବାବା ଆନନ୍ଦ ରଞ୍ଜନ ଦାଶ ଅସନ୍ତୋଷ ବ୍ୟକ୍ତ କରିବା ସହ ସମ୍ପୃକ୍ତ ଠିକାଦାରଙ୍କୁ ୭ ଦିନ ମହଲତ ଦେଇଛନ୍ତି। ଏହା ଭିତରେ ଠିକାଦାର ପଞ୍ଜୀକରଣ, ଲାଇସେନ୍ସ ସହ ସେସ୍‌ ଆଦି ଜମା କରିବାକୁ ନୋଟିସ ଜାରି କରିଛନ୍ତି। ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଚଳିତମାସ ପ୍ରଥମ ସପ୍ତାହରେ ସେତେବେଳର ଭାରପ୍ରାପ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ ଗତ ୨ ତାରିଖରେ ଧରିତ୍ରୀରେ ପ୍ରକାଶିତ ଖବରକୁ ନେଇ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ୭ ଦିନ ମଧ୍ୟରେ ତଥ୍ୟ ଭିତ୍ତିକ ଉତ୍ତର ମାଗିଥିଲେ। କିନ୍ତୁ ଇତିମଧ୍ୟରେ ମାସେ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଅଧୀକ୍ଷଣ ଯନ୍ତ୍ରୀ ଉତ୍ତର ଦେଇ ନ ଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ନିର୍ମାଣଧୀନ ବକ୍ସ କଲର୍ଭଟ କାର୍ଯ୍ୟ ଠିକ୍‌ ଭାବେ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri