ତାଲିବାନ୍‌ ସହ ୧୦ ଦେଶର ବୈଠକ

ମସ୍କୋ, ୨୧ା୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ତାଲିବାନ୍‌ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷିଆ ବୁଧବାର ଏକ ଅନ୍ତର୍ଜାତୀୟ ବୈଠକ ଆୟୋଜନ କରିଛି। ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ ଖୁବଶୀଘ୍ର ଏକ ପୂର୍ଣ୍ଣ ସରକାର ଗଢ଼ୁ ବୋଲି ରୁଷିଆ ପରାମର୍ଶ ଦେଇଛି। ତାଲିବାନ୍‌ର ବ୍ୟବହାରକୁ ନେଇ ଭାରତ ଓ ରୁଷିଆ ଭିନ୍ନମତ ପ୍ରକାଶ କରିଥିଲେ। ମହିଳା ଓ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ପାଇଁ ତାଲିବାନ୍‌ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ କରି ନ ଥିବା ଭାରତ କହିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନରେ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ର ଉଦ୍ୟମକୁ ରୁଷିଆ ପ୍ରଶଂସା କରିଛି। ଏହି ସରକାରରେ ଦେଶର ସମସ୍ତ ଧର୍ମୀୟ ଗୋଷ୍ଠୀ ଏବଂ ରାଜନୈତିକ ଦଳର ହିତ ସାଧନର ଝଲକ ରହିବା ଆବଶ୍ୟକ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗି ଲାଭ୍‌ରୋଭ୍‌ ବୈଠକ ପ୍ରାରମ୍ଭରେ କହିଥିଲେ। ୨୦୦୩ରେ ତାଲିବାନ୍‌କୁ ଏକ ଆତଙ୍କବାଦୀ ସଙ୍ଗଠନ ଆଖ୍ୟା ଦେଇଥିଲେ ହେଁ ରୁଷିଆ ଏହା ସହ ଯୋଗାଯୋଗ ରଖିବାକୁ ଦୀର୍ଘ ବର୍ଷରୁ ଉଦ୍ୟମ ଜାରି ରଖିଛି। ରୁଷିଆ ନିୟମ ଅନୁସାରେ ତାଲିବାନ୍‌ ସହ କୌଣସି ସମ୍ପର୍କ ଦଣ୍ଡନୀୟ ଅପରାଧ ହୋଇଥିଲେ ହେଁ ଆଫଗାନିସ୍ତାନରେ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ ସହ କଥା ହେବା ଜରୁରୀ ବୋଲି ଲାଭ୍‌ରୋଭ କହିଛନ୍ତି।
କନଫରେନ୍ସରେ ଭାରତ, ଚାଇନା, ପାକିସ୍ତାନ ସମେତ ଇରାନ, କାଜାଖସ୍ତାନ, କିର୍‌ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଉଜ୍‌ବେକିସ୍ତାନ ଆଦି ଦେଶର ପ୍ରତିନିଧିମାନେ ସାମିଲ ହୋଇଥିଲେ। ତାଲିବାନ୍‌ ପକ୍ଷରୁ ଡେପୁଟି ପ୍ରଧାନମନ୍ତ୍ରୀ ଅବଦୁଲ୍‌ ସଲାମ ହନାଫି ଆଲୋଚନାରେ ଉପସ୍ଥିତ ଥିଲେ। ବୈଠକରେ ଆମେରିକାର ଅନୁପସ୍ଥିତିକୁ ନେଇ ଲାଭ୍‌ରୋଭ ଦୁଃଖ ବ୍ୟକ୍ତ କରିଥିଲେ।

ମହିଳା ଖେଳାଳିଙ୍କ ମୁଣ୍ଡକାଟି ହତ୍ୟା

ଆଫଗାନିସ୍ତାନରେ ତାଲିବାନ ବର୍ବରତାର ଆଉ ଏକ ଘଟଣା ସାମ୍‌ନାକୁ ଆସିଛି। ମହିଳାଙ୍କ ସ୍ବାଧୀନତା ଉପରେ ଅଙ୍କୁଶ ମନୋଭାବ ରଖିଥିବା ଏହି କଠୋରପନ୍ଥୀ ସଙ୍ଗଠନ ଜାତୀୟ ମହିଳା ଭଲିବଲ ଟିମ୍‌ର ଜଣେ ତାରକା ଖେଳାଳିଙ୍କ ମୁଣ୍ଡକାଟ କରିଛି। କିଛି ଦିନ ତଳେ ଆଫଗାନ୍‌ ଜୁନିୟର ଭଲିବଲ ଖେଳାଳି ମହଜବିନ୍‌ ହକିମିଙ୍କୁ ତାଲିବାନ୍‌ ହତ୍ୟା କରିଥିବା ଟିମ୍‌ର କୋଚ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏ ବାବଦରେ କାହା ଆଗରେ ନ କହିବାକୁ କିମ୍ବା ବାହାରେ ଚର୍ଚ୍ଚା ନ କରିବାକୁ ତାଙ୍କ ପରିବାରକୁ ତାଲିବାନ୍‌ ଧମକ ଦେଇଥିବା ସେ ପ୍ରକାଶ କରିଛନ୍ତି।
ଅଶ୍ରଫ୍‌ ଗନିଙ୍କ ସରକାର ଥିବାବେଳେ ମହଜବିନ୍‌ କାବୁଲ ମ୍ୟୁନିସିପାଲିଟି ଭଲିବଲ କ୍ଲବ ପାଇଁ ଖେଳିଥିଲେ। କିଛି ଦିନ ତଳେ ତାଙ୍କର ମୁଣ୍ଡକଟାଯାଇ ହତ୍ୟା ପରେ ସୋସିଆଲ ମିଡିଆରେ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଅଗଷ୍ଟରେ ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବାବେଳେ ମହିଳା ଜାତୀୟ ଭଲିବଲ୍‌ ଟିମ୍‌ର ମାତ୍ର ୨ ଖେଳାଳି ଦେଶ ଛାଡ଼ି ପଳାୟନ କରିବାରେ ସକ୍ଷମ ହୋଇଛନ୍ତି। ଦୁର୍ଭାଗ୍ୟବଶତଃ ମହଜବିନ୍‌ଙ୍କ ସମେତ ଅନ୍ୟ ଖେଳାଳିମାନେ ଦେଶରେ ରହିଯାଇଥିବା ଟିମ୍‌ର କୋଚ୍‌ କହିଛନ୍ତି। ସେବେଠାରୁ ଘରୋଇ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ମହିଳା ଖେଳାଳିଙ୍କୁ ତାଲିବାନ୍‌ ଖୋଜି ହତ୍ୟା କରିବାକୁ ଉଦ୍ୟମ କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri