Categories: ଜାତୀୟ

୧୦ ବିଧାୟକ ନିଲମ୍ବିତ

ବେଙ୍ଗାଲୁରୁ,୧୯ା୭: କର୍ନାଟକ ବିଧାନସଭା ଅଧିବେଶନରେ ହଟ୍ଟଗୋଳ ହେବା ପରେ ଭାଜପାର ୧୦ ଜଣ ବିଧାୟକଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବନ କରାଯାଇଛି । ଗୃହ ଚାଲିଥିବାବେଳେ ସେମାନେ ଉପବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ। ବିଧାନସଭା ବାଚସ୍ପତି ଗୃହର ଚଳିତ ଅଧିବେଶନରେ ଏପରି ଅଶାଳୀନ ଆଚରଣ ଅଭିଯୋଗରେ ଏହି ୧୦ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି। ଅର୍ଥାତ୍‌ ଏହି ବିଧାୟକମାନେ ଚଳିତ ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରିପାରିବେ ନାହିଁ।

Share