ରାତି ପାହିଲେ ନିର୍ବାଚନ: ପୁରୁଷୋତ୍ତମପୁରର ୧୪୭ ବୁଥ୍‌ରେ ୧ ଲକ୍ଷ ୪୧ ହଜାର ୭୬୬ ଜଣ କରିବେ ମତଦାନ

ପୁରୁଷୋତ୍ତମପୁର,୧୯ା୫(ସିମାଞ୍ଚଳ ମିଶ୍ର): ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରବିବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ସକାଳୁ ମତଦାନ ଆରମ୍ଭ ହେବ। ପୁରୁଷୋତ୍ତମପୁର ବ୍ଲକରେ ଯାଉଥିବା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ୧୫ ପଞ୍ଚାୟତ ସମେତ ପୁରୁଷୋତ୍ତମପୁର ଏନ୍‌ଏସି ରହିଥିବା ବେଳେ ଏଥିରେ ୮୪,୩୬୯ ଜଣ ଭୋଟର ରହିଛନ୍ତି। ସେଥିରୁ ମହିଳା ୪୦,୪୦୬ ଜଣ ଓ ପୁରୁଷ ୪୩,୯୫୧ ଜଣ ଏମାନେ ଭୋଟ୍‌ ଦେବା ଲାଗି ୮୮ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ସେହିପରି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଯାଉଥିବା ୧୧ଟି ପଞ୍ଚାୟତରେ ୫୭,୩୯୭ ଜଣ ଭୋଟର ରହିଥିବା ବେଳେ ମହିଳା ୨୭,୧୫୮ ଜଣ ଓ ପୁରୁଷ ୩୦,୨୩୬ଜଣ ରହିଛନ୍ତିା ଏମାନେ ଭୋଟ୍‌ ଦେବା ଲାଗି ୫୯ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପୁରୁଷୋତ୍ତମପୁର ବ୍ଲକରେ ରହିଥିବା ସମୁଦାୟ ୧୪୭ଟି ବୁଥ୍‌ ରହିଥିବା ବେଳେ ଏଥି ମଧ୍ୟରୁ ୧୦ଟି ସଖୀ ବୁଥ୍‌, ୫ଟି ଆଦର୍ଶ ବୁଥ ଓ ଗୋଟିଏ ଇକୋ ଫ୍ରେଣ୍ଡଲି ବୁଥ୍‌ ରହିଛି। ଏହି ବୁଥ୍‌ମାନ ମାଧ୍ୟମରେ ସମୁଦାୟ ୧,୪୧,୭୬୬ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ସେପଟେ ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ନିର୍ବାଚନ ଲାଗି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଶେଷ କରିସାରିଛନ୍ତି। ଗୋଟିଏ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଓ ୫ ପୋଲିଂ ଅଫିସର ରହିଛନ୍ତି। ସେପଟେ କିଭଳି ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହେବ ସେ ନେଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ତତ୍ତ୍ୱାବଧାନରେ ଆଇଆଇସି ବିପିନ ବିହାରୀ ହୋତାଙ୍କ ସମେତ ପୋଲିସ ଅଫିସର ଓ କର୍ମଚାରୀମାନେ ପାଟ୍ରୋଲିଂ କରିବା ସହ ବିଭିନ୍ନ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ପ୍ରତି କଡ଼ା ନଜର ରଖି ବିଭିନ୍ନ ବୁଥ୍‌ ବୁଲି ସ୍ଥିତିର ତଦାରଖ କରୁଥିବା ବେଳେ ବିଡିଓ ମନୋଜ କୁମାର ନାୟକ ଓ ତହସିଲଦାର ଲୋପାମୁଦ୍ରା ରଥ ମଧ୍ୟ ବୁଥ୍‌କୁ ବୁଥ୍‌ ବୁଲି ତଦାରଖ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri