Posted inଖେଳ

୧୦ ଦୁର୍ଭାଗ୍ୟଶାଳୀ କ୍ରିକେଟର, ଖେଳୁଥିବାବେଳେ ପଡିଆରେ ଟଳିପଡି ଦୁନିଆକୁ କହିଛନ୍ତି ଅଲବିଦା

କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ପଡ଼ିଆରେ ଖେଳା ଯାଉଥିବା ଏହି ଖେଳ କେତେବେଳେ କାହା ଆଡକୁ ଢଳିବ ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର। ବିଜୟ ଏବଂ ପରାଜୟ କ୍ରିକେଟରେ ଏକ ସାଧାରଣ କଥା। କିନ୍ତୁ କ୍ରିକେଟ ପଡ଼ିଆରେ ମୃତ୍ୟୁ ଏହି ରୋମାଞ୍ଚକର ଖେଳରେ ଭୟର ବାତାବରଣ ସୃଷ୍ଟି କରେ। ଆସନ୍ତୁ ଜାଣିବା ୧୦ ଜଣ ବିଶିଷ୍ଟ ଖେଳାଳିଙ୍କ ବିଷୟରେ ଯେଉଁମାନେ କ୍ରିକେଟ ପଡ଼ିଆରୁ ଦୁନିଆକୁ ଅଲବିଦା କହିଛନ୍ତି।
ଫିଲ ହ୍ୟୁଜ
ଶେଫିଲ୍ଡ ସିଲ୍ଡରେ ଖେଳାଯାଉଥିବା ଏକ ମ୍ୟାଚବେଳେ ସିନ୍‌ ଏବୋଟଙ୍କ ଏକ ବାଉନ୍ସର ବଲ୍‌ ଅଷ୍ଟ୍ରେଲୀୟ କ୍ରିକେଟର ଫିଲ ହ୍ୟୁଜଙ୍କ ମୁଣ୍ଡରେ ବାଜିଥିଲା। ଯଦିଓ ସେ ହେଲମେଟ ପିନ୍ଧିଥିଲେ ମଧ୍ୟ ବେକରେ ବଲ ବାଜିଥିବାରୁ ସେ ଗୁରୁତର ଆହତ ହୋଇଥିଲେ। ସେ ତିନି ଦିନ କୋମାରେ ରହି ୨୭ ନଭେମ୍ବର ୨୦୧୪ରେ ମୃତ୍ୟୁ ବରଣ କରିଥିଲେ।

ଡ୍ୟାରିନ ର଼୍ୟାଡଲ
ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଏକ ଘରୋଇ ମ୍ୟାଚରେ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଡ୍ୟାରିନ ର଼୍ୟାଡଲଙ୍କ ଏକ ପୁଲ ସଟ ଖେଳିବାକୁ ଚେଷ୍ଟା କରୁଥିବାବେଳେ ବଲ ତାଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେ ପିଚ ଉପରେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ।
ଜୁଲଫିକର ଭଟ୍ଟି
୨୦୧୩, ଡିସେମ୍ବର ୧୯ରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ୨୨ ବର୍ଷୀୟ ପାକିସ୍ତାନୀ କ୍ରିକେଟର ଛାତିରେ ଏକ ବଲ ବାଜିଥିଲା। ତତ୍‌କ୍ଷଣାତ୍‌ ସେ ତଳେ ପଡିଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ରିଚାର୍ଡ ବ୍ୟୁମୋଣ୍ଟ
ଇଂଲଣ୍ଡର ଦ୍ରୁତ ବୋଲରରିଚାର୍ଡ ବ୍ୟୁମୋଣ୍ଟ ପଡ଼ିଆରେ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କୁ ବର୍ମିଂହାମର ରାଣୀ ଏଲିଜାବେଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ବଞ୍ଚି ପାରି ନ ଥିଲେ।

ୱାସିମ ରାଜା
ପାକିସ୍ତାନୀ ଦ୍ରୁତ ବୋଲର ୱାସିମ ରାଜା ହୃଦଘାତରେ ଆକ୍ରାନ୍ତ ହୋଇ ୨୦୦୬ରେ ପଡ଼ିଆରେ ଖେଳିବାବେଳେ ମୃତ୍ୟୁବରଣ କରିଥିଲେ। ରାଜା ସରେରେ ଏକ ୫୦ ଓଭର ବିଶିଷ୍ଟ ମ୍ୟାଚ ଖେଳୁଥିଲେ। ଦୁଇ-ତିନି ଓଭର ଷ୍‌ବୋଲିଂ କରିବା ପରେ ସେ ଅସୁସ୍ଥ ହୋଇପଡିଥିଲେ। କିଛି ସମୟ ପରେ ସେ ହୃଦଘାତରେ ତଳେ ପଡ଼ିଯାଇଥିଲେ।
ର୍‌
ରମଣ ଲାମ୍ବା
ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଭାରତୀୟ କ୍ରିକେଟର ରମଣ ଲାମ୍ବା କ୍ରିକେଟ ପଡ଼ିଆରେ ଖେଳୁଥିବାବେଳେ ମୃତ୍ୟୁବରଣ କରିଥିଲେ। ଲାମ୍ବା ୨୦ ଫେବୃଆରୀ ୧୯୯୮ରେ ଢାକାରେ ବାଂଲାଦେଶ କ୍ରିକେଟ କ୍ଲବ ଅବାହାନି କ୍ରଇରା ଚାକରା ପାଇଁ ଖେଳୁଥିଲେ। ଫିଲ୍ଡିଂ ସମୟରେ ସେ କ୍ୟାଚ୍‌ ଧରିବା ପାଇଁ ଛିଡ଼ା ହୋଇଥିବାବେଳେ ବ୍ୟାଟ୍ସମ୍ୟାନ୍‌ଙ୍କ ଏକ ସଟ୍‌ ତାଙ୍କ ମୁଣ୍ଡରେ ବାଜିଥିଲା। ସେହି ସମୟରେ ରମଣ ହେଲମେଟ ପିନ୍ଧି ନ ଥିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଆଘାତ ଏତେ ଗଭୀର ଥିଲା ଯେ ଡାକ୍ତର ତାଙ୍କୁ ବଞ୍ଚାଇପାରି ନ ଥିଲେ।

ଇଆନ ଫୋଲି
ଇଂଲଣ୍ଡର ପୂର୍ବତନ ଖେଳାଳି ଇଆନ ଫୋଲିଙ୍କ ମୁଣ୍ଡରେ ବଲ୍‌ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୯୩ରେ ଡର୍ବିସାୟାର ପକ୍ଷରୁ ଘରୋଇ ଟୁର୍ନାମେଣ୍ଟ ଖେଳୁତତ୍ବାବେଳେ ଏହି ଅଘଟଣା ଘଟିଥିଲା। ଇଆନ ଫୋଲି ବ୍ୟାଟିଂ କରିବା ସମୟରେ ତାଙ୍କ ଆଖି ତଳେ ବଲ ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ହୃଦଘାତ ଯୋଗୁ ଫୋଲିଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

ୱିଲଫ ସ୍ଲାକ
୧୯୮୯ରେ ଗାମ୍ବିଆର ଏକ ଘରୋଇ ମ୍ୟାଚ ସମୟରେ ଇଂଲଣ୍ଡ କ୍ରିକେଟର ୱିଲଫ ସ୍ଲାକ ୩୪ ବର୍ଷ ବୟସରେ ଖେଳୁ ଥିବାବେଳେ ମୃତ୍ୟୁ ହୋଇଥିଲା।

ଅବଦୁଲ ଅଜିଜ
ପାକିସ୍ତାନର ପୂର୍ବତନ ଉଇକେଟ କିପର ବ୍ୟାଟ୍ସମ୍ୟାନ ଅବଦୁଲ ଅଜିଜଙ୍କ ମୁଣ୍ଡରେ ବଲ୍‌ ବାଜି ମୃତ୍ୟୁ ଘଟିଥିଲା। ଜାନୁଆରୀ ୧୭, ୧୯୫୯ରେ ପାକିସ୍ତାନର ଘରୋଇ କ୍ରିକେଟ କୈଦ-ଏ-ଆଜାମ ଟୁର୍ନାମେଣ୍ଟରେ ଖେଳୁଥିବାବେଳେ ଅଜିଜ ୧୮ ବର୍ଷ ବୟସରେ ଜୀବନ ହରାଇଥିଲେ।

ଜର୍ଜ ସମର୍ସ
୧୮୭୦ ମସିହାରେ ନଟିଂହାମଶାୟାର ପାଇଁ ବ୍ୟାଟିଂ କରୁଥିବା ୨୫ ବର୍ଷୀୟ ଜର୍ଜ ସମର୍ସ ଲର୍ଡସରେ ଏମସିସି ବିପକ୍ଷ ମ୍ୟାଚବେଳେ ବଲ୍‌ ତାଙ୍କ ମୁଣ୍ଡରେ ବାଜିଥିଲା। ଏହାର ଚାରି ଦିନ ପରେ ତାଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri