୧୦ ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ କଂଗ୍ରେସ

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୧୦ଟି ଦୁର୍ନୀତି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଖଣି ଦୁର୍ନୀତି, ଗୁଣ୍ଡାରାଜ, ମାସ୍କ ସ୍କାମ୍‌, ତାମିଲ ଶାସନ, ଜମି ହଡ଼ପ, ଜବ୍‌ ଜୁମ୍‌ଲା, ସରକାରୀ ଚାକିରି ବିକ୍ରି, ବିଦ୍ୟୁତ୍‌ ଯନ୍ତ୍ରଣା ଓ ଦରଦାମ୍‌ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଦଳ ଲୋକଙ୍କ ନିକଟରେ ପହଞ୍ଚାଇ ବିଜେଡି ଏବଂ ଭାଜପାର ଅସଲ ଚେହେରା ଦେଖାଇବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି।
କଂଗ୍ରେସ ଭବନଠାରେ ସୋମବାର କଂଗ୍ରେସ ପକ୍ଷରୁ ଅନ୍ନପ୍ରାଶନ କାର୍ଯ୍ୟକ୍ରମ କରାଯାଇଛି। କଂଗ୍ରେସ ୧୦ଟି ନକଲି ଛୁଆଙ୍କ କଣ୍ଢେଇ ଆଣି ସେମାନେ ବିଜେଡି ଓ ଭାଜପା ଔରସରୁ ଜନ୍ମ ହୋଇଥିବା କଥା କହିଛି। ସେହି ୧୦ କଣ୍ଢେଇ ସନ୍ତାନଙ୍କ ନାମକରଣ ମଧ୍ୟ କଂଗ୍ରେସ ପକ୍ଷରୁ କରାଯାଇଛି। ସେମାନଙ୍କ ନାମ ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଖଣି ଦୁର୍ନୀତି, ଗୁଣ୍ଡା, ମାସ୍କ ସ୍କାମ୍‌, ତାମିଲ ଶାସନ, ଜମି ହଡ଼ପ, ଜବ୍‌ ଜୁମ୍‌ଲା, ସରକାରୀ ଚାକିରି ବିକ୍ରି, ବିଦ୍ୟୁତ୍‌ ଯନ୍ତ୍ରଣା ଓ ଦରଦାମ ବୃଦ୍ଧି ବୋଲି ଦଳ ଦାବି କରିଛି। କଂଗ୍ରେସ ଭବନଠାରେ ଖବରଦାତା ସମ୍ମିଳନୀ ଆୟୋଜନ କରି ଅଜୟ କୁମାର କହିଛନ୍ତି ଯେ, ଚିଟ୍‌ଫଣ୍ଡ ହେଉଛି ଏଭଳି ଏକ ଶିଶୁ ଯାହାର ତଦନ୍ତ କରିବାରେ ସିବିଆଇ ଫେଲ୍‌ ମାରିଛି। ୬୦ ଲକ୍ଷରୁ ଅଧିକ ପରିବାର ଏହି ଦୁର୍ନୀତିର ଶିକାର ହୋଇଛନ୍ତି। କିନ୍ତୁ ଭାଜପା ଓ ବିଜେଡିର ସଲାସୁତରା ଯୋଗୁ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିପାରିନାହିଁ। ବର୍ଷ ବର୍ଷ ଧରି ତଦନ୍ତ ପରେ ମଧ୍ୟ ସିବିଆଇ ଫାଇନାଲ ଚାର୍ଜଶିଟ୍‌ ଦାଖଲ କରୁନାହିଁ। ସେପଟେ ଗରିବ ଓ ମଧ୍ୟବିତ୍ତ ପରିବାରର ଜମାକାରୀମାନେ ଜମା ଟଙ୍କା ଫେରିପାଇବାକୁ ଚାହିଁ ବସିଛନ୍ତି। ଖଣି ଦୁର୍ନୀତିର ମଧ୍ୟ ସମାନ ଅବସ୍ଥା। ଶାହା କମିଶନ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସ୍ତାବ ଦେଇଥିଲେ। କିନ୍ତୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ୟୁପିଏ ସରକାର ସମୟରେ ଯେଉଁ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ୪୧୦ ଟଙ୍କା ଥିଲା, ତାହା ଏବେ ବଢ଼ି ୧୧୦୦ ଟଙ୍କା ହେଲାଣି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୫୫ ଟଙ୍କାରୁ ବଢ଼ି ୧୦୦ ଟଙ୍କାରୁ ଅଧିକ ହେଲାଣି। ତେଣୁ ଭାଜପା ଓ ବିଜେଡି ଔରସରୁ ଜନ୍ମ ଏହି ୧୦ ସନ୍ତାନଙ୍କୁ ଦମନ କରିବା ପାଇଁ ରାଜ୍ୟବାସୀ ଏକ ହେବା ଆବଶ୍ୟକ ବୋଲି ଅଜୟ କହିଛନ୍ତି। ଅନ୍ୟପଟେ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଉଭୟ ବିଜେଡି ଓ ଭାଜପାକୁ ଉପଯୁକ୍ତ ଜବାବ ଦେବାକୁ ଅଜୟ କୁମାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ଭବନ ସମ୍ମୁଖରେ ଏକ ଅନ୍ନପ୍ରାଶନ କାର୍ଯ୍ୟକ୍ରମ କରାଯାଇଛି। କଂଗ୍ରେସ ନେତାମାନେ ପୁରୋହିତଙ୍କୁ ଡାକି ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?