କୃଷିଋଣରେ ୧୦% ଚାନ୍ଦା ଅସୁଲି

ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ ପ୍ରଦାନର ପ୍ରାୟ ୧୦% ବ୍ୟାଙ୍କ ଓ ସମିତିର ଉନ୍ନୟନ ନାମରେ ଚାନ୍ଦା ଅସୁଲି କରାଯାଉଥିବା ଅଭିଯୋଗ ହୋଇଛି।
କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହିତ ବାର୍ଷିକ ବହୁ କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ବ୍ୟାଙ୍କ କର୍ମଚାରୀ ଓ ନିର୍ବାଚିତ ସମବାୟ ସମିତି କର୍ମକର୍ତ୍ତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବିଭିନ୍ନ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ଅପହଞ୍ଚ ହୋଇଛି। କୃଷକମାନଙ୍କ ନିମନ୍ତେ ବିନା ସୁଧରେ ସମବାୟ ସମିତିରୁ ଋଣ ପ୍ରଦାନ, କାଳିଆ ଓ ବଳିଆ ଯୋଜନାରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ, କୃଷକମାନଙ୍କୁ ସବ୍‌ସିଡିରେ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇଦେବା ଇତ୍ୟାଦି ବ୍ୟବସ୍ଥା ରହିଛି। ଏହାସହ ଫସଲ ବୀମା ଯୋଜନା ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରକୋପରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସମବାୟ ସମିତିରେ ଅସହଯୋଗ ଓ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ବହୁ ଯୋଗ୍ୟ କୃଷକ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏହାର ଉଦାହରଣ ଦଶରଥପୁର ବ୍ଲକ ଅନ୍ତର୍ଗତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ୧୩ଟି ପ୍ରାଥମିକ କୃଷି ସମବାୟ ସମିତିରେ ଦେଖିବାକୁ ମିଳୁଛି। ଏହି ସମିତିଗୁଡ଼ିକରେ ପ୍ରାୟ ୩୦ ହଜାର ଚାଷୀ ସଭ୍ୟ ଭାବେ ରହିଛନ୍ତି। ଏହି ସଭ୍ୟମାନଙ୍କୁୁ ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୮୦ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ୧୩,୨୪୫ ଚାଷୀଙ୍କୁ ୮୨ କୋଟି ୭୨ ଲକ୍ଷ ୪୫ ହଜାର ଟଙ୍କା ଋଣ ଦିଆଯାଇଛି। ଏହାବ୍ୟତୀତ ଖରିଫ ଋତୁରେ ୭୭ ଜଣ ନୂତନ ଚାଷୀଙ୍କୁ ୨୩ ଲକ୍ଷ ୭୯ ହଜାର ଟଙ୍କା ଋଣ ଦିଆଯାଇଛି। ସେହିପରି ଚଳିତ ରବି ଋତୁରେ ୬୭ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧,୪୩୪ ଚାଷୀଙ୍କୁ ୭ କୋଟି ୧୧ ଲକ୍ଷ ୨ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। ମାତ୍ର ଅଭିଯୋଗ ଅନୁଯାୟୀ ବ୍ୟାଙ୍କ ଅଧୀନ ସମିତିଗୁଡ଼ିକରେ ଋଣ ପ୍ରଦାନ ନିମନ୍ତେ ପ୍ରତ୍ୟେକ ଚାଷୀଙ୍କଠାରୁ ୧୦ ପ୍ରତିଶତ ଲେଖାଏ ଟଙ୍କା ବ୍ୟାଙ୍କ ଓ ସମିତି ଖର୍ଚ୍ଚ ଆଳରେ କାଟି ନିଆଯାଉଛି। ଅର୍ଥାତ୍‌ ୨୦ ହଜାର ଟଙ୍କାର ଋଣ ନିମନ୍ତେ ୨ ହଜାର ଟଙ୍କା ଚାଷୀଙ୍କ ଠାରୁ ଅସୁଲି ହେଉଛି। ସମସ୍ତ ୧୩ଟି ସମିତିରେ ଚାଷୀଙ୍କୁ ଋଣ ବହି ଓ ଚେକ୍‌ ବହି ପ୍ରଦାନ କରା ନ ଯାଇ ସମିତି କର୍ମଚାରୀମାନେ ନିଜ ପାଖରେ ରଖୁଥିବାରୁ ପ୍ରକୃତ ଋଣ ପରିମାଣ ଚାଷୀ ଜାଣିପାରୁନାହାନ୍ତି। ଏଥିରୁ ପ୍ରାୟ ୯୦ କୋଟିରୁ ଅଧିକ ଟଙ୍କା ଋଣ ଦିଆଯାଇଥିବା ବେଳେ ୧୦ ପ୍ରତିଶତ ହିସାବରେ ୯ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏହାବାଦ ବିଭିନ୍ନ ସମିତିରେ କର୍ମଚାରୀଙ୍କ ସଲାସୁତୁରାରେ ଜାଲ୍‌ ଜମିପଟ୍ଟା ଓ ଦସ୍ତାବିଜ ମାଧ୍ୟମରେ ବିପୁଳ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି, ଯାହାର ମୋଟ ପରିମାଣ ୧୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ୧୦ ପ୍ରତିଶତ ଟଙ୍କା ଆଦାୟ ଅଭିଯୋଗର ତଦନ୍ତ କରାଯିବ। ଏହା ସହିତ ଋଣ ପ୍ରଦାନରେ ସ୍ବଚ୍ଛତା ଅବଲମ୍ବନ ନିମନ୍ତେ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କରୁ ଟଙ୍କା ନେବାକୁ ସଚେତନ କରାଯିବ। ନୂତନ ଭାବେ ଋଣ ନେଉଥିବା ଚାଷୀଙ୍କ ଜମି କାଗଜପତ୍ର ସବ୍‌ରେଜିଷ୍ଟ୍ରାର ଅଫିସରୁ ଯାଞ୍ଚ କରାଯିବା ବ୍ୟବସ୍ଥା କରାଯାଉଛି, ତେଣୁ ସେଥିରେ କୌଣସି ଅନିୟମିତତା ହେଉନାହିଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି ଏହି ବ୍ୟାଙ୍କ ଅଧୀନରେ ଅକରପଡ଼ା, ତଳିହା, କଟିକଟା, କୁଆଁରପୁର, ନନ୍ଦିପୁର, ଦଶରଥପୁର, ଛତ୍ରପଡ଼ା, ଚଷାଖଣ୍ଡ, ଅହିୟାସ, ପାଲଟପୁର, ମଙ୍ଗଳପୁର, ନିଜାମପୁର ଓ କମାରଡ଼ିହି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଛି। ମାତ୍ର ଏହି ସବୁ ସମବାୟ ସମିତିରେ ହୋଇଥିବା ଋଣ ଜାଲିଆତିର ସିବିଆଇ ତଦନ୍ତ କରାଗଲେ ବାସ୍ତବ କଥା ପଦାକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri