Categories: ଜାତୀୟ

ବନ୍ୟା ସ୍ଥିତି ଅସମ୍ଭାଳ: ଖାଦ୍ୟାଭାବ ନେଲାଣି ୧୧ ଗଣ୍ଡାଙ୍କ ଜୀବନ

ଗୁଆହାଟି,୨୨ା୭ : ଉତ୍ତରଭାରତରେ ବର୍ତ୍ତମାନ ଲଗାଣ ବର୍ଷା ହେଉଥିବାରୁ ଆସାମରେ ବନ୍ୟା ସୃଷ୍ଟି ହୋଇଛି। ଏହି ବନ୍ୟାରେ ଲୋକଙ୍କ ପ୍ରାଣ ହାନି ହେବା ସହ ପଶୁପକ୍ଷୀମାନେ ମଧ୍ୟ ନିସ୍ତାର ପାଉନାହାନ୍ତି। ଆସାମର ଏହି ବନ୍ୟାରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନରେ ୧୧ ଗେଣ୍ଡା ସମେତ ୧୧୬ ଜଙ୍ଗଲି ଜୀବଙ୍କ ମୃତ୍ୟୁ ଘଟିସାରିଲାଣି।
କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ପ୍ରାଧିକରଣ ଅନୁଯାୟୀ, ବନ୍ୟା ଯୋଗୁ ୯ଟି ଗଣ୍ଡା ପାଣିରେ ବୁଡ଼ି ଯାଇଥିଲେ। ସେତେବେଳେ ଆଉ ଦୁଇଟି ଗଣ୍ଡାଙ୍କର ମଧ୍ୟ ସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ୮୮ହରିଣ, ୭ ଜଙ୍ଗଲି ଘୁଷୁରି, ୪ମଇଁଷି, ଗୋଟିଏ ସମ୍ବରର ମଧ୍ୟ ବନ୍ୟାରେ ମୃତ୍ୟୁ ଘଟିଛି। ତେବେ ବନ୍ୟା ଏବଂ ଖାଦ୍ୟାଭାବ ଯୋଗୁ ଏହିସବୁ ଜୀବଜନ୍ତୁଙ୍କ ମୃତ୍ୟୁ ଘଟୁଥିବା କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ସୂତ୍ରରୁ ପ୍ରକାଶ।

Share