୩ ଶିକ୍ଷକରେ ୧୦ ଶ୍ରେଣୀ

ଯାଜପୁର ଅଫିସ,୫ା୨: ଯାଜପୁର ଜିଲା ବ୍ୟାସନଗରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଭିତ୍ତିଭୂମି ସାଙ୍ଗକୁ ଶିକ୍ଷକ ଅଭାବ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷାକୁ ରସାତଳଗାମୀ କରିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୯୩ ଛାତ୍ରୀଛାତ୍ରଙ୍କ ପାଇଁ ଏବେ ମାତ୍ର ୩ ଶିକ୍ଷକରେ ଶିକ୍ଷାଦାନ ଚାଲିଛି। ୧୫ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ୧୧ଜଣ ଥିଲେ। କିନ୍ତୁ ଗତ ଶନିବାର ବିନା ରିଲିଭରରେ ଏକସଙ୍ଗେ ୮ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ବଦଳି ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାବାଦ୍‌ ପ୍ରାୟ ୭ ମାସ ହେବ ସ୍କୁଲ ଗୃହ ନିର୍ମାଣ ପାଇଁ ପ୍ରାୟ ୩୩ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲେ ହେଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଭଙ୍ଗାରୁଜା ନରସିଂହ ଚୌଧୁରୀ(ଏନ୍‌ସି) ହାଇସ୍କୁଲ ପରିସରରେ ବିପଦସଙ୍କୁଳ ଅବସ୍ଥାରେ ଏବେ ଅସ୍ଥାୟୀ ଭାବେ ଶିକ୍ଷାଦାନ ଚାଲିଛି। ଆଗକୁ ସ୍କୁଲ ଖୋଲିବାକୁ ଯୋଜନା ଥିବା ସମୟରେ ଏଭଳି ଦୁରବସ୍ଥାକୁ ନେଇ ଅଭିଭାବକ ମହଲରେ ଉଦବେଗ ପ୍ରକାଶ ପାଇଛି। ବ୍ୟାସନଗର ସହରରେ ୨୦୧୬ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ମୁଣ୍ଡମାଳ-ଗଣେଶବଜାର ମୁଖ୍ୟ ରାସ୍ତାରୁ ଏନ୍‌ସି ହାଇସ୍କୁଲ ପଡିଆ ନିକଟରେ ଏହି ବିଦ୍ୟାଳୟ ଅସ୍ଥାୟୀ ଭାବେ ଖୋଲିଛି। ୧୦ଟି ଶ୍ରେଣୀ ପାଇଁ ଏଠାରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ନିୟମିତ ସ୍କୁଲ ଖୋଲାଯାଇ ପାରୁନାହିଁ। ସ୍କୁଲକୁ ତରବରିଆ ଭାବେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଶିକ୍ଷକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ୧୫ ଶିକ୍ଷକଙ୍କ ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ ମାତ୍ର ୩ ଶିକ୍ଷକ ଅଛନ୍ତି। ଇଂଲିଶ, ହିନ୍ଦୀ, ଗଣିତ, ସୋସିଆଲ ସାଇନ୍ସ ଇତ୍ୟାଦି ପ୍ରମୁଖ ବିଷୟରେ ପାଠପଢ଼ା ହୋଇ ପାରୁନି। ୬ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ଶିକ୍ଷକଙ୍କ ଅଭାବରେ ପିଲାଙ୍କ ପାଠପଢ଼ା କେମିତି ହେବ ଏବଂ ଏଭଳି ଦୁରବସ୍ଥା ଆହୁରି କେତେ ଦିନ ଯାଏ ଲାଗି ରହିବ ସେନେଇ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି। ପ୍ରାୟ ୫୦୦ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବା ଦାୟିତ୍ୱ ରଖୁଥିବା ଏହି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତି ଅବହେଳା କେନ୍ଦ୍ର ସରକାରଙ୍କ ଶିକ୍ଷାପ୍ରତି ରହିଥିବା ଆନ୍ତରିକତା କେତେ ତାହା ଜଳଜଳ ଦିଶୁଛି। ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ଚନ୍ଦନ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ସାରା ଦେଶରେ ଶିକ୍ଷକ ବଦଳି ହୋଇଛି। ତେବେ ଏଠାକୁ ଶିକ୍ଷକଙ୍କ ନିଯୁକ୍ତି ନେଇ ବିଭାଗସ୍ତରରେ ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri