Posted inଫୁରସତ

ସପ୍ତାହରେ ଖର୍ଚ୍ଚ କରୁଛନ୍ତି ୧୦ କୋଟି

ଦୁବାଇ: ଅନେକ ଝିଅ ଏପରି ପରିବାରରେ ବିବାହ କରିବାକୁ ଚାହାନ୍ତି, ଯେଉଁଠାରେ ଟଙ୍କାର କିଛି ଅଭାବ ନ ଥିବ। ସେ ଭଲରେ ଚଳିପାରୁଥିବେ। ଜଣେ ମହିଳାଙ୍କ ସ୍ବାମୀ କୋଟିପତି ହୋଇଥିବାରୁ ସେ ଏହାର ଅଧିକ ଫାଇଦା ଉଠାଉଛନ୍ତି। ତାଙ୍କର ଏହି ଜୀବନଧାରଣକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ମହିଳା ଜଣକ ସପ୍ତାହରେ ୧୦ କୋଟି ଟଙ୍କା ଉଡାଇ ଦେଉଛନ୍ତି। ନିଜକୁ ଦୁବାଇର ଗୃହିଣୀ କହୁଥିବା ଲିଣ୍ଡା ଆଣ୍ଡଡ୍ରେ ସୋସିଆଲ ମିଡିଆରେ ଜଣେ ଇନ୍‌ଫ୍ଲ୍ୟୁଏନଶର। ସେ ଅନେକ ସମୟରେ ତାଙ୍କ ନିଜ କାହାଣୀ ଲୋକଙ୍କୁ ଶେୟାର କରିଥାନ୍ତି। ଜୋର୍ଡାନରେ ଜନ୍ମ ନେଇଥିବା ଲିଣ୍ଡା ୧୯ ବର୍ଷ ବୟସରେ କ୍ରିପ୍ଟୋ ବ୍ୟବସାୟୀ ରିକି ଆଣ୍ଡଡ୍ରେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରିକିଙ୍କ ପାଇଁ ଲିଣ୍ଡା ସଉକଭରା ଜୀବନଶୈଳୀ ବଞ୍ଚୁଛନ୍ତି। ସେ ମହଙ୍ଗା କାର୍‌ରେ ବୁଲୁଥିବାବେଳେ ରାଜମହଲ ଭଳି ଘରେ ରୁହନ୍ତି। ଯାହା ଇଚ୍ଛା ତାହା କିଣନ୍ତି। ନିକଟରେ ସେ ତାଙ୍କର ବିଳାସମୟ ଜୀବନ ବାବଦରେ ଶେୟାର କରିଛନ୍ତି। ଲିଣ୍ଡା କହିଛନ୍ତି, ତାଙ୍କ ସ୍ବାମୀ ଗତ ସପ୍ତାହରେ ତାଙ୍କୁ ୧୧.୬୬ କୋଟି ଟଙ୍କା ଦେଇଥିଲେ। ସେଥିରୁ ସେ ୧୦ କୋଟି ଟଙ୍କା ଏକ ସପ୍ତାହରେ ଶେଷ କରିଦେଇଛନ୍ତି। ତା’ ଭିତରେ ସେ ୬ ଲକ୍ଷ ଟଙ୍କାର ଚକୋଲେଟ୍‌ ଖାଇଥିବା ମଧ୍ୟ କହିଛନ୍ତି। ରିକି ଲିଣ୍ଡାଙ୍କୁ ଆଉ ୨ କୋଟି ଟଙ୍କା ଦେଇଥିଲେ, ଯାହାକୁ ସେ କକ୍‌ଟେଲରେ ଖର୍ଚ୍ଚ କରିଦେଇଥିବା କହିଛନ୍ତି। ତେବେ ସେ ଜଣେ କୋଟିପତିଙ୍କୁ ବିବାହ କରି ଖୁସି ନ ଥିବା କହିଛନ୍ତି। କାରଣ ସେ ତାଙ୍କ ମନ ମୁତାବକ କିଛି କାର୍ଯ୍ୟ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri