ତାଲିବାନ୍‌ ସହ ୧୦ ଦେଶର ବୈଠକ

ମସ୍କୋ, ୨୧ା୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ତାଲିବାନ୍‌ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷିଆ ବୁଧବାର ଏକ ଅନ୍ତର୍ଜାତୀୟ ବୈଠକ ଆୟୋଜନ କରିଛି। ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ ଖୁବଶୀଘ୍ର ଏକ ପୂର୍ଣ୍ଣ ସରକାର ଗଢ଼ୁ ବୋଲି ରୁଷିଆ ପରାମର୍ଶ ଦେଇଛି। ତାଲିବାନ୍‌ର ବ୍ୟବହାରକୁ ନେଇ ଭାରତ ଓ ରୁଷିଆ ଭିନ୍ନମତ ପ୍ରକାଶ କରିଥିଲେ। ମହିଳା ଓ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ପାଇଁ ତାଲିବାନ୍‌ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରି ନ ଥିବା ଭାରତ କହିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନରେ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ର ଉଦ୍ୟମକୁ ରୁଷିଆ ପ୍ରଶଂସା କରିଛି। ଏହି ସରକାରରେ ଦେଶର ସମସ୍ତ ଧର୍ମୀୟ ଗୋଷ୍ଠୀ ଏବଂ ରାଜନୈତିକ ଦଳର ହିତ ସାଧନର ଝଲକ ରହିବା ଆବଶ୍ୟକ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗି ଲାଭ୍‌ରୋଭ୍‌ ବୈଠକ ପ୍ରାରମ୍ଭରେ କହିଥିଲେ। ୨୦୦୩ରେ ତାଲିବାନ୍‌କୁ ଏକ ଆତଙ୍କବାଦୀ ସଙ୍ଗଠନ ଆଖ୍ୟା ଦେଇଥିଲେ ହେଁ ରୁଷିଆ ଏହା ସହ ଯୋଗାଯୋଗ ରଖିବାକୁ ଦୀର୍ଘ ବର୍ଷରୁ ଉଦ୍ୟମ ଜାରି ରଖିଛି। ରୁଷିଆ ନିୟମ ଅନୁସାରେ ତାଲିବାନ୍‌ ସହ କୌଣସି ସମ୍ପର୍କ ଦଣ୍ଡନୀୟ ଅପରାଧ ହୋଇଥିଲେ ହେଁ ଆଫଗାନିସ୍ତାନରେ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ ସହ କଥା ହେବା ଜରୁରୀ ବୋଲି ଲାଭ୍‌ରୋଭ କହିଛନ୍ତି।
କନଫରେନ୍ସରେ ଭାରତ, ଚାଇନା, ପାକିସ୍ତାନ ସମେତ ଇରାନ, କାଜାଖସ୍ତାନ, କିର୍‌ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଉଜ୍‌ବେକିସ୍ତାନ ଆଦି ଦେଶର ପ୍ରତିନିଧିମାନେ ସାମିଲ ହୋଇଥିଲେ। ତାଲିବାନ୍‌ ପକ୍ଷରୁ ଡେପୁଟି ପ୍ରଧାନମନ୍ତ୍ରୀ ଅବଦୁଲ୍‌ ସଲାମ ହନାଫି ଆଲୋଚନାରେ ଉପସ୍ଥିତ ଥିଲେ। ବୈଠକରେ ଆମେରିକାର ଅନୁପସ୍ଥିତିକୁ ନେଇ ଲାଭ୍‌ରୋଭ ଦୁଃଖ ବ୍ୟକ୍ତ କରିଥିଲେ।

ମହିଳା ଖେଳାଳିଙ୍କ ମୁଣ୍ଡକାଟି ହତ୍ୟା

ଆଫଗାନିସ୍ତାନରେ ତାଲିବାନ ବର୍ବରତାର ଆଉ ଏକ ଘଟଣା ସାମ୍‌ନାକୁ ଆସିଛି। ମହିଳାଙ୍କ ସ୍ବାଧୀନତା ଉପରେ ଅଙ୍କୁଶ ମନୋଭାବ ରଖିଥିବା ଏହି କଠୋରପନ୍ଥୀ ସଙ୍ଗଠନ ଜାତୀୟ ମହିଳା ଭଲିବଲ ଟିମ୍‌ର ଜଣେ ତାରକା ଖେଳାଳିଙ୍କ ମୁଣ୍ଡକାଟ କରିଛି। କିଛି ଦିନ ତଳେ ଆଫଗାନ୍‌ ଜୁନିୟର ଭଲିବଲ ଖେଳାଳି ମହଜବିନ୍‌ ହକିମିଙ୍କୁ ତାଲିବାନ୍‌ ହତ୍ୟା କରିଥିବା ଟିମ୍‌ର କୋଚ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏ ବାବଦରେ କାହା ଆଗରେ ନ କହିବାକୁ କିମ୍ବା ବାହାରେ ଚର୍ଚ୍ଚା ନ କରିବାକୁ ତାଙ୍କ ପରିବାରକୁ ତାଲିବାନ୍‌ ଧମକ ଦେଇଥିବା ସେ ପ୍ରକାଶ କରିଛନ୍ତି।
ଅଶ୍ରଫ୍‌ ଗନିଙ୍କ ସରକାର ଥିବାବେଳେ ମହଜବିନ୍‌ କାବୁଲ ମ୍ୟୁନିସିପାଲିଟି ଭଲିବଲ କ୍ଲବ ପାଇଁ ଖେଳିଥିଲେ। କିଛି ଦିନ ତଳେ ତାଙ୍କର ମୁଣ୍ଡକଟାଯାଇ ହତ୍ୟା ପରେ ସୋସିଆଲ ମିଡିଆରେ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଅଗଷ୍ଟରେ ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବାବେଳେ ମହିଳା ଜାତୀୟ ଭଲିବଲ୍‌ ଟିମ୍‌ର ମାତ୍ର ୨ ଖେଳାଳି ଦେଶ ଛାଡ଼ି ପଳାୟନ କରିବାରେ ସକ୍ଷମ ହୋଇଛନ୍ତି। ଦୁର୍ଭାଗ୍ୟବଶତଃ ମହଜବିନ୍‌ଙ୍କ ସମେତ ଅନ୍ୟ ଖେଳାଳିମାନେ ଦେଶରେ ରହିଯାଇଥିବା ଟିମ୍‌ର କୋଚ୍‌ କହିଛନ୍ତି। ସେବେଠାରୁ ଘରୋଇ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ମହିଳା ଖେଳାଳିଙ୍କୁ ତାଲିବାନ୍‌ ଖୋଜି ହତ୍ୟା କରିବାକୁ ଉଦ୍ୟମ କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri