Categories: ଫୁରସତ

୧୦ କୁମ୍ଭୀର ମମି ଠାବ

କାଇରୋ: ପ୍ରତ୍ନତତ୍ତ୍ୱବିତ୍‌ମାନେ ଇଜିପ୍ଟରେ ୨୫୦୦ ବର୍ଷ ପୂର୍ବର ୧୦ଟି କୁମ୍ଭୀର ମମି ଠାବ କରିଛନ୍ତି। ଇଜିପ୍ଟ ପରମ୍ପରାରେ କୁମ୍ଭୀରଙ୍କ ପ୍ରମୁଖ ଭୂମିକା ରହିଥିବାରୁ ପ୍ରଥା ଅନୁସାରେ ସେମାନଙ୍କ ମୃତଦେହକୁ ପୋତା ଯାଉଥିଲା। ଠାବ ହୋଇଥିବା ଉକ୍ତ ୧୦ କୁମ୍ଭୀର ପ୍ରାପ୍ତବୟସ୍କ। ନୀଳ ନଦୀର ପଶ୍ଚିମ ଘାଟରେ ଥିବା କୁବତ ଅଲ୍‌ ହୱାର ସମାଧି ସ୍ଥଳରେ ସେହି ମମିଗୁଡ଼ିକ ଠାବ ହୋଇଛି। ସେଠାରେ କୁମ୍ଭୀରଙ୍କ ୨ ପ୍ରଜାତି ଥିବା ଜଣାପଡ଼ିଛି। ଏମାନଙ୍କ ସହ ଉକ୍ତ ସମାଧି ସ୍ଥଳରେ ବୃହଦାକାର ବାନର, ବିଲେଇ, ଲମ୍ବା ବେକ ଥିବା ବଗକୁ ପୋତା ଯାଇଥାଏ। ରୟାଲ୍‌ ବେଲ୍‌ଜିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନାଚୁରାଲ୍‌ ସାଇନ୍ସେସ୍‌ ଏବଂ ସହଲେଖକ ବିଏ ଡି କୁପେରେ କହିଛନ୍ତି, ସମାଧି ସ୍ଥଳରେ ୧୦ଟି କୁମ୍ଭୀର ମମି ମିଳିବା ଏକ ବିଶେଷ କଥା।

Share