କୃଷିଋଣରେ ୧୦% ଚାନ୍ଦା ଅସୁଲି

ଯାଜପୁର,୧୨ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ସମିତିଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଛି। ସମୁଦାୟ ଋଣ ପ୍ରଦାନର ପ୍ରାୟ ୧୦% ବ୍ୟାଙ୍କ ଓ ସମିତିର ଉନ୍ନୟନ ନାମରେ ଚାନ୍ଦା ଅସୁଲି କରାଯାଉଥିବା ଅଭିଯୋଗ ହୋଇଛି।
କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହିତ ବାର୍ଷିକ ବହୁ କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ବ୍ୟାଙ୍କ କର୍ମଚାରୀ ଓ ନିର୍ବାଚିତ ସମବାୟ ସମିତି କର୍ମକର୍ତ୍ତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବିଭିନ୍ନ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ଅପହଞ୍ଚ ହୋଇଛି। କୃଷକମାନଙ୍କ ନିମନ୍ତେ ବିନା ସୁଧରେ ସମବାୟ ସମିତିରୁ ଋଣ ପ୍ରଦାନ, କାଳିଆ ଓ ବଳିଆ ଯୋଜନାରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ, କୃଷକମାନଙ୍କୁ ସବ୍‌ସିଡିରେ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇଦେବା ଇତ୍ୟାଦି ବ୍ୟବସ୍ଥା ରହିଛି। ଏହାସହ ଫସଲ ବୀମା ଯୋଜନା ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରକୋପରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସମବାୟ ସମିତିରେ ଅସହଯୋଗ ଓ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ବହୁ ଯୋଗ୍ୟ କୃଷକ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏହାର ଉଦାହରଣ ଦଶରଥପୁର ବ୍ଲକ ଅନ୍ତର୍ଗତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ୧୩ଟି ପ୍ରାଥମିକ କୃଷି ସମବାୟ ସମିତିରେ ଦେଖିବାକୁ ମିଳୁଛି। ଏହି ସମିତିଗୁଡ଼ିକରେ ପ୍ରାୟ ୩୦ ହଜାର ଚାଷୀ ସଭ୍ୟ ଭାବେ ରହିଛନ୍ତି। ଏହି ସଭ୍ୟମାନଙ୍କୁୁ ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୮୦ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ୧୩,୨୪୫ ଚାଷୀଙ୍କୁ ୮୨ କୋଟି ୭୨ ଲକ୍ଷ ୪୫ ହଜାର ଟଙ୍କା ଋଣ ଦିଆଯାଇଛି। ଏହାବ୍ୟତୀତ ଖରିଫ ଋତୁରେ ୭୭ ଜଣ ନୂତନ ଚାଷୀଙ୍କୁ ୨୩ ଲକ୍ଷ ୭୯ ହଜାର ଟଙ୍କା ଋଣ ଦିଆଯାଇଛି। ସେହିପରି ଚଳିତ ରବି ଋତୁରେ ୬୭ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧,୪୩୪ ଚାଷୀଙ୍କୁ ୭ କୋଟି ୧୧ ଲକ୍ଷ ୨ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। ମାତ୍ର ଅଭିଯୋଗ ଅନୁଯାୟୀ ବ୍ୟାଙ୍କ ଅଧୀନ ସମିତିଗୁଡ଼ିକରେ ଋଣ ପ୍ରଦାନ ନିମନ୍ତେ ପ୍ରତ୍ୟେକ ଚାଷୀଙ୍କଠାରୁ ୧୦ ପ୍ରତିଶତ ଲେଖାଏ ଟଙ୍କା ବ୍ୟାଙ୍କ ଓ ସମିତି ଖର୍ଚ୍ଚ ଆଳରେ କାଟି ନିଆଯାଉଛି। ଅର୍ଥାତ୍‌ ୨୦ ହଜାର ଟଙ୍କାର ଋଣ ନିମନ୍ତେ ୨ ହଜାର ଟଙ୍କା ଚାଷୀଙ୍କ ଠାରୁ ଅସୁଲି ହେଉଛି। ସମସ୍ତ ୧୩ଟି ସମିତିରେ ଚାଷୀଙ୍କୁ ଋଣ ବହି ଓ ଚେକ୍‌ ବହି ପ୍ରଦାନ କରା ନ ଯାଇ ସମିତି କର୍ମଚାରୀମାନେ ନିଜ ପାଖରେ ରଖୁଥିବାରୁ ପ୍ରକୃତ ଋଣ ପରିମାଣ ଚାଷୀ ଜାଣିପାରୁନାହାନ୍ତି। ଏଥିରୁ ପ୍ରାୟ ୯୦ କୋଟିରୁ ଅଧିକ ଟଙ୍କା ଋଣ ଦିଆଯାଇଥିବା ବେଳେ ୧୦ ପ୍ରତିଶତ ହିସାବରେ ୯ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏହାବାଦ ବିଭିନ୍ନ ସମିତିରେ କର୍ମଚାରୀଙ୍କ ସଲାସୁତୁରାରେ ଜାଲ୍‌ ଜମିପଟ୍ଟା ଓ ଦସ୍ତାବିଜ ମାଧ୍ୟମରେ ବିପୁଳ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି, ଯାହାର ମୋଟ ପରିମାଣ ୧୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଦଶରଥପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ୧୦ ପ୍ରତିଶତ ଟଙ୍କା ଆଦାୟ ଅଭିଯୋଗର ତଦନ୍ତ କରାଯିବ। ଏହା ସହିତ ଋଣ ପ୍ରଦାନରେ ସ୍ବଚ୍ଛତା ଅବଲମ୍ବନ ନିମନ୍ତେ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କରୁ ଟଙ୍କା ନେବାକୁ ସଚେତନ କରାଯିବ। ନୂତନ ଭାବେ ଋଣ ନେଉଥିବା ଚାଷୀଙ୍କ ଜମି କାଗଜପତ୍ର ସବ୍‌ରେଜିଷ୍ଟ୍ରାର ଅଫିସରୁ ଯାଞ୍ଚ କରାଯିବା ବ୍ୟବସ୍ଥା କରାଯାଉଛି, ତେଣୁ ସେଥିରେ କୌଣସି ଅନିୟମିତତା ହେଉନାହିଁ ବୋଲି ସେ କହିଛନ୍ତି।
ସୂଚନାଥାଉ କି ଏହି ବ୍ୟାଙ୍କ ଅଧୀନରେ ଅକରପଡ଼ା, ତଳିହା, କଟିକଟା, କୁଆଁରପୁର, ନନ୍ଦିପୁର, ଦଶରଥପୁର, ଛତ୍ରପଡ଼ା, ଚଷାଖଣ୍ଡ, ଅହିୟାସ, ପାଲଟପୁର, ମଙ୍ଗଳପୁର, ନିଜାମପୁର ଓ କମାରଡ଼ିହି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଛି। ମାତ୍ର ଏହି ସବୁ ସମବାୟ ସମିତିରେ ହୋଇଥିବା ଋଣ ଜାଲିଆତିର ସିବିଆଇ ତଦନ୍ତ କରାଗଲେ ବାସ୍ତବ କଥା ପଦାକୁ ଆସିପାରିବ ବୋଲି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri