Posted inଖେଳ

୧୦ ଦୁର୍ଭାଗ୍ୟଶାଳୀ କ୍ରିକେଟର, ଖେଳୁଥିବାବେଳେ ପଡିଆରେ ଟଳିପଡି ଦୁନିଆକୁ କହିଛନ୍ତି ଅଲବିଦା

କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ପଡ଼ିଆରେ ଖେଳା ଯାଉଥିବା ଏହି ଖେଳ କେତେବେଳେ କାହା ଆଡକୁ ଢଳିବ ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର। ବିଜୟ ଏବଂ ପରାଜୟ କ୍ରିକେଟରେ ଏକ ସାଧାରଣ କଥା। କିନ୍ତୁ କ୍ରିକେଟ ପଡ଼ିଆରେ ମୃତ୍ୟୁ ଏହି ରୋମାଞ୍ଚକର ଖେଳରେ ଭୟର ବାତାବରଣ ସୃଷ୍ଟି କରେ। ଆସନ୍ତୁ ଜାଣିବା ୧୦ ଜଣ ବିଶିଷ୍ଟ ଖେଳାଳିଙ୍କ ବିଷୟରେ ଯେଉଁମାନେ କ୍ରିକେଟ ପଡ଼ିଆରୁ ଦୁନିଆକୁ ଅଲବିଦା କହିଛନ୍ତି।
ଫିଲ ହ୍ୟୁଜ
ଶେଫିଲ୍ଡ ସିଲ୍ଡରେ ଖେଳାଯାଉଥିବା ଏକ ମ୍ୟାଚବେଳେ ସିନ୍‌ ଏବୋଟଙ୍କ ଏକ ବାଉନ୍ସର ବଲ୍‌ ଅଷ୍ଟ୍ରେଲୀୟ କ୍ରିକେଟର ଫିଲ ହ୍ୟୁଜଙ୍କ ମୁଣ୍ଡରେ ବାଜିଥିଲା। ଯଦିଓ ସେ ହେଲମେଟ ପିନ୍ଧିଥିଲେ ମଧ୍ୟ ବେକରେ ବଲ ବାଜିଥିବାରୁ ସେ ଗୁରୁତର ଆହତ ହୋଇଥିଲେ। ସେ ତିନି ଦିନ କୋମାରେ ରହି ୨୭ ନଭେମ୍ବର ୨୦୧୪ରେ ମୃତ୍ୟୁ ବରଣ କରିଥିଲେ।

ଡ୍ୟାରିନ ର଼୍ୟାଡଲ
ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଏକ ଘରୋଇ ମ୍ୟାଚରେ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଡ୍ୟାରିନ ର଼୍ୟାଡଲଙ୍କ ଏକ ପୁଲ ସଟ ଖେଳିବାକୁ ଚେଷ୍ଟା କରୁଥିବାବେଳେ ବଲ ତାଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେ ପିଚ ଉପରେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ।
ଜୁଲଫିକର ଭଟ୍ଟି
୨୦୧୩, ଡିସେମ୍ବର ୧୯ରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ୨୨ ବର୍ଷୀୟ ପାକିସ୍ତାନୀ କ୍ରିକେଟର ଛାତିରେ ଏକ ବଲ ବାଜିଥିଲା। ତତ୍‌କ୍ଷଣାତ୍‌ ସେ ତଳେ ପଡିଯାଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ରିଚାର୍ଡ ବ୍ୟୁମୋଣ୍ଟ
ଇଂଲଣ୍ଡର ଦ୍ରୁତ ବୋଲରରିଚାର୍ଡ ବ୍ୟୁମୋଣ୍ଟ ପଡ଼ିଆରେ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କୁ ବର୍ମିଂହାମର ରାଣୀ ଏଲିଜାବେଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେ ବଞ୍ଚି ପାରି ନ ଥିଲେ।

ୱାସିମ ରାଜା
ପାକିସ୍ତାନୀ ଦ୍ରୁତ ବୋଲର ୱାସିମ ରାଜା ହୃଦଘାତରେ ଆକ୍ରାନ୍ତ ହୋଇ ୨୦୦୬ରେ ପଡ଼ିଆରେ ଖେଳିବାବେଳେ ମୃତ୍ୟୁବରଣ କରିଥିଲେ। ରାଜା ସରେରେ ଏକ ୫୦ ଓଭର ବିଶିଷ୍ଟ ମ୍ୟାଚ ଖେଳୁଥିଲେ। ଦୁଇ-ତିନି ଓଭର ଷ୍‌ବୋଲିଂ କରିବା ପରେ ସେ ଅସୁସ୍ଥ ହୋଇପଡିଥିଲେ। କିଛି ସମୟ ପରେ ସେ ହୃଦଘାତରେ ତଳେ ପଡ଼ିଯାଇଥିଲେ।
ର୍‌
ରମଣ ଲାମ୍ବା
ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଭାରତୀୟ କ୍ରିକେଟର ରମଣ ଲାମ୍ବା କ୍ରିକେଟ ପଡ଼ିଆରେ ଖେଳୁଥିବାବେଳେ ମୃତ୍ୟୁବରଣ କରିଥିଲେ। ଲାମ୍ବା ୨୦ ଫେବୃଆରୀ ୧୯୯୮ରେ ଢାକାରେ ବାଂଲାଦେଶ କ୍ରିକେଟ କ୍ଲବ ଅବାହାନି କ୍ରଇରା ଚାକରା ପାଇଁ ଖେଳୁଥିଲେ। ଫିଲ୍ଡିଂ ସମୟରେ ସେ କ୍ୟାଚ୍‌ ଧରିବା ପାଇଁ ଛିଡ଼ା ହୋଇଥିବାବେଳେ ବ୍ୟାଟ୍ସମ୍ୟାନ୍‌ଙ୍କ ଏକ ସଟ୍‌ ତାଙ୍କ ମୁଣ୍ଡରେ ବାଜିଥିଲା। ସେହି ସମୟରେ ରମଣ ହେଲମେଟ ପିନ୍ଧି ନ ଥିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଆଘାତ ଏତେ ଗଭୀର ଥିଲା ଯେ ଡାକ୍ତର ତାଙ୍କୁ ବଞ୍ଚାଇପାରି ନ ଥିଲେ।

ଇଆନ ଫୋଲି
ଇଂଲଣ୍ଡର ପୂର୍ବତନ ଖେଳାଳି ଇଆନ ଫୋଲିଙ୍କ ମୁଣ୍ଡରେ ବଲ୍‌ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୯୩ରେ ଡର୍ବିସାୟାର ପକ୍ଷରୁ ଘରୋଇ ଟୁର୍ନାମେଣ୍ଟ ଖେଳୁତତ୍ବାବେଳେ ଏହି ଅଘଟଣା ଘଟିଥିଲା। ଇଆନ ଫୋଲି ବ୍ୟାଟିଂ କରିବା ସମୟରେ ତାଙ୍କ ଆଖି ତଳେ ବଲ ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ହୃଦଘାତ ଯୋଗୁ ଫୋଲିଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।

ୱିଲଫ ସ୍ଲାକ
୧୯୮୯ରେ ଗାମ୍ବିଆର ଏକ ଘରୋଇ ମ୍ୟାଚ ସମୟରେ ଇଂଲଣ୍ଡ କ୍ରିକେଟର ୱିଲଫ ସ୍ଲାକ ୩୪ ବର୍ଷ ବୟସରେ ଖେଳୁ ଥିବାବେଳେ ମୃତ୍ୟୁ ହୋଇଥିଲା।

ଅବଦୁଲ ଅଜିଜ
ପାକିସ୍ତାନର ପୂର୍ବତନ ଉଇକେଟ କିପର ବ୍ୟାଟ୍ସମ୍ୟାନ ଅବଦୁଲ ଅଜିଜଙ୍କ ମୁଣ୍ଡରେ ବଲ୍‌ ବାଜି ମୃତ୍ୟୁ ଘଟିଥିଲା। ଜାନୁଆରୀ ୧୭, ୧୯୫୯ରେ ପାକିସ୍ତାନର ଘରୋଇ କ୍ରିକେଟ କୈଦ-ଏ-ଆଜାମ ଟୁର୍ନାମେଣ୍ଟରେ ଖେଳୁଥିବାବେଳେ ଅଜିଜ ୧୮ ବର୍ଷ ବୟସରେ ଜୀବନ ହରାଇଥିଲେ।

ଜର୍ଜ ସମର୍ସ
୧୮୭୦ ମସିହାରେ ନଟିଂହାମଶାୟାର ପାଇଁ ବ୍ୟାଟିଂ କରୁଥିବା ୨୫ ବର୍ଷୀୟ ଜର୍ଜ ସମର୍ସ ଲର୍ଡସରେ ଏମସିସି ବିପକ୍ଷ ମ୍ୟାଚବେଳେ ବଲ୍‌ ତାଙ୍କ ମୁଣ୍ଡରେ ବାଜିଥିଲା। ଏହାର ଚାରି ଦିନ ପରେ ତାଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?