Posted inଖେଳ

ଚତୁର୍ଥ ଦିବସରେ ଶୁଟରଙ୍କ ଚମକ, ସେଲିଂରୁ ୧ ପଦକ

ହାଙ୍ଗଝୋ,୨୮ା୯(ପି.ଟି.):ଏସିଆନ ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ୨ ସ୍ବର୍ଣ୍ଣ ସହ ମୋଟ ୮ଟି ପଦକ ହାସଲ କରିଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୫ ସ୍ବର୍ଣ୍ଣ, ୭ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୨ରେ ପହଞ୍ଚତ୍ଛି। ବୁଧବାର ମହିଳା ୫୦ ମିଟର ରାଇଫଲ ୩ ପୋଜିଶନ୍ସ ବ୍ୟକ୍ତିଗତ ଇଭେଣ୍ଟରେ ସିଫ୍ଟ କୌର ସମ୍ରା ଏବଂ ମହିଳା ୨୫ ମିଟର ପିସ୍ତଲ ଟିମ୍‌ ଇଭେଣ୍ଟରେ ମନୁ ଭାକର, ଈଶା ସିଂ, ରିଦମ ସଙ୍ଗଓ୍ବନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ୫୦ ମିଟର ରାଇଫଲ ୩ ପୋଜିଶନ୍ସ ଟିମ୍‌ ଇଭେଣ୍ଟରେ ଆଶି ଚୌକସେ, ମାନିନି କୌଶିକ, ସିଫ୍ଟ କୌର ସମ୍ରା, ମହିଳା ୨୫ ମିଟର ପିସ୍ତଲରେ ଈଶା ସିଂ ଏବଂ ପୁରୁଷ ସ୍କିଟ୍‌ ଫାଇନାଲରେ ଅନନ୍ତ ଜିତ୍‌ ସିଂ ନରୁକା ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ମହିଳା ୫୦ ମିଟର ରାଇଫଲ ୩ ପୋଜିଶନ୍ସ ବ୍ୟକ୍ତିଗତ ଇଭେଣ୍ଟରେ ଆଶି ଚୌକସେ, ପୁରୁଷ ସ୍କିଟ-୫୦ ଟିମ୍‌ ଇଭେଣ୍ଟରେ ଅନନ୍ତ ଜିତ ସିଂ, ଗୁରଜୋତ ସିଂ, ଅଙ୍ଗଦ ବୀର ସିଂ ବାଜଓ୍ବା ଏବଂ ସେଲିଂର ପୁରୁଷ ଡିଙ୍ଘି ଆଇଏଲ୍‌ସିଏ-୭ରେ ବିଷ୍ଣୁ ସର୍ଭାନନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ପଦକ ପକ୍କା କଲେ ରାମକୁମାର-ସାକେତ

ଟେନିସ୍‌ରେ ପୁରୁଷ ଡବଲ୍ସ ଯୋଡି ରାମକୁମାର ରାମନାଥନ ଓ ସାକେତ ମାଇନେନି ଭାରତ ପାଇଁ ପଦକ ପକ୍କା କରିଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ରାମକୁମାର-ସାକେତ ବୁଧବାର ଚାଇନାର ଝିଝେନ୍‌ ଝାଙ୍ଗ ଓ ୟିବିଙ୍ଗ ଉଙ୍କୁ ୬-୧, ୭-୬(୮)ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ସିଙ୍ଗଲ୍ସରେ ଭାରତୀୟ ଟେନିସ୍‌ ଖେଳାଳିଙ୍କ ଅଭିଯାନ ଶେଷ ହୋଇଛି। ୨୦୦୬ ମସିହା ପରେ ପ୍ରଥମ ଥର ପାଇଁ ଭାରତୀୟ ସିଙ୍ଗଲ୍ସ ଖେଳାଳି ଖାଲି ହାତରେ ଫେରିଛନ୍ତି।

ବୁଧବାର ସୁମିତ ନାଗଲ ଓ ଅଙ୍କିତା ରାଇନା ନିଜର କ୍ୱାର୍ଟର ଫାଇନାଲ ମ୍ୟାଚରେ ପରାଜିତ ହେବା ଫଳରେ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି। ସ୍ଥାନୀୟ ଫେଭରିଟ୍‌ ତଥା ବିଶ୍ୱ ମାନ୍ୟତାର ୬୦ ନମ୍ବର ସ୍ଥାନରେ ଥିବା ଝିଝେନ୍‌ ଝାଙ୍ଗଙ୍କ ନିକଟରୁ ୭-୬(୩), ୧-୬ ଓ ୨-୬ ସେଟ୍‌ରେ ପରାଜିତ ହୋଇଥିଲେ ନାଗଲ। ଏହି ମ୍ୟାଚଟି ୨ ଘଣ୍ଟା ୧୬ ମିନିଟ ଧରି ଚାଲିଥିଲା। ବିଗତ ସଂସ୍କରଣର ବ୍ରୋଞ୍ଜ ପଦକ ବିଜୟିନୀ ଅଙ୍କିତା ୬-୩, ୪-୬, ୬-୪ ସେଟ୍‌ରେ ଜାପାନର ହାରୁକା ରାଜିଙ୍କ ନିକଟରୁ ପରାଜିତ ହୋଇଥିଲେ। ଏହି ମ୍ୟାଚଟି ୨ ଘଣ୍ଟା ୫୩ ମିନିଟ ଧରି ଚାଲିଥିଲା।

ଇକ୍ୱିଷ୍ଟ୍ରିଆନ୍‌: ଏସିଆନ୍‌ ଗେମ୍ସରେ ଭାରତୀୟ ଅଶ୍ୱଚାଳକଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଡ୍ରେସେଜ୍‌ ଟିମ୍‌ ଇଭେଣ୍ଟରେ ୪୧ ବର୍ଷ ପରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ବ୍ୟକ୍ତିଗତ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି ହ୍ରିଦୟ ବିପୁଲ ଛେଡା,ଅଂଶୁ ଅଗ୍ରଓ୍ବାଲ ଓ ଦିବ୍ୟକ୍ରିତି ସିଂ। ଇକ୍ୱିଷ୍ଟ୍ରିଆନ (ଅଶ୍ୱଚାଳନା)ର ଡ୍ରେସେଜ ଇଭେଣ୍ଟ ବୁଧବାର ଅନୁଷ୍ଠିତ ହୋଇଥିଲା।

ଏଥିରେ ଚମତ୍କାର ପ୍ରଦର୍ଶନ କରିବା ସହିତ ହ୍ରିଦୟ ଓ ଅଂଶୁ ଫାଇନାଲରେ ପ୍ରବେଶ କରିବା ସହ ପଦକ ଦୌଡରେ ରହିଛନ୍ତି। ଚେମଏକ୍ସପ୍ରୋ ଆରୋହଣ କରିଥିବା ହ୍ରିଦୟ ୭୩.୮୮୩ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟ ପକ୍ଷ୍ୟରେ ଏଟ୍ରୋ ଆରୋହଣ କରିଥିବା ଅଂଶୁ ୭୧.୭୦୬ ପଏଣ୍ଟ ସ୍କୋର କରି ୪ର୍ଥ ସ୍ଥାନରେ ରହିଥିଲେ। ଆଡ୍ରେନାଲିନ୍‌ ଫିର୍ଫୋଡ ଆରୋହଣ କରିଥିବା ଦିବ୍ୟାକ୍ରିତି ସିଂ ୬୭.୬୭୬ ପଏଣ୍ଟ ସହିତ ୧୧ତମ ସ୍ଥାନରେ ରହିଥିଲେ। ଅନ୍ୟତମ ପ୍ରତିଯୋଗୀ ସୁଦୀପ୍ତି ହାଲେଜା ଏଲିମିନେଟ୍‌ ହୋଇ ଯାଇଥିଲେ। ଟପ୍‌-୧୫ ମଧ୍ୟରେ ରହିଥିବା ଖେଳାଳି ଫାଇନାଲକୁ ଉନ୍ନୀତ ହୋଇଥିଲେ।

ଥ୍ରୀ ଏ ସାଇଡ ବାସ୍କେଟବଲ୍‌: ଭାରତୀୟ ଥ୍ରୀ ଏ ସାଇଡ ବାସ୍କେଟବଲ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପୁଲ୍‌ ସିରେ ସ୍ଥାନ ପାଇଥିବା ଭାରତ ବୁଧବାର ମାକାଓ ବିପକ୍ଷରେ ଚମତ୍କାର ବିଜୟ ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସାହାଜୀ ପ୍ରତାପ ସିଂ ଶେଖୋନ୍‌ ସର୍ବାଧିକ ୧୦ ପଏଣ୍ଟ ସ୍କୋର କରିଥିବା ବେଳେ ମାକାଓକୁ ୨୧-୧୨ରେ ପରାସ୍ତ କରିଛି ଭାରତ। ପୂର୍ବରୁ ମାଲେସିଆକୁ ଦଳ ୨୦-୧୬ରେ ପରାସ୍ତ କରିଥିଲା। ଶୁକ୍ରବାରର କ୍ୱାର୍ଟର ଫାଇନାଲରେ ଭାରତ ଗତ ସଂସ୍କରଣର ସ୍ବର୍ଣ୍ଣ ପଦକ ବିଜେତା ଚାଇନାକୁ ଭେଟିବ।

ସାଇକ୍ଲିଂ: ଭାରତୀୟ ସାଇକ୍ଲିଷ୍ଟ ଡେଭିଡ୍‌ ବେକ୍‌ହାମ ଏଲକାଟୋଚୋଙ୍ଗୋ ପୁରୁଷ ସ୍ପ୍ରିଣ୍ଟ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସିଏସ୍‌ସି ଭେଲୋଡ୍ରୋମର କଷ୍ଟସାଧ୍ୟ ଟ୍ରାକ୍‌ରେ ଡେଭିଡ୍‌ ରିପିଚେଜ ରାଉଣ୍ଡ ଜରିଆରେ ଟପ୍‌-୮ରେ ସାମିଲ ହୋଇଥିଲେ। କାଜାଖସ୍ତାନର ସର୍ଗେଇ ପୋନୋମାରେୟୋଭ ଓ ଆନ୍ଦ୍ରେ କାଜଚୁଗେଙ୍କୁ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ରୋନାଲ୍ଡୋ ସିଂ ୧୩ ତମ ସ୍ଥାନରେ ରହି ବିଦାୟ ନେଇଥିଲେ। ମହିଳା କେଇରିନ୍‌ ଇଭେଣ୍ଟରେ ଭାରତର ଶଶୀକଳା ଆଗାଶେ ଓ ତ୍ରିୟାଶା ପଲ୍‌ ହିଟ୍‌ରୁ ଆଗେଇବାରେ ବିଫଳ ହୋଇଥିଲେ।

ଚେସ୍‌: ଭାରତୀୟ ଚେସ୍‌ ଖେଳାଳି ବ୍ୟକ୍ତିଗତ ଇଭେଣ୍ଟରେ ଖାଲି ହାତ ରହିଛନ୍ତି। ଅନ୍ତିମ ରାଉଣ୍ଡରେ ପରାଜୟ କାରଣରୁ ଭିଦିଥ୍‌ ସନ୍ତୋଷ ଗୁଜରାଠୀ ଏକ ପଦକରୁ ବଞ୍ଚିତ ହୋଇଥିଲେ। ଭିଦିଥ୍‌ ଓ ଅର୍ଜୁନ୍‌ ଏରିଗାସୀ ୫.୫ ପଏଣ୍ଟ ଲେଖାଏ ସ୍କୋର କରିଥିବା ବେଳେ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ମହିଳା ବ୍ୟକ୍ତିଗତ ବର୍ଗରେ ଭାରତର ଦ୍ରୋଣାବଳୀ ହାରିକା ୪ର୍ଥ ସ୍ଥାନରେ ରହିଥିବା ବେଳେ କୋନେରୁ ହମ୍ପି ୭ମ ସ୍ଥାନରେ ରହିଛନ୍ତି। ହାରିକା ୬ ପଏଣ୍ଟ ଅର୍ଜନ କରିଥିବା ବେଳେ ହମ୍ପିଙ୍କ ବିପକ୍ଷ ଅନ୍ତିମ ରାଉଣ୍ଡ ମ୍ୟାଚ୍‌ ଡ୍ର ରଖିଥିଲେ। ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ ସେ ବ୍ରୋଞ୍ଜ ପଦକ ହାସଲ କରିଥାନ୍ତେ।

ସନ୍ତରଣ: ବୁଧବାର ଜଣେ ବି ଭାରତୀୟ ସନ୍ତରଣକାରୀ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଅଲିମ୍ପିଆନ୍‌ ମାନା ପଟେଲ ହିଟ୍ସରେ ତୃତୀୟ ଓ ଓଭରଅଲ ୧୩ତମ ସ୍ଥାନରେ ରହିଥିଲେ। ୧୦୦ ମି.ବଟରଫ୍ଲାଏ ଇଭେଣ୍ଟରେ ନିନା ଭେଙ୍କଟେଶ ୧୪ତମ ସ୍ଥାନରେ ରହିବା ସହିତ ଫାଇନାଲକୁ ଯୋଗ୍ୟତା ହାସଲ କରି ପାରି ନ ଥିଲେ।

ସେଲିଂରେ ବିଷ୍ଣୁ ସର୍ଭାନନଙ୍କୁ ବ୍ରୋଞ୍ଜ

ଏସିଆନ ଗେମ୍ସରେ ଭାରତୀୟ ସେଲର ବିଷ୍ଣୁ ସର୍ଭାନନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ଡିଙ୍ଘି ଆଇଏଲ୍‌ସିଏ-୭ ଇଭେଣ୍ଟରେ ସେ ଦେଶ ପକ୍ଷରୁ ପ୍ରଥମ ପଦକ ହାସଲ କରିଛନ୍ତି। ସର୍ଭାନନ ୩୪ ପଏଣ୍ଟ ସହିତ ଅଭିଯାନ ଶେଷ କରିଥିଲେ। ୧୧ ରେସ୍‌ ବିଶିଷ୍ଟ ପ୍ରତିଯୋଗିତାରେ ସେ ମାତ୍ର ୧ ପଏଣ୍ଟ ପାଇଁ ରୌପ୍ୟ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ପବନ ନ ଥିବାରୁ ମହିଳା ସିଙ୍ଗଲ୍‌ ଡିଙ୍ଘି ଆଇଏଲ୍‌ସିଏ-୬ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀ ପଦକ ହାସଲ କରିପାରି ନ ଥିଲେ। ୧୨ ରେସ୍‌ ବିଶିଷ୍ଟ ପ୍ରତିଯୋଗିତାରେ ନେଥ୍ରା କୁମାନନ ୪ର୍ଥ ସ୍ଥାନରେ ରହି ନିରାଶ ହୋଇଥିଲେ। ଚଳିତ ଏସିଆନ ଗେମ୍ସରେ ଭାରତୀୟ ସେଲରମାନେ ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ସହ ଅଭିଯାନ ଶେଷ କରିଛନ୍ତି। ଯାହାକି ୨୦୧୮ ଏସିଆନ ଗେମ୍ସ ସଫଳତା ସହ ସମକକ୍ଷ। ପୂର୍ବରୁ ୧୭ ବର୍ଷୀୟା ନେହା ଠାକୁର ରୌପ୍ୟ ଓ ଇଆବାଦ ଅଲୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri