୧୦ କେ.ଜି. ବ୍ରାଉନ୍‌ସୁଗାର ଜବତ

ବାଲେଶ୍ୱର ଅଫିସ,୨୯ା୧୦: ବାଲେଶ୍ୱର ସହରର ଫୁଲାଡ଼ିସ୍ଥିତ କାସିମପୁର ପଡ଼ିଆରେ ବ୍ରାଉନ୍‌ସୁଗାର କାରବାର ବେଳେ ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଚଢ଼ାଉ କରି ୬ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୦କେ.ଜି. ବ୍ରାଉନସୁଗାର ଜବତ ହୋଇଛି। ଏହାର ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆନ୍ତଃରାଜ୍ୟ ବେପାରୀ ଓ ୫ଜଣ ସ୍ଥାନୀୟ ଅରଡ଼ବଜାର ଅଞ୍ଚଳର ସୂଚନା ମିଳିଛି। ଜବତ ବ୍ରାଉନସୁଗାର ଆସାମ ଓ ପଶ୍ଚିମବଙ୍ଗ ବର୍ଡ଼ରରୁ ଆସୁଥିଲା ଯାହା ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାନ୍ତା ବୋଲି ଶୁକ୍ରବାର ଜିଲା ପୋଲିସ୍‌ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣାରେ ଅଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ ମଧ୍ୟପ୍ରଦେଶର ଆୟୁବ(୫୨) ନାମକ ଜଣେ ଆନ୍ତଃରାଜ୍ୟ ବେପାରୀ କାସିମପୁର ନିକଟସ୍ଥ ପଡ଼ିଆଠାରେ ପହଞ୍ଚତ୍ ଅରଡ଼ବଜାର ଅଞ୍ଚଳର ବ୍ୟବସାୟୀମାନଙ୍କୁ ଡାକି ବ୍ରାଉନ୍‌ସୁଗାର କାରବାର କରୁଥିଲେ। ଖବରପାଇ ସହଦେବ ଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଚଢ଼ାଉ କରିଥିଲା। ମୁଖ୍ୟ ଅଭିଯୁକ୍ତ ଆୟୁବଙ୍କ ସମେତ ଅରଡ଼ ବଜାର ଅଞ୍ଚଳର ସେକ ହୁସେନ, ସେକ ସଫିକ, ସେକ ରାଜୁ, ସେକ ସମୀର, ରିଣ୍ଟୁ ତରେଇଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦କେ.ଜି. ବ୍ରାଉନ୍‌ସୁଗାର, ଦୁଇଟି ମୋଟର ସାଇକେଲ, ୬ଟି ମୋବାଇଲ ଓ ନଗଦ ୨୧ ହଜାର ଟଙ୍କା ଜବତ କରାଯାଇଛି। ଏନେଇ ଥାନାରେ ଏକ ମାମଲା (ନଂ.୩୫୨/୨୨) ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜିଲାର ଜଳେଶ୍ୱରଠାରୁ ଆରମ୍ଭ କରି ସହରର ଅରଡ଼ବଜାର ବ୍ରାଉନ୍‌ସୁଗାରର ହବ୍‌ ପାଲଟିଛି। ବିଭିନ୍ନ ସମୟରେ ଆନ୍ତଃରାଜ୍ୟ ଓ ଜାତୀୟ ସ୍ତରର ବ୍ୟବସାୟୀମାନେ ଏହି ଦୁଇଟି ସ୍ଥାନରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ପଠାଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri