ଟ୍ରାକ୍ଟରରୁ ୧୧କୁଇଣ୍ଟାଲ ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୩ା୭(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଘାଟକୋଣ୍ଡା ଓ ବୁରୁଡ଼ିପୁଟ ଗ୍ରାମରୁ ଆନ୍ଧ୍ରକୁ ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଧରାପଡିଛି। ଏହାର ପରିମାଣ ୧ ୧କୁଇଣ୍ଟାଲ  ୭୦ କେଜି। ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ଗୁଣ୍ଠାୱାର୍ଡl ପଞ୍ଚାୟତ କାଙ୍କରାଇପ ଛକଠାରେ ଗୁରୁବାର ରାତିରେ ପାଟ୍ରୋଲିଂ ଚାଲିଥିବାବେଳେ ଏକ ଟ୍ରାକ୍ଟର ସିଲେରୁ ଆଡକୁ ଯାଉଥିଲା। ଟ୍ରାକ୍ଟର ଆଗରେ ଏକ ବାଇକ୍‌ ମଧ୍ୟ ଯାଉଥିବା ଦେଖି ପୋଲିସର ସନ୍ଦେହ ହେବାରୁ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରାଯିବାରୁ ଗଞ୍ଜେଇ ବାହାରିଥିଲା। ତେବେ ଯାଞ୍ଚ ବେଳେ ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ପୋଲିସ ଜଣକୁ ଧରିିଥିଲା। ଟ୍ରାକ୍ଟର, ବାଇକ୍‌ ସହ ଗଞ୍ଜେଇ ଥିବା ୩୯ଟି ବସ୍ତା ଥାନାକୁ ଅଣାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୧୧ ଲକ୍ଷରୁ ଅଧିକ ହେବ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।