ଆଜି କରୋନା ଆଁରେ ୧୦ ଜୀବନ, ମୃତ୍ୟୁସଂଖ୍ୟା ୪୧୯କୁ ବୃଦ୍ଧି

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୧୯ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ମୃତକମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ସେହିପରି କଟକ, ନୟାଗଡ଼ ଏବଂ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ରେ ପହଞ୍ଚିଥିବା ବେଳେ ୫୪,୪୦୫ ଜଣ ସୁସ୍ଥ ହୋଇଛନ୍ତି। ୨୬,୬୦୨ଜଣ ଚିକିତ୍ସିତ ହେଉଛନ୍ତି। ୪୧୯ ଜଣଙ୍କ ମୃତ୍ୟୁ ଘଟିଛି।