୧ କ୍ୱିଣ୍ଟାଲ ନକଲି ପନିର୍‌ ଜବତ

କଟକ ଅଫିସ୍‌,୩୦।୧୨: ନକଲି ମସଲା, ଘିଅ, ହଳଦୀ ପରେ ଏବେ ଜବତ ହୋଇଛି ୧ କ୍ୱିଣ୍ଟାଲ ନକଲି ପନିର୍‌। କଟକର ଚାଉଳିଆଗଞ୍ଜ ପୋଲିସ ଏବଂ ସିଏମସି ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଚଢାଉ କରି ୧ କ୍ୱିଣ୍ଟାଲରୁ ଅଧିକ ନକଲି ପନିର ଜବତ କରିଛି। କୋଲକାତାରୁ ଏକ ବସରେ ଚାଲାଣବେଳେ ଚାଉଳିଆଗଞ୍ଜରୁ ଏହାକୁ ଜବତ କରାଯାଇଛି। ଏହି ଘଟଣାରେ କିଛି ବ୍ୟବସାୟୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସିଏମସି ଫୁଡ ସ୍କ୍ବାର୍ଡ ପକ୍ଷରୁ ପରୀକ୍ଷା ପାଇଁ ପନିର ପଠାଯାଇଛି।