ଜୁନ୍‌ରେ ୧୦ ଦିନ ଖରାଛୁଟି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଜୁନ୍‌ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ରେ ଖରାଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବର୍ତ୍ତମାନ ପୂର୍ବଭଳି ସକାଳୁଆ ସ୍କୁଲ୍‌ ଚାଲୁ ରହିବ। ସେହିପରି ସକାଳୁଆ ସ୍କୁଲ୍‌ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ମେ’ ପହିଲାରୁ ଜୁନ୍‌ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ କ୍ଲାସ୍‌ ଚାଲିବ।