Categories: ଜାତୀୟ

ଲିଟର ପିଛା ୧ ଟଙ୍କା ଶସ୍ତା ହେବ ପେଟ୍ରୋଲ, ଡିଜେଲ

କୋଲକାତା,୨୧।୨: ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଡିଜେଲ ଉପରେ ଲଗାଯାଇଥିବା ‘ରାଜ୍ୟ ଟିକସ’ରେ ୧ ଟଙ୍କା କାଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଅମିତ ମିତ୍ର ପେଟ୍ରୋଲ ଡିଜେଲ ଉପରେ ରାଜ୍ୟ ଟିକସରୁ ୧ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତି ୨୩ ଫେବୃୟାରୀ ରାତି ୧୨ଟା ପରେ ଲାଗୁ ହେବ।

ସୂଚନାଯୋଗ୍ୟ, ୨୦ ଫେବୃୟାରୀରେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୧.୭୭ ପଇସାରେ ପହଞ୍ଚିଥିଲା।

Share