Posted inଜାତୀୟ

ଦାଣ୍ଡିଆ ନାଚରେ ଆସୁଛି ହାର୍ଟ ଆଟାକ୍, ୨୪ ଘଣ୍ଟାରେ ୧୦ ଜଣ ହରାଇଲେ ଜୀବନ

ସୁରଟ, ୨୨/୧୦: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଦେଶରେ ଏବେ ଉତ୍ସବର ମାହୋଲ। ଏହି ଉତ୍ସବକୁ ଆହୁରି ଟିକିଏ ରୋଚକ କରିବାକୁ ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନାଚ ଆୟୋଜିତ ହେଉଥିଲା ବେଳେ ଏଠାରୁ ଆସିଛି ଦୁଖଦଃ ଖବର। ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କୁ ମିଶାଇ ୧୦ ଜଣ ହୃଦଘାତର ଶିକାର ହୋଇଛନ୍ତି।

ଦାଣ୍ଡିଆ ନାଚ ସମୟରେ ଦାଭୋଇ ବରୋଦାରେ ଜଣେ ୧୩ ବର୍ଷିଆ ନାବାଳକ ହୃଦଘାତର ଟଳିପଡିଛନ୍ତି। ସେହିପରି ଶନିବାର ଅହମଦାବାଦରେ ଜଣେ ୨୪ ବର୍ଷିଅ ଯୁବକ ଦାଣ୍ଡିଆ ନାଚୁଥିବା ସମୟରେ ହଠାତ ହୃଦଘାତରେ ଜୀବନ ହରାଇଛନ୍ତି। କପଡାଗଞ୍ଜରେ ମଧ୍ୟ ଜଣେ ୧୭ ବର୍ଷୀୟ ନାବାଳକ ସମାନ ସମସ୍ୟାର ସମ୍ମୁଖହୀନ ହୋଇଥିଲେ। ଏହିଭଳି ସମାନ ପ୍ରକାର ଅନେକ ଘଟଣା ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି।

ଏହା ବ୍ୟତୀତ, ନବରାତ୍ରୀର ପ୍ରଥମ ଛଅ ଦିନ ମଧ୍ୟରେ, ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ହୃଦଘାତ ଘଟଣା ପାଇଁ ୫୨୧ କଲ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅତିରିକ୍ତ ୬୦୯ କଲ୍ ଗ୍ରହଣ କରିଥିଲେ। ଏହି କଲ୍ ଗୁଡିକ ସନ୍ଧ୍ୟା ୬ ରୁ ୨ ଟା ମଧ୍ୟରେ ରେକର୍ଡ କରାଯାଇଥିଲା, ଯେତେବେଳେ ସାଧାରଣତ ଦାଣ୍ଡିଆ ଉତ୍ସବ ପାଳନ ହୁଏ।

ଏହି ଉଦବେଗଜନକ ଘଟଣାକୁ ନଜରରେ ରଖି ସରକାର ଏବଂ ଇଭେଣ୍ଟ ଆୟୋଜକଙ୍କୁ ପଦକ୍ଷେପ ନେବାକୁ କହିଛନ୍ତି। ରାଜ୍ୟ ସରକାର ଦାଣ୍ଡିଆ କାର୍ଯ୍ୟକ୍ରମ ହେଉଥିବା ସ୍ଥାନରେ ଥିବା ସମସ୍ତ ସରକାରୀ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) କୁ ସତର୍କ ସୂଚନା ଜାରି କରି ସେମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

ଜରୁରୀକାଳୀନ ପରିସ୍ଥିତିରେ ଘଟଣାଗୁଡ଼ିକରେ ଶୀଘ୍ର ପ୍ରବେଶ କରିବା ପାଇଁ ଆମ୍ବୁଲାନ୍ସ ପାଇଁ କରିଡର ତିଆରି କରିବାକୁ ଦାଣ୍ଡିଆ ଆୟୋଜକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସେମାନଙ୍କ କର୍ମଚାରୀଙ୍କୁ ସିପିଆର ତାଲିମ ପ୍ରଦାନ ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପାଣିର ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବାକୁ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri